ETV Bharat / state

୨୧ରେ ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ, ଓଡ଼ିଶାରେ କଣ ରହିବ ପ୍ରଭାବ ? - LOW PRESSURE IN BAY OF BENGAL

ପାଣିପାଗକୁ ନେଇ IMDର ବଡ଼ ଆକଳନ । ବଙ୍ଗୋପସାଗରରେ ପ୍ରଥମେ ଘୂର୍ଣ୍ଣିବଳୟ ଏବଂ ପରେ ନେବ ଲଘୁଚାପ ରୂପ । ଓଡ଼ିଶାରେ ଶୀତ ଲହରୀ ।

ODISHA WINTER LATEST UPDATE
ODISHA WINTER LATEST UPDATE (ETV Bharat Odisha)
author img

By ETV Bharat Odisha Team

Published : Nov 19, 2024, 5:22 PM IST

ଭୁବନେଶ୍ବର: ରାଜ୍ୟ ଉପରେ ଆଉ ଏକ ଲଘୁଚାପ ଭୟ । ୨୩ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ-IMD । ବଙ୍ଗୋପସାଗରରେ ୨୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଲଘୁଚାପର ଗତି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ୨ ଦିନ ମଧ୍ୟରେ ଅବପାତରେ ପରିଣତ ହେବ ବୋଲି ବିଭାଗ ଆକଳନ କରିଛି । କିନ୍ତୁ ଲଘୁଚାପର ରୂପରେଖ କିଭଳି ହେବ, ତାହା ସ୍ପଷ୍ଟ ହୋଇନଥିବା କହିଛି ଭାରତୀୟ ପାଣିପାଗ ବିଭାଗ ।

ଖସୁଛି ପାରଦ, ବଢ଼ୁଛି ଶୀତ:

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତ ଲହରୀ । ତଳ ମୁହାଁ ରାତିର ତାପମାତ୍ରା । ଘରୁ ବାହାରକୁ ବାହାରିଲେ କୋହଲା ପବନ ଦେହ ହାତ ଥରାଇ ଦେଉଛି । ରାତି ଯେତେ ବଢୁଛି ତାପମାତ୍ରା ସେତେ ଖସିବାରେ ଲାଗିଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଉଛି । ଆଗାମୀ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ ।ପାଗ ମୁଖ୍ୟତଃ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ି ପାରେ । କିଛି କିଛି ସ୍ଥାନରେ କୁହୁଡି ଦେଖା ଯିବାର ଅଛି । ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ଦେଖାଯିବ । ସେହିପରି ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।

ODISHA WINTER LATEST UPDATE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ଡିସେମ୍ବରରୁ ବଢ଼ିବ ଶୀତର ପ୍ରକୋପ, ୩ ଦିନ ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ

ଏହା ମଧ୍ୟ ପଢନ୍ତୁ ...୨ରୁ ୩ ଡିଗ୍ରୀ କମିବ ତାପମାତ୍ରା, ବଢିବ ଶୀତର ପ୍ରଭାବ

ଏହା ମଧ୍ୟ ପଢନ୍ତୁ ...କାଲିଠୁ ରାଜ୍ୟରେ ବଢିବ ଶୀତ, ୨ ରୁ ୪ ଡିଗ୍ରୀ ଖସିବ ତାପମାତ୍ରା

ODISHA WINTER LATEST UPDATE
ODISHA WINTER LATEST UPDATE (ETV Bharat Odisha)

ଫୁଲବାଣୀରେ ପାରଦ ୧୦ ଡିଗ୍ରୀ:

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏଥିସହ ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୧୦.୫, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡ଼ିରେ ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧, ନୟାଗଡ଼ରେ ୧୫.୪ ଡିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ସର୍ବନିମ୍ନ ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.