ହାଇଦ୍ରାବାଦ: ଆସନ୍ତାକାଲି (ଏପ୍ରିଲ 19)ଠୁ ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ମହାପର୍ବ । ଲୋକସଭା ନିର୍ବାଚନ 2024 ପାଇଁ ଶୁକ୍ରବାର 21ଟି ରାଜ୍ୟର 102 ଲୋକସଭା ଆସନ ଲାଗି ପଡ଼ିବ ଭୋଟ । ମତଦାନ ଲାଗି ଆବଶ୍ୟକ ହୋଇଥାଏ ଭୋଟ ପରିଚୟ ପତ୍ର । ତେବେ ଯଦି ଆପଣଙ୍କ ନିକଟରେ ଏହା ନାହିଁ ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଭୋଟର ପରିଚୟ ପତ୍ର ମଧ୍ୟ ଆପଣ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇପାରିବେ । ନିର୍ବାଚନ ଆୟୋଗ ଭୋଟର ଆଇକାର୍ଡ ବିନା ମତଦାନ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି । ହେଲେ ସେଥିଲାଗି ଆବଶ୍ୟକ କିଛି ଜରୁରୀ ଡକ୍ୟୁମେଣ୍ଟ ।
ଆବଶ୍ୟକ ଏହି 12 ଡକ୍ୟୁମେଣ୍ଟ:ଯଦି କୌଣସି ମତଦାତାଙ୍କ ନିକଟରେ ଭୋଟର ପରିଚୟ ପତ୍ର ନାହିଁ, ତେବେ ସେମାନେ ମଧ୍ୟ ଭୋଟ ଦେଇ ନିଜ ନେତା ବାଛିପାରିବେ । ଏଥିଲାଗି ଆବଶ୍ୟକ ରହିଛି 12ଟି ଡକ୍ୟୁମେଣ୍ଟ । ଏହି ଡକ୍ୟୁମେଣ୍ଟ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । 12 ଫଟୋ ପରିଚୟ ପତ୍ର ମଧ୍ୟରେ ରହିଛି ଆଧାର କାର୍ଡ, MNREGA ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋ ଥିବା ପେନସନ ଡକ୍ୟୁମେଣ୍ଟ୍, କେନ୍ଦ୍ର /ରାଜ୍ୟ ସରକାର / PSU / ପବଲିକ୍ ଲିମିଟେଡ୍ କମ୍ପାନୀ ଦ୍ବାରା ଜାରି କରାଯାଇଥିବା ଫଟୋଯୁକ୍ତ ସେବା ପରଚୟ ପତ୍ର, ବ୍ୟାଙ୍କ / ପାସବୁକ୍ ଦ୍ବାରା କର୍ମଚାରୀଙ୍କୁ ଦିଆଯାଇଥିବା ଫଟୋ ସହ ସେବା ପରିଚୟ କାର୍ଡ ଅନ୍ତର୍ଭୁକ୍ତ ।
ଏହା ବି ପଢନ୍ତୁ- ଭୋଟିଂ ବେଳେ EVMରେ ତ୍ରୁଟି କିମ୍ବା ଭୁଲ୍ ବଟନ ଦବାଇଲେ କଣ କରିବେ ? ଜାଣନ୍ତୁ ବ୍ୟାକଅପ ପ୍ଲାନ୍