ନୂଆଦିଲ୍ଲୀ:ଆଖି ବୁଜିଲା କୁଖ୍ୟାତ ମାଫିଆ ମୁଖତାର ଅନସାରୀ । ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଉତ୍ତର ପ୍ରଦେଶର ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର ଅନସାରୀ ହଠାତ ଅସୁସ୍ଥ ହୋଇପଡିଥିଲା । ସେ ହୃଦଘାତର ଶିକାର ହୋଇଥିବା ଜଣାପଡିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବାନ୍ଦା ହସ୍ପିଟାଲରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । କଡା ସୁରକ୍ଷା ମଧ୍ୟରେ ତାକୁ ଆଜି ଅପରାହ୍ନରେ ବୃନ୍ଦା ଜିଲ୍ଲା ସ୍ଥିତ ରାନୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପୋଲିସ ଉପସ୍ଥିତିରେ ତାକୁ ଡାକ୍ତରୀ ଟିମ ଚିକିତ୍ସା କରିଥିଲେ । ହେଲେ ସେ ପ୍ରାଣ ହରାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ତେବେ ତାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିବା ସୂଚନା ମିଳିବା ପରେ ତାର ଓକିଲ ମଧ୍ୟ ମେଡିକାଲରେ ପହଞ୍ଚିଥିଲେ । ହେଲେ ମୁଖତାରର ପରିବାର ସଦସ୍ୟ ଭିନ୍ନ ଓ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଜେଲରେ ଖାଦ୍ୟରେ ବିଷ ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସାଂସଦ ଭାଇ ଅଫଜଲ ଅନସାରୀ । ହୃଦଘାତର ଶିକାର ହୋଇ ସେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ କୁହାଯାଉଥିଲେ ସୁଦ୍ଧା ଏପରି ଅଭିଯୋଗର ସତ୍ୟତା ସମ୍ପର୍କରେ ଜଣାପଡିନି ।