ଓଡିଶା

odisha

ETV Bharat / bharat

୨୦୨୪ ଲୋକସଭା ନିର୍ବାଚନ; ୪ର୍ଥ ପର୍ଯ୍ୟାୟ ମତଦାନ ଶେଷ, EVMରେ ସିଲ୍‌ ୧୭୧୭ପ୍ରାର୍ଥୀଙ୍କ ଭାଗ୍ୟ - Lok Sabha Election 2024 Phase 4 - LOK SABHA ELECTION 2024 PHASE 4

LOK SABHA ELECTION 2024 PHASE 4: ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ କେଉଁଠି କିପରି ଥିଲା, କଣ ବଡ଼ ଘଟଣା ଘଟିଥିଲା ବିସ୍ତୃତ ଭାବରେ ଜାଣନ୍ତୁ

LOK SABHA ELECTION 2024 PHASE 4
LOK SABHA ELECTION 2024 PHASE 4 (ETV Bharat Odisha)

By ETV Bharat Odisha Team

Published : May 13, 2024, 10:49 PM IST

ନୂଆଦିଲ୍ଲୀ:ପ୍ରଥମ, ଦ୍ବିତୀୟ, ତୃତୀୟ ପରେ ଆଜି ଦେଶରେ ଶେଷ ହୋଇଛି ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମୈଦାନରେ ଥିଲେ ୧୭୧୭ ପ୍ରାର୍ଥୀ । ୯ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୬ଟି ଆସନରେ ପଡ଼ିଥିଲା ଭୋଟ । କେଉଁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଏହାରି ସହିତ ୯୬ ଆସନରେ ମୋଟ ୬୨.୭୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 75.87% ମତଦାନ ହୋଇଥିବା ବେଳେ ସର୍ବନିମ୍ନ 36.01% ମତଦାନ ଜମ୍ମୁକାଶ୍ମୀରରେ ରେକର୍ଡ ହୋଇଛି ।

ମୈଦାନରେ ଥିଲେ 1717 ପ୍ରାର୍ଥୀ:- ନାମାଙ୍କନ ପ୍ରକ୍ରିୟା ବେଳେ 96 ଆସନରେ ନାମାଙ୍କନ ଭରିଥିଲେ 4264 ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ 1970 ଜଣଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 2274ଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେପଟେ 253 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ ଅଛନ୍ତି ମୋଟ 1717 ପ୍ରାର୍ଥୀ । ତେଲେଙ୍ଗାନା ସିକନ୍ଦରାବାଦରେ ସର୍ବାଧିକ 45 ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ ପ୍ରାର୍ଥୀଙ୍କ ସଂଖ୍ୟା ନବରଙ୍ଗପୁରରେ ରହିଛି । ମୋଟ 1717 ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ 1547 ଜଣ ଥିବା ବେଳେ ମହିଳା ପ୍ରାର୍ଥୀ ଅଛନ୍ତି 170 ଜଣ ।

ଭୋଟରଙ୍କୁ ଚାପୁଡା ମାରିଲେ ବିଧାୟକ:-ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ଚାଲିଥିବା ସମୟରେ ଏଭଳି ନିର୍ବାଚନୀ ହିଂସା ସାମ୍ନାକୁ ଆସିଛି । ମତଦାନ କେନ୍ଦ୍ର ଭିତରେ ହାତାହାତି ହୋଇଛନ୍ତି ବିଧାୟକ ଓ ଭୋଟର । ଏହି ବିଧାୟକ ଜଣକ ହେଉଛନ୍ତି ଶାସକ ଦଳ YSRCP ନେତା ଆନ୍ନାବାଥୁନି ଶିବକୁମାର । ବିଧାୟକ ଧାଡିରେ ନଆସି ଆଗେ ବୁଥ ଭିତରେ ପଶିବାକୁ ଚେଷ୍ଟା କରିବା ପରେ ଏହାକୁ ଜଣେ ଭୋଟର ବିରୋଧ କରିଥିଲେ । ଶିବକୁମାର ଉତ୍ତେଜିତ ହୋଇ ଭୋଟରଙ୍କୁ ଚାପୁଡ଼ା ମାରିଥିଲେ । ଏହାପରେ ଉଭୟ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା ।

ପଶ୍ଚିମବଙ୍ଗରେ ବିଜେପି-ଟିଏମସି ନେତା ମୁହାଁମୁହିଁ:-ପଶ୍ଚିମବଙ୍ଗର 8ଟି ଆସନରେ ଆଜି ଭୋଟ ପଡ଼ିଥିଲା । ବୁଥ କ୍ୟାପଚର ଅଭିଯୋଗ ଆସିବା ପରେ ବରଦ୍ବାନ-ଦୁର୍ଗାପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷ ଉକ୍ତ ବୁଥ ନିକଟକୁ ଆସିବା ବେଳେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ବର୍ଦ୍ଧମାନର ତୁଲ୍ଲା ଗ୍ରାମରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏଥିରେ ଘୋଷଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ତାଙ୍କ ୨ଟି ଗାଡ଼ିକୁ ଭାଙ୍ଗି ଦେଇଥିଲେ ଟିଏମସି କର୍ମୀ । ଏହାପରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

CAPF ଯବାନ ଶହୀଦ:- ଅନ୍ୟ ଏକ ଘଟଣାରେ ପଶ୍ଚିମବଙ୍ଗର ବିରଭୂମର ଏକ ପୋଲିଂ ବୁଥରେ ଜଣେ ସିଏପିଏଫ ଯବାନ ଶହୀଦ ହୋଇଛନ୍ତି । ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଯିବା ପରେ ତାଙ୍କୁ ରାମପୁରହାଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି ।

ଭୋଟ ଦେଲେ ନେତା-ଅଭିନେତା:-ଚତୁର୍ଥ ପର୍ଯ୍ୟାୟ ମତଦାନରେ ଅନେକ ରାଜ୍ୟରେ ନେତା ଓ ଅଭିନେତା ନିଜ ନିଜର ପୋଲିଂ ବୁଥକୁ ଆସି ମତଦାନ ସାବ୍ୟସ୍ତ କରିଥିଲେ । ତେଲେଙ୍ଗାନାର ଅଭିନେତା ଜୁନିଅର ଏନଟିଆର ହାଇଦ୍ରାବାଦର ଜୁବଲିହିଲ୍ସ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଜୁବଲି ହିଲ୍ସର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଥିଲେ । ଜୁବୁଲି ହିଲ୍ସର ଏକ ମତଦାନ କେନ୍ଦ୍ରକୁ ଆସି ଗଣତନ୍ତ୍ରର ମହାନପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ତାଙ୍କ ପତ୍ନୀ ଉଷା ନାଇଡୁ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ଜୟମାହଲ ଅଙ୍ଗନୱାଡି ମତଦାନ ବୁଥ ନମ୍ବର 138ରେ ଭୋଟ ଦେଇଥିଲେ ।

ଏହା ବି ପଢନ୍ତୁ- ବୁଥ ଭିତରେ ଭୋଟରଙ୍କୁ ଚାପୁଡା ମାରିଲେ ବିଧାୟକ, ଗୃହବନ୍ଦୀ ରଖିବାକୁ ECIଙ୍କ ନିର୍ଦ୍ଦେଶ

ଏହା ବି ପଢନ୍ତୁ- ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ; 96ଆସନରେ ମୋଟ 62.70% ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ସର୍ବାଧିକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details