ETV Bharat / state

ମାଟିରେ ମିଶିଯିବ କି ଗନ୍ଧମାର୍ଦ୍ଦନର ଐତିହ୍ୟ ? ଏକାଠି ହେଲେ ନେତା

ଧ୍ଵଂସ ହୋଇଯିବ କି ଗନ୍ଧମାର୍ଦ୍ଦନ ? ଖଣି ଖନନ ପାଇଁ ସରକାର ମସୁଧା କରୁଥିବା ସନ୍ଦେହ । ସୁରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଲେ ନେତା ।

GANDHAMARDAN MINING ISSUE
GANDHAMARDAN MINING ISSUE (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ବଲାଙ୍ଗୀର: ଗନ୍ଧମାର୍ଦ୍ଦନ ପାହାଡ଼ ଆଗକୁ ଧ୍ଵଂସ ହୋଇଯିବ କି ? ଏଠି ଗଚ୍ଛିତ ଥିବା ବକ୍ସସାଇଟ୍ ଖନନ ପାଇଁ ସରକାର କରୁଛନ୍ତି କି ମସୁଧା ? ରେଳଲାଇନ, ଏୟାରପୋର୍ଟ, ଆଦାନୀ ଜମି କିଣିବା ଇତ୍ୟାଦି ନେଇ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଜୋର ଧରିଲାଣି ଚର୍ଚ୍ଚା । ସେପଟେ ଗନ୍ଧମାର୍ଦ୍ଦନ ପାହାଡ ସୁରକ୍ଷା ପାଇଁ ଦଳ ମତ ନିର୍ବିଶେଷରେ ଏକାଠି ହେଲେ ନେତା । ଗାଁ ଗାଁରେ ଆରମ୍ଭ ହେଲା ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି ।

ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି:

GANDHAMARDAN MINING ISSUE (ETV Bharat Odisha)

ଗନ୍ଧମାର୍ଦ୍ଦନ ପାହାଡ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ସୀମାରେ ଅବସ୍ଥିତ । ଯାହା ଦୁଇ ଜିଲ୍ଲାର ଐତିହ୍ୟ, ସଂସ୍କୃତି, ବିଶ୍ୱାସ ଓ ଜୀବିକା ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେବେ ଏହି ପାହାଡ଼ କିନ୍ତୁ ବକ୍ସାଇଟରେ ପରିପୂର୍ଣ୍ଣ । ଯାହା ପାଇଁ ଏହାର ଖନନ ପାଇଁ ଅନେକ ପ୍ରୟାସ ଅତୀତରେ ହୋଇ ସାରିଛି । ନୂଆ ସରକାର ଆସିବା ପରେ ଏବେ ପୁଣି ଏହି ପାହାଡର ଖନନ ଏବଂ ସମ୍ପୂର୍ଣ୍ଣ ଧ୍ଵଂସ ହୋଇ ଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଉଭୟ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଏକାଠି ହୋଇଛନ୍ତି ।

କାହିଁକି ଏମିତି ଚର୍ଚ୍ଚା ଆରମ୍ଭ ହେଲା ?

GANDHAMARDAN MINING ISSUE
GANDHAMARDAN MINING ISSUE (ETV Bharat Odisha)

ପାଟଣାଗଡ଼ରେ ଏୟାର ପୋର୍ଟ ନିର୍ମାଣ ପ୍ରସ୍ତାବ, ବରଗଡ଼-ନୂଆପଡ଼ା ରେଳ ଲାଇନ ପ୍ରସ୍ତାବ ସହ ଆଦାନୀ ଗ୍ରୁପ ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ ପାଖରେ 18ଟି ଜମି କିଣିବା, ଏଥିରେ ଆହୁରି ଘିଅ ଢ଼ାଲିଛି । ସବୁଠି ଚର୍ଚ୍ଚା ଯେ ଗନ୍ଧମାର୍ଦ୍ଦନରେ ଖଣି ଖନନ ପାଇଁ ଏସବୁ ପ୍ରୟାସ ଚାଲିଛି । ସେଥିପାଇଁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଗାଁ ମାନଙ୍କରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ମେଳି ଆରମ୍ଭ ହୋଇଛି । ଏଥିରେ ସବୁ ଦଳର ନେତା ବିଧାୟକ ମାନେ ସାମିଲ ହେଉଛନ୍ତି । ଏହିପରି ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳ ଖପ୍ରାଖୋଲ ବ୍ଲକରେ ମଧ୍ୟ ଏକ ବିରାଟ ମେଳି ଆୟୋଜନ ହୋଇଥିଲା । ଯେଉଁଥିରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ପାଟଣାଗଡ଼ ପୂର୍ବତନ ବିଜେଡ଼ି ବିଧାୟକ ସରୋଜ ମେହେର, କୋଶଳ ସଂଗଠନର ବରିଷ୍ଠ ନେତା, ଦଳିତ ନେତା କୃଷକ ନେତା, କଂଗ୍ରେସ ଦଳ ସମସ୍ତେ ଏକାଠି ହୋଇ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ତୀବ୍ର ଆନ୍ଦୋଳନର ରୂପ ରେଖ ପ୍ରସ୍ତୁତ କରିଛନ୍ତି । କୌଣସି ମତେ ଗନ୍ଧମାର୍ଦ୍ଦନ ପାହାଡ଼ ଖନନ କରିବାକୁ ଦିଆ ଯିବ ନାହିଁ ବୋଲି ଏକ ମତ ହୋଇଛନ୍ତି ସମସ୍ତେ ।

ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି:

ଏନେଇ କୋଶଳ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର କହିଛନ୍ତି,"ଅନେକ ସନ୍ଦେହ ସୃଷ୍ଟି ହୋଇଛି, ଯେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ପାଇଁ ଆଦାନୀକୁ ଅନୁମତି ଦିଆଯିବ ବୋଲି । କାରଣ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ଆଦାନୀ ଗ୍ରୁପ ଜମି କିଣିବା, ଏଠି ଏୟାରପୋର୍ଟ ହେବା ଭଳି ପ୍ରସ୍ତାବ ଏହି ସନ୍ଦେହକୁ ଆହୁରି ଦୃଢ଼ିଭୂତ କରିଛି । ତେବେ ଏହା ସରକାର ହିଁ ସ୍ପଷ୍ଟ କରିବେ । ଗନ୍ଧମାର୍ଦ୍ଦନ ଖନନ ପାଇଁ ଯୋଜନା ଅଛି ନା ନାହିଁ ? ଗନ୍ଧମାର୍ଦ୍ଦନ ଦୁଇଟି ଜିଲ୍ଲାର ଲୋକଙ୍କ ପାଇଁ ଜୀବନ ରେଖା ଅଟେ । ଏଠି ଅନେକ ପର୍ଯ୍ୟଟନ ସ୍ଥଳୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ସେହିପରି ଦୁଇଟି ନଦୀ ଓ ଛୋଟ ବଡ ନାଲ ଏଠୁ ବାହାରି ଏଠିକାର ଜୀବନ ଚକ୍ର ଚଳାଇ ଆସିଛି । ସରକାର ନିଜେ ସ୍ପଷ୍ଟ କରନ୍ତୁ ଓ ଆଗକୁ ଏହାକୁ ଜାତୀୟ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଅନ୍ତୁ ।"

ଏମିତି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର:

ବଲାଙ୍ଗୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି,"ପୂର୍ବରୁ ଏଭଳି ବଲ୍କୋକୁ ଖଣି ଖନନ ପାଇଁ ଏହି ପାହାଡ ଲିଜରେ ଦିଆଯାଇଥିଲା । ଯାହାକୁ ଏଠି ତୀବ୍ର ବିରୋଧ ହୋଇଥିଲା । ତତ୍କାଳୀନ ସରକାର ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଏଭଳି ପୁଣି ହେଲେ ନିହାତି ଭାବରେ ବିରୋଧ ହେବ । କଂଗ୍ରେସ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରିବା ସହ ଲୋକଙ୍କ ସହିତ ପାହାଡ଼ର ସୁରକ୍ଷା ପାଇଁ ଲଢେଇ କରିବ ।"

'ଦେହରେ ରକ୍ତର ଶେଷ ବିନ୍ଦୁ ଥିବା ଯାଏଁ....'

ଅନ୍ୟପଟେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ,"ଏହା ବିରୋଧୀଙ୍କ ହୀନ ଚକ୍ରାନ୍ତ । ଗନ୍ଧମାର୍ଦ୍ଦନ ପାହାଡକୁ ଖଣି ଖନନ ପାଇଁ ସରକାର ଦେଇ ଦେବେ ବୋଲି ପ୍ରଚାର କରୁଛନ୍ତି । ଏହାର କାରଣ ନୂଆପଡ଼ା ବରଗଡ଼ ରେଳ ଲାଇନ ପ୍ରସ୍ତାବ ହେଉ କି ଏୟାରପୋର୍ଟ ପ୍ରସ୍ତାବ ହେଉ, ତାକୁ ଅସ୍ତ୍ର କରିଛନ୍ତି । ହେଲେ ଏହି ଅଞ୍ଚଳର ବିକାଶ ପାଇଁ ଏହି ସବୁ କାର୍ଯ୍ୟ କରାଯାଉଛି ନା କି ଗନ୍ଧମାର୍ଦ୍ଦନ ଖନନ ପାଇଁ । ମୁଁ ନିଜେ ଗନ୍ଧମାର୍ଦ୍ଦନ ଅଞ୍ଚଳର ଲୋକ ଅଟେ । ମୁଁ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ କରିଥିବା ଆନ୍ଦୋଳନରୁ ଆଜି ଆଗକୁ ଆସିଛି । ମୋ ଦେହରେ ରକ୍ତର ଶେଷ ବିନ୍ଦୁ ଥିବା ଯାଏଁ,ଏହି ପାହାଡର ଇଞ୍ଚେ ମଧ୍ୟ କାହାକୁ ନେବାକୁ ଦେବି ନାହିଁ । "

ଗନ୍ଧମାର୍ଦ୍ଦନର ପୌରାଣିକ ଗାଥା :

ଗନ୍ଧମାର୍ଦ୍ଦନ ପାହାଡ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ସୀମାରେ ଅବସ୍ଥିତ । ଯାହା 9.8 କି.ମି ପର୍ଯ୍ୟନ୍ତ ଲମ୍ବିଛି । କୁହାଯାଏ ଏହି ପାହା ରାମାୟଣ ଯୁଗରେ ସୃଷ୍ଟି ହୋଇଥିବା ବେଳେ ଏଠି ପ୍ରଭୁ ରାମଙ୍କ ଭାଇ ଭରତ ରହୁଥିଲେ । ସେହିପରି ଲକ୍ଷ୍ମଣଙ୍କୁ ଏହି ଜଙ୍ଗଲର ଜଡ଼ି ବୁଟିରେ ସୁସ୍ଥ କରାଯାଇଥିଲା । ପରବର୍ତ୍ତୀ ସମୟରେ ଦ୍ରୌଣାଚାର୍ଯ୍ୟ ଏଠି ତାଙ୍କର ଗୁରୁକୂଳ ଖୋଲି ପାଣ୍ଡବ ପୁତ୍ରଙ୍କୁ ଶିକ୍ଷା ଦେଇଥିଲେ ବୋଲି ପୌରାଣିକ ମାନ୍ୟତା ରହିଛି । ସେହିପରି ପରବର୍ତ୍ତୀ ସମୟରେ ବୌଦ୍ଧ ସମ୍ପ୍ରଦାୟର ମଧ୍ୟ ଏହା ଏକ ପ୍ରସିଦ୍ଧ ପୀଠ ଥିଲା ବୋଲି ମାନ୍ୟତା ରହି ଆସିଛି ।

800ରୁ ଅଧିକ ଔଷଧୀୟ ବୃକ୍ଷ:

ଏଠି ଥିବା 800ରୁ ଅଧିକ ଔଷଧୀୟ ବନ ଲତା ପାଇଁ ଏହି ପାହାଡ ପରିଚିତ । ସମାନ ଭାବରେ ହରିଶଙ୍କର,ନୃସିଂହ ନାଥ ଭଳି ପୀଠ ଓ ଜଳ ମହାଦେବ ଭଳି ଏକାଧିକ ପୀଠ ରହିଛି । ଯାହା ଏଠିକାର ପର୍ଯ୍ୟଟନକୁ ସୁଦୃଢ କରି ଆସିଛି । ପାହାଡର ଚାରି ପାଖରେ ଥିବା 250ରୁ ଅଧିକ ଗାଁ ଲୋକେ ଏହି ପାହାଡ ଉପରେ ସିଧାସଳଖ ଜୀବିକା ପାଇଁ ନିର୍ଭର କରୁଛନ୍ତି । ଏହି ପାହାଡ ଏଠିକାର ଜୀବନ ଚକ୍ରର ଏକ ଅଭିନ୍ନ ଓ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ ।

ଏହା ମଧ୍ୟ ପଢନ୍ତୁ...ଗନ୍ଧମାର୍ଦ୍ଦନର ପର୍ବତରେ 800 ପ୍ରକାର ଔଷଧୀୟ ଗଛ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରିର୍ସଚ୍ଚ ଆରମ୍ଭ

ଏହା ମଧ୍ୟ ପଢନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ଏହା ମଧ୍ୟ ପଢନ୍ତୁ...ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing

ପୂର୍ବ ପୃର୍ଷ୍ଠଭୂମି...

ଏହି ପାହାଡରେ ପ୍ରଚୁର ବକ୍ସାଇଟ ଗଚ୍ଛିତ ଥିବାର 1940 ମସିହାରେ ଜଣାପଡ଼ିଥିଲା । ଯାହାକୁ ନେଇ ଭାରତୀୟ ଜିଓ ଲୋଜିକାର ସର୍ଭେ ସଂସ୍ଥା, ଓଡ଼ିଶା ଡାଇରେକ୍ଟର ଅଫ ମାଇନିଙ୍ଗ ମିଳିତ ଭାବରେ 1948ରୁ ସର୍ଭେ ଆରମ୍ଭ କରିଥିଲେ । ଏବଂ 1959 ମସିହାରେ କାନଡିଏନ ମାଇନିଙ୍ଗ ସଂସ୍ଥା ଏଠି 207 ଦଶମିକ 37 ମିଲିୟନ ଟନ ବକ୍ସାଇଟ ଥିବାର ରିପୋର୍ଟ ଦେଇଥିଲା । ଯାହା ପରେ ସେତେବେଳେ ଭାରତ ଓ ରାଜ୍ୟ ସରକାର ମିଶି ଏହାକୁ ଆମେରିକାର ଏକ କମ୍ପାନୀ ସହ ସହଭାଗିତାରେ ଖଣି ଖନନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ପରେ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଏହାର ଲିଜ ପାଇଥିବା ବେଳେ ପାହାଡକୁ ଦଶଟି ବ୍ଲକରେ ବିଭକ୍ତ କରିଥିଲା । ସାତ ନମ୍ୱର୍ ବ୍ଲକକୁ 1983ରେ ବାଲ୍କୋ କମ୍ପାନୀକୁ ଖନନ ପାଇଁ ଦିଆ ଯାଇଥିଲା । ହେଲେ ଲୋକଙ୍କ ତୀବ୍ର ବିରୋଧ ପରେ 1985ରେ ଏହି ଖଣି ଖନନ ବନ୍ଧ ହୋଇଥିଲା । ଏବେ ଆଦାନୀ ଏଠାକୁ ଆସିବା ପରେ ପୁଣି ସେହି ସନ୍ଦେହ ଓ ଭୟ ଲୋକଙ୍କ ମନରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.