ହାଇଦ୍ରାବାଦ:ଲୋକସଭା ନିର୍ବାଚନ ୨୦୨୪ ନେଇ ସରଗରମ ଦେଶର ରାଜନୈତିକ ମାହୋଲ । ଏହାରି ମଧ୍ୟରେ ବର୍ତ୍ତମାନ ୨ଟି ମତଦାନ ପର୍ଯ୍ୟାୟ ସରିଥିବା ବେଲେ ଆଜି ୩ୟ ପର୍ଯ୍ୟାୟ ରହିଛି । ବର୍ତ୍ତମାନ ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ଦେଶମୁଖଙ୍କ ସମେତ ପୁରା ପରିବାର ଭୋଟ୍ ଦେଇଛନ୍ତି । ମହାରାଷ୍ଟ୍ରର ଲାତୁର ଅଞ୍ଚଳରେ ପୁରା ପରିବାର ସହ ରିତେଶ ଭୋଟ ଦେଇଛନ୍ତି ।
ଆଜି, ମେ ୭ ରେ, ଜେନିଲିଆ ଦେଶମୁଖ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରିତେଶ ଏବଂ ଶାଶୁ ବୈଶାଲୀଙ୍କ ସହ ନଜର ଆସିଛନ୍ତି । ତାଙ୍କ ପଛରେ କାନ୍ଥରେ ସ୍ୱର୍ଗତ ନେତା ଭିଲାସ୍ରାଓ ଦେଶମୁଖଙ୍କ ଫଟୋ ମଧ୍ୟ ଅଛି । ପାରିବାରିକ ଫଟୋ ସେୟାର କରି ଜେନେଲିଆ କ୍ୟାପସନରେ ଲେଖିଛନ୍ତି, 'ନିଜ ପାଇଁ ଭୋଟ୍ ଦିଅ, ତୁମର ଭବିଷ୍ୟତ ପାଇଁ ଭୋଟ୍ ଦିଅ, ନିଜ ଦେଶକୁ ଭୋଟ୍ ଦିଅ ।'
ଭୋଟ୍ ଦେବା ପରେ ମଧ୍ୟ ରିତେଶ ଦେଶମୁଖ ଗଣମାଧ୍ୟମ ସହ କଥା ହୋଇଥିଲେ । ସେ କହିଛନ୍ତି, 'ମୁଁ ଭୋଟ୍ ଦେବା ପାଇଁ ମୁମ୍ବାଇରୁ ଲାତୁର ଆସିଥିଲି । ସମସ୍ତେ ନିଜ ଘରୁ ବାହାରି ଭୋଟ୍ ଦେବା ଉଚିତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମସ୍ତେ ଭୋଟ୍ ଦେବା ଜରୁରୀ । ଏଥିସହିତ ଜେନେଲିଆ ଦେଶମୁଖ ମଧ୍ୟ ଗଣମାଧ୍ୟମକୁ କଥାବାର୍ତ୍ତା କରି ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରି ସେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ମୁଁ ଭାବୁଛି ଆଜି ସମସ୍ତେ ଭୋଟ୍ ଦେବା ଉଚିତ ।