ETV Bharat / health

ସକାଳୁ କେଉଁସବୁ ଖାଦ୍ୟ ଦେହ ପାଇଁ ହିତ ? ଜାଣନ୍ତୁ ଡାକ୍ତରଙ୍କଠାରୁ - HEALTHY BREAKFAST

ସକାଳ ଜଳଖିଆ ଦେହ ପାଇଁ ଅତ୍ୟନ୍ତ ଜରୁରୀ । ତେଣୁ ସବୁବେଳେ ସକାଳୁ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । କ'ଣ ସବୁ ଖାଇପାରିବେ, ଜାଣନ୍ତୁ ନ୍ୟୁଟ୍ରନିଷ୍ଟଙ୍କ ଠାରୁ

ସକାଳୁ କେଉଁସବୁ ଖାଦ୍ୟ ଦେହ ପାଇଁ ହିତ ? ଜାଣନ୍ତୁ ଡାକ୍ତରଙ୍କଠାରୁ
ସକାଳୁ କେଉଁସବୁ ଖାଦ୍ୟ ଦେହ ପାଇଁ ହିତ ? ଜାଣନ୍ତୁ ଡାକ୍ତରଙ୍କଠାରୁ (ETV Bharat)
author img

By ETV Bharat Health Team

Published : Nov 19, 2024, 5:14 PM IST

ସକାଳ ଜଳଖିଆ (ବ୍ରେକଫାଷ୍ଟ) ଆମ ଦିନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୋଜନ । ରାତିସାରା ଶୋଇବା ପରେ ସକାଳୁ ଶରୀରକୁ ଶକ୍ତି ଆବଶ୍ୟକ ହୋଇଥାଏ । ଆଉ ସକାଳ ଜଳଖିଆ ଦିନ ତମାମ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ । ସାଧାରଣତଃ ଲୋକମାନେ ଦ୍ବନ୍ଦରେ ରହିଥାନ୍ତି କି, ସକାଳେ କ'ଣ ଖାଇଲେ ଦେହ ପାଇଁ ହିତକର । କିଛି ଲୋକେ ସକାଳୁ ରୁଟି, ତରକାରୀ ଖାଇବାକୁ କହୁଥିବାବେଳେ ଆଉ କିଛି ଉପମା କିମ୍ବା ଓଟସ୍ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଚାଲନ୍ତୁ ଜାଣିବା ଏନେଇ କ'ଣ କୁହନ୍ତି ନ୍ୟୁଟ୍ରନିଷ୍ଟ

ନ୍ୟୁଟ୍ରନିଷ୍ଟ ଡଃ ଦିବ୍ୟା ଶର୍ମା କୁହନ୍ତି, ସକାଳ ଜଳଖିଆ ନା କେବଳ ସ୍ବାଦିଷ୍ଟ ହେବା ଉଚିତ୍, ବରଂ ପୌଷ୍ଟିକ ତତ୍ତ୍ବରେ ଭରପୁର ଓ ସନ୍ତୁଳିତ ହେବା ମଧ୍ୟ ଉଚିତ୍ । ରୁଟି, ପରଟା, ଉପମା, ଓଟସ୍ ଏସବୁ ଭଲ ବିକଳ୍ପ । ହେଲେ ଠିକ୍ ମାତ୍ରାରେ ଖାଇବା ଦରକାର । ଯଦି ଜଳଖିଆରେ ପ୍ରୋଟିନ, ଭିଟାମିନ, କାର୍ବୋହାଇଡ୍ରେଟ ଓ ଫାଇବର ସନ୍ତୁଳିତ ମାତ୍ରାରେ ରହେ ତେବେ ଦିନର ଆରମ୍ଭ ଉର୍ଜା ଓ ଉତ୍ସାହର ସହ ହୁଏ । ସାରା ଦିନ ଶରୀର ଆକ୍ଟିଭ ରହେ ।

କେଉଁ ପ୍ରକାର ବ୍ରେକଫାଷ୍ଟ କରିବେ ?

ବିଭିନ୍ନ ପ୍ରକାର ଖାଦ୍ୟରୁ ଭିନ୍ନ ଭିନ୍ନ ଫାଇଦା ମିଳିଥାଏ । ଯେମିତିକି ପାରମ୍ପରିକ ଜଳଖିଆ ରୁଟି-ପରଟା ଓ ତରକାରୀ ଆପଣଙ୍କୁ ଦୀର୍ଘ ସମୟ ଯାଏଁ ଶକ୍ତି ଯୋଗାଏ । କିନ୍ତୁ ଯଦି ବେଶୀ ଘିଅ କିମ୍ବା ତେଲରେ ରନ୍ଧା ହୁଏ ତେବେ ଅଧିକ ଭାରି ଲାଗେ ଯାହା ଦେହ ପାଇଁ ଖରାପ ହୋଇପାରେ । ଫଳରେ ଦିନ ସାରା ଆପଣଙ୍କୁ ମାନ୍ଦା ଲାଗେ ଓ କୌଣସି କାମ କରିବାକୁ ଆଗ୍ରହ ହୁଏନି । ସେହିପରି ଉପମା, ଓଟସ୍, ଚୁଡା ସନ୍ତୁଳା ଭଳି ଖାଦ୍ୟ ସହଜର ହଜମ ହୋଇଯାଏ । ହେଲେ ଯଦି ଏହାକୁ ଠିକ୍ ଭାବେ ପ୍ରସ୍ତୁତ ନ କରାଯାଏ ତେବେ ଏଥିରୁ ଶରୀରରୁ ସଠିକ୍ ପୌଷ୍ଟିକତା ମିଳିପାରେନି ।

ଏଠି ଜାଣିବା ଜରୁରୀ ଯେ, କେଉଁ ପ୍ରକାର ଖାଦ୍ୟ ଖାଇଲେ ଅଧିକ ସମୟ ଯାଏ ଭୋକ ଲାଗେନି ଓ ଓଜନ ନିୟନ୍ତ୍ରଣ ରହେ । ଏହାବ୍ୟତୀତ ଜଳଖିଆ ସହ ଜଡିତ କିଛି ଅଭ୍ୟାସ ମଧ୍ୟ ଶାରିରୀକ ସମସ୍ୟାର କାରଣ ହୋଇପାରେ । ବେଳେବେଳେ ଲୋକମାନେ ସକାଳେ ଭାରି ଖାଦ୍ୟ ଖାଇଦିଅନ୍ତି । ଆଉ କେତେକ ଲୋକେ ସମୟ ଅଭାବରୁ ଏବଂ ଓଜନ କମାଇବା ପାଇଁ ଜଳଖିଆ କରନ୍ତି ନାହିଁ । ଏହି ପ୍ରକାର ଅଭ୍ୟାସ ସ୍ବାସ୍ଥ୍ୟହାନି କାରଣ ହୋଇପାରେ ।

କେଉଁ ଖାଦ୍ୟ ଭଲ:

ଡଃ ଦିବ୍ୟା ଶର୍ମା କହିଛନ୍ତି, ସକାଳ ଜଳଖିଆ ପୌଷ୍ଟିକ ତତ୍ତ୍ବରେ ଭରପୂର ହେବା ଜରୁରୀ । ଏହା ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ପ୍ରଦାନ କରେ । ତେଣୁ ଖାଦ୍ୟରୁ ମିଳୁଥିବା ପୋଷଣ ଆଧାରରେ ଜଳଖିଆ କରିବା ଆବଶ୍ୟକ ।

କାର୍ବୋହାଇଡ୍ରେଟ: ରୁଟି, ପରଟା, ବ୍ରାଉନ ବ୍ରେଡ, ଓଟସ୍, ଚୁଡା ସନ୍ତୁଳା

ପ୍ରୋଟିନ: ସିଝା ଅଣ୍ଡା, ଛେନା, ବାଦାମ ଓ ସ୍ପାଉଟ୍ସ

ଫାଇବର ଓ ଭିଟାମିନ: ସବୁଜ ପରିବା, ଫଳ, ଡ୍ରାଏଫ୍ରୁଟ୍ସ

ତରଳ ପଦାର୍ଥ: କ୍ଷୀର, ପଇଡ ପାଣି, ହର୍ବାଲ ଚା'

ଏହି ତାଲିକାକୁ ଆଧାର କରି ଯଦି ଆପଣ ବ୍ରେକଫାଷ୍ଟ କରୁଛନ୍ତି ତାହେଲେ ଶରୀରକୁ ଫାଇଦା ମିଳିଥାଏ । ଏହାବ୍ୟତୀତ ଜଳଖିଆ ସହ ଜଡିତ କିଛି ନିମ୍ନୋଲିଖିତ ବିଷୟ ଓ ସାବଧାନତା ପ୍ରତି ଧ୍ୟାନ ରଖିବା ଉଚିତ୍ ।

ସନ୍ତୁଳିତ ଖାଦ୍ୟ: ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । ଯେମିତିକି ପରଟା ଖାଉଥିଲେ ଗୋଟିଏ କପ୍ ଦହି ଓ ସାଲାଡ ଖାଆନ୍ତୁ ।

ପ୍ରୋଟିନ: ଓଟସ୍ କିମ୍ବା ଚୁଡା ସନ୍ତୁଳା ଖାଉଥିଲେ ଏହାସହ ବାଦାମ ଓ ଦହି ନିଅନ୍ତୁ ।

ଘିଅ-ତେଲ: ରୁଟି ଓ ପରଟା ବନାଇବା ସମୟରେ ଅଳ୍ପ ମାତ୍ରାରେ ଘିଅ କିମ୍ବା ତେଲ ବ୍ୟବହାର କରନ୍ତୁ ।

ଫଳ ଓ ଡ୍ରାଏଫ୍ରୁଟ: ସକାଳ ଜଳଖିଆ ପରେ ଗୋଟିଏ ଫଳ ଓ କିଛି ଡ୍ରାଏଫ୍ରୁଟ୍ସ ଖାଇବା ଭଲ ।

ଠିକ୍ ସମୟରେ ଖାଆନ୍ତୁ: ସବୁବେଳେ ସକାଳ 7ଟାରୁ 9ଟା ମଧ୍ୟରେ ଜଳଖିା କରିବା ଦେହ ପାଇଁ ହିତକର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ନିଦ ଭାଙ୍ଗିଲା ପରେ ଏମିତି ଅନୁଭବ କରୁଛନ୍ତି କି ? ହୋଇପାରେ ସ୍ଲିପ୍ ପାରାଲିସିସ୍

ଏହା ମଧ୍ୟ ପଢନ୍ତୁ: ହାର୍ଟ ଓ ବ୍ରେନ ସୁସ୍ଥ ରଖେ ବିଟ୍, ଜାଣନ୍ତୁ ଆଉ କେଉଁ ରୋଗରୁ ରକ୍ଷା କରେ

ଏହା ମଧ୍ୟ ପଢନ୍ତୁ: ଭାରତର ଏପରି 7 ରହସ୍ୟମୟ ସ୍ଥାନ, ନାଁ ଶୁଣିଲେ ଡରନ୍ତି ଲୋକେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.