ନୂଆଦିଲ୍ଲୀ:ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ ପରିବାରକୁ ଆଶ୍ବସ୍ତି । ଦିଲ୍ଲୀ କୋର୍ଟ ପକ୍ଷରୁ ଅନ୍ତରୀଣ ଜାମିନ ମିଳିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ମିଳିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା 28 ତାରିଖ ପର୍ଯ୍ୟନ୍ତ, ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ । ପ୍ରତ୍ୟେକଙ୍କୁ 1ଲକ୍ଷ ଟଙ୍କା ଲେଖାଏଁ ବଣ୍ଡରେ ଅନ୍ତରୀଣ ଜାମିନ ମିଳିଛି ।
ହ୍ବିଲ ଚେୟାରରେ ଅଦାଲତ ପହଞ୍ଚିଥିଲେ ମିସା ଭାରତୀ : ଆଜି ଶୁଣାଣି ରହିଥିବା ବେଳେ ପୂର୍ବାହ୍ନ ପ୍ରାୟ 10ଟା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ମିସା ଭାରତୀ ଏକ ହ୍ବିଲ ଚେୟାରରେ କୋର୍ଟ ପହଞ୍ଚିଥିବା ନଜର ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ: Land For Job Case: ଲାଲୁ ପରିବାରକୁ ଆଶ୍ବସ୍ତି, ଜମି ଦୁର୍ନୀତି ମାମଲାରେ ମିଳିଲା ଜାମିନ
ଲ୍ୟାଣ୍ଡ ଫର ଜବ୍ ସ୍କାମ୍ ମାମଲା: ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରେଲୱେରେ ନିଯୁକ୍ତି ପାଇଁ ଲୋକଙ୍କଠାରୁ ଲାଞ୍ଚ ଭାବେ ଜମି ନେଉଥିଲେ ବା ଅତି କମ୍ ମୂଲ୍ୟରେ ଜମି କିଣୁଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନ ଓ ଝିଅ ମିଶା ଭାରତୀଙ୍କ ଘରେ ଚଢାଉ କରିଥିଲା । ତେବେ ସିବିଆଇର ଅଭିଯୋଗ ଏବଂ ପ୍ରମାଣକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ ଆରମ୍ଭ କରି କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ।
ଏହା ମଧ୍ୟ ପଢନ୍ତୁ: Land For Job Scam: ଇଡିରେ ହାଜରେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ
ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ED ଲାଲୁଙ୍କ ସମେତ ପତ୍ନୀ ରାବ୍ରି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା । ଆରଜେଡି ରାଜ୍ୟସଭା ସାଂସଦ ପ୍ରେମ ଚନ୍ଦ୍ର ଗୁପ୍ତା, ପୂର୍ବତନ ଆରଜେଡି ବିଧାୟକ ଅରୁଣ ଯାଦବ ଏବଂ ବିଧାୟକ କିରଣ ଦେବୀଙ୍କ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ପାଟନା, ଭୋଜପୁର ଏବଂ ଏରା ବାସଭବନରେ ଏହି ଚଢାଉ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ