ଲୋକସଭା ନିର୍ବାଚନର ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସାମ୍ନାକୁ ଆସିଛି ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ବୁଥ ବାହୁଡ଼ା ମତ । ପ୍ରାୟ ସମସ୍ତ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁସାରେ NDAକୁ ମିଳିପାରେ ବହୁମତ । ଏକଜିଟ୍ ପୋଲ୍ ମଧ୍ୟରେ ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ଏନଡିଏ ସରକାରକୁ ପୁଣି ଥରେ କ୍ଷମତାକୁ ଆଣିବା ଲାଗି ଜନତା ରେକର୍ଡ ସଂଖ୍ୟକ ଭୋଟ୍ ଦେଇଛନ୍ତି । ଅବସରବାଦୀ ଇଣ୍ଡିଆ ମେଣ୍ଟ ମତଦାତାଙ୍କ ହୃଦୟକୁ ଜିତିବାରେ ଅସଫଳ ରହିଛି । ମତଦାତାମାନେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରତିଗାମୀ ରାଜନୀତିକୁ ଖାରଜ କରିଛନ୍ତି ।" ଏହାସହିତ ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିଥିବାରୁ ସେ ଦେଶର ନାଗରିକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏକଜିଟ୍ ପୋଲ 2024; ସର୍ଭେ ସଂସ୍ଥାର ଅଙ୍କକଷା, ହ୍ୟାଟ୍ରିକ ଅଭିମୁଖେ NDA ! - EXIT POLLS 2024 - EXIT POLLS 2024
Published : Jun 1, 2024, 6:11 PM IST
|Updated : Jun 1, 2024, 10:56 PM IST
22:18 June 01
ମୋର ବିଶ୍ବାସ ଅଛି...ଏକଜିଟ୍ ପୋଲ୍ ଭିତରେ ପିଏମ ମୋଦିଙ୍କ ପ୍ରତିକ୍ରିୟା
22:01 June 01
ଦିଲ୍ଲୀରେ କ୍ଲିନସ୍ବିପ କରିପାରେ ବିଜେପି
ରିପବ୍ଲିକ-ମାଟିଜ୍ ଏକଜିଟ୍ ପୋଲ୍ ଅନୁସାରେ, ଦିଲ୍ଲୀରେ ବିଜେପିକୁ 5ରୁ 7 ଆସନ ଓ ଇଣ୍ଡିଆ ମେଣ୍ଟକୁ 0-2ରୁ ଆସନ ମିଳିପାରେ ବୋଲି ଆକଳନ କରିଛି । ସେହିପରି ମହାରାଷ୍ଟ୍ରରେ ବିଜେପି-ଏନଡିଏକୁ 30ରୁ 36 ଆସନ ଓ ଇଣ୍ଡିଆ ମେଣ୍ଟକୁ 13ରୁ 19 ମିଳିପାରେ ।
20:59 June 01
ଇଣ୍ଡିଆ ଟୁଡେର ଆକଳନ; କର୍ଣ୍ଣାଟକରେ NDA ଖାତାକୁ ଯାଇପାରେ 23-25 ସିଟ୍
India Today-Axis My India ଆକଳନ ଅନୁସାରେ ଲୋକସଭା ନିର୍ବାଚନ 2024ରେ କର୍ଣ୍ଣାଟକରେ ଏନଡିଏ ମେଣ୍ଟର କ୍ଲିନ ସ୍ବିପ୍ । ବିଜେପି ନେତୃତ୍ବାଧୀନ ଏନଡିଏ ଖାତାକୁ 23ରୁ 25 ଆସନ ଯାଇପାରେ । ସେପଟେ ଇଣ୍ଡିଆ ମେଣ୍ଟ 3ରୁ 5ଟି ଆସନରେ ବିଜୟୀ ହୋଇପାରେ । ସେହିପରି କେରଳରେ UDF 20ଟି ଲୋକସଭା ଆସନରୁ 17-18ଟି ଆସନ ଜିତିପାରେ । ଏନଡିଏକୁ ମାତ୍ର 2-3ଟି ଆସନ ମିଳିପାରେ ।
20:09 June 01
NDTVର ଆକଳନ; ବିଜେପି ନେତୃତ୍ବାଧୀନ NDAକୁ ମିଳିପାରେ 365
ଏନଡିଟିଭିର ଆକଳନ ଅନୁସାରେ ଏଥର ପୁଣି ଆସିପାରେ ମୋଦି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିପାରନ୍ତି । ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏନଡିଏକୁ 365, ଇଣ୍ଡିଆ ମେଣ୍ଟକୁ 142 ଓ ଅନ୍ୟ ରାଜନୈତିକ ଦଳକୁ ମିଳିପାରେ 36ଟି ଆସନ ।
20:02 June 01
ନ୍ୟୁଜ ନେସନ୍ର ଏକଜିଟ୍ ପୋଲ୍ ରିପୋର୍ଟ; NDAକୁ ମିଳିପାରେ ବହୁମତ
ନ୍ୟୁଜ ନେସନ୍ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏନଡିଏକୁ 342-378 ଆସନ ମିଳିପାରେ । ସେହିପରି ଇଣ୍ଡିଆ ମେଣ୍ଟକୁ 153-169 ଆସନ ଓ ଅନ୍ୟ ରାଜନୈତିକ ଦଳକୁ 21-23 ଆସନ ମିଳିପାରେ ।
19:45 June 01
ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ଆକଳନ; ପୁଣି କ୍ଷମତାକୁ ଫେରିପାରେ NDA
ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁସାରେ ପୁଣି ଶାସନ କ୍ଷମତାକୁ ଫେରିପାରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ । ଏହା ସହିତ ବିଜେପି ତୃତୀୟ ଥର ଶାସନ କ୍ଷମତା ବଜାୟ ରଖିପାରେ । ନଜର ପକାନ୍ତୁ କଣ କହୁଛି ସର୍ବେକ୍ଷଣ ସଂସ୍ଥାର ଏକଜିଟ୍ ପୋଲ୍ ରିପୋର୍ଟ
19:29 June 01
ମାଟିଜ୍ର ଆକଳନ; ଶାସନ କ୍ଷମତା ବଜାୟ ରଖିପାରେ ବିଜେପି
ମାଟିଜ୍ ସର୍ବେକ୍ଷଣ ସଂସ୍ଥା ଆକଳନ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବାକୁ ଯାଉଛନ୍ତି । ଏହି ସଂସ୍ଥାର ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ ଦେଖିଲେ ଏନଡିଏକୁ 353-368, ଇଣ୍ଡିଆ ମେଣ୍ଟକୁ 118-113 ଆସନ ମିଳିପାରେ ।
19:13 June 01
ଜନ କି ବାତ୍ର ବୁଥବାହୁଡା ମତ; ଏନଡିଏକୁ 377 ଆସନ
ଜନ କି ବାତ୍ର ବୁଥବାହୁଡା ମତ ସର୍ଭେ ରିପୋର୍ଟ ଅନୁସାରେ ବିଜେପି ନେତୃତ୍ବାଧୀନ ଏନଡିଏ ଖାତାକୁ 377 ଆସନ ଯିବାକୁ ଥିବା ବେଳେ ବିରୋଧୀ ମହାମେଣ୍ଟ ଇଣ୍ଡିଆ ମେଣ୍ଟ 151ରେ ବିଜୟୀ ହେବ । ଅନ୍ୟ ରାଜନୈତିକ ଦଳ 15 ଆସନରେ ବିଜୟୀ ହେବେ ।
19:07 June 01
ଲୋକ୍ ପୋଲ୍ର ଆକଳନ; ପୁଣି ଶାସନ କ୍ଷମତାକୁ ଫେରିବ NDA
ଲୋକ୍ ପୋଲ୍ର ଏକଜିଟ୍ ପୋଲ୍ର ରିପୋର୍ଟ ଅନୁସାରେ ଏନଡିଏକୁ 325ରୁ 335 ଆସନ ମିଳିପାରେ । ଇଣ୍ଡିଆ ମେଣ୍ଟକୁ 155ରୁ 165 ଓ ଅନ୍ୟ ରାଜନୈତିକ ଦଳ 48ରୁ 55 ଆସନରେ ବିଜୟୀ ହୋଇପାରନ୍ତି ।
18:54 June 01
ରିପବ୍ଲିକ ଟିଭିର ଆକଳନ; NDAକୁ 359 ଆସନ
ପ୍ରକାଶ ପାଇବାରେ ଲାଗିଛି ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ଏକଜିଟ୍ ପୋଲ୍ । ରିପବ୍ଲିକ ଟିଭିର ଆକଳନ ଅନୁସାରେ ଏନଡିଏ 359 ଆସନ ଜିତିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟ 154 ଓ ଅନ୍ୟ ରାଜନୈତିକ ଦଳ 30ଟି ଆସନରେ ବିଜୟୀ ହେବେ ।
18:16 June 01
ଏକଜିଟ୍ ପୋଲ୍କୁ ନେଇ କେଜ୍ରିୱାଲଙ୍କ ମତ
ଏକଜାକ୍ଟ ପୋଲ୍ ପୂର୍ବରୁ ଏକଜିଟ୍ ପୋଲ୍କୁ ନେଇ ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା । ଇଣ୍ଡିଆ ମହାମେଣ୍ଟ 295ରୁ ଅଧିକ ଆସନରେ ବିଜୟୀ ହେବ । ବିଜେପିକୁ 220 ସିଟ୍ ମିଳିବାକୁ ଥିବା ବେଳେ ଏନଡିଏ ମେଣ୍ଟ ଖାତାକୁ 235 ଆସନ ଯିବ । ଇଣ୍ଡିଆ ମହାମେଣ୍ଟ କେନ୍ଦ୍ରରେ ଦୃଢ ଓ ସ୍ଥିର ସରକାର ଗଢିବାକୁ ଯାଉଛି । ଜୁନ 4 ତାରିଖରେ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା କରାଯିବ ।
18:12 June 01
ଇଣ୍ଡିଆ ମେଣ୍ଟ 295ରୁ ଅଧିକ ଆସନ ଜିତିବ: କଂଗ୍ରେସ ମୁଖ୍ୟ ଖଡ଼ଗେ
ଇଣ୍ଡିଆ ମେଣ୍ଟ ବୈଠକ ପରେ ଲୋକସଭା ନିର୍ବାଚନ 2024 ଫଳାଫଳକୁ ନେଇ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼େଗଙ୍କ ପ୍ରତିକ୍ରିୟା । କହିଲେ 295ରୁ ଅଧିକ ଆସନ ଜିତିବ ଇଣ୍ଡିଆ ମେଣ୍ଟ ।
17:24 June 01
ଏକଜିଟ୍ ପୋଲ 2024; ସର୍ଭେ ସଂସ୍ଥାର ଅଙ୍କକଷା, ହ୍ୟାଟ୍ରିକ ଅଭିମୁଖେ NDA !
ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ 2024 ଲୋକସଭା ନିର୍ବାଚନ ପ୍ରକ୍ରିୟା । ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଏକଜାକ୍ଟ ପୋଲ୍ ପୂର୍ବରୁ ଏକଜିଟ୍ ପୋଲ୍ ବା ବୁଥବାହୁଡା ମତ । କିଏ ସରକାର ଗଢିବ ? କାହାକୁ ମିଳିବ କେତେ ଆସନ ? କିଛି ସମୟ ପରେ ସଂଖ୍ୟା ସ୍ପଷ୍ଟ ହେବ । ଏପଟେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡ଼ଧଡ଼ । ତେବେ ଏକଜିଟ୍ ପୋଲ୍ ହେଉଛି ନିର୍ବାଚନ ପରବର୍ତ୍ତୀ ସର୍ଭେ । ଏହା ଦ୍ବାରା କିଏ ସରକାର ଗଢିବ ସେ ନେଇ ପୂର୍ବାନୁମାନ କରାଯାଏ । ଜୁନ 4 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଜନତା ଆଗୁଆ ଫଳାଫଳ ସମ୍ପର୍କରେ ଜାଣିପାରନ୍ତି । ଆଜି ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ବିଭିନ୍ନ ନ୍ୟୁଜ ଚ୍ୟାନେଲ ପକ୍ଷରୁ ପ୍ରକାଶ ପାଉଛି ଏକଜିଟ୍ ପୋଲ୍ । ବୁଥ୍ ବାହୁଡ଼ା ମତର ଟିକିନିକ୍ ଖବର ପାଇଁ ଇଟିଭି ଭାରତ ସହ ଯୋଡ଼ି ହୋଇ ରୁହନ୍ତୁ ।
ଏହା ମଧ୍ୟ ପଢନ୍ତୁ:ନିର୍ବାଚନ ଆସିଲେ ଚର୍ଚ୍ଚାକୁ ଆସେ ଏକଜିଟ୍ ପୋଲ ଓ ଓପିନିଅନ ପୋଲ, କଣ ଏହି ସର୍ଭେର ପୂରା କାହାଣୀ ? ଜାଣନ୍ତୁ