କୋଲକାତା:ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତାର ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ କାର୍ଯ୍ୟବନ୍ଦ ସହ ଆମରଣ ଅନଶନରେ ବସିଛନ୍ତି । ଏହି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ଘଟଣାର ତଦନ୍ତ ନସରିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହାରି ମଧ୍ୟରେ ଘଟଣା ଘଟିଥିବା କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
ପଦ ଛାଡିଲେ ମେଡିକାଲ କଲେଜ ଅଧ୍ୟକ୍ଷ:-
ଗୁରୁବାର ରାତିରେ ଏହି ଘଟଣା ଘଟିବା ପରେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ ଉତ୍ତେଜନା ଲାଗି ରହିଛି । ଆଜି ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ତାଙ୍କ ନାମରେ ରାଜନୈତିକ ବିବୃତ୍ତି ଦିଆଯାଉଥିବାରୁ ସେ ନିଜ ପଦ ଛାଡିବା ଉଚିତ ବୋଲି କହିଛନ୍ତି । ସେ ଘଟଣାରେ ମର୍ମାହତ, ପୀଡିତା କନିଷ୍ଠ ଡାକ୍ତର ତାଙ୍କ ଝିଅ ପରି, ଅଭିଯୁକ୍ତ କଠୋର ଦଣ୍ଡପାଉ ବୋଲି ଡାକ୍ତର ଘୋଷ କହିଛନ୍ତି । ଅନ୍ୟପଟେ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିସାରିଛି । ଏବେ ସେ ପୋଲିସ ରିମାଣ୍ଡରେ ଜେରା ହେଉଛି । ବିରୋଧୀମାନେ ମମତା ସରକାରକୁ ଆଇନଶୃଙ୍ଖଳା ସ୍ଥିତି ନେଇ ଘେରିଛନ୍ତି ।
ଆଉ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଧମକ ଦେଇ ଯୁବକ ଗିରଫ:-