ଓଡିଶା

odisha

ସନ୍ଦୀପ ଘୋଷଙ୍କ ଘରେ CBI ରେଡ, ଦୁର୍ନୀତି ଅଭିଯୋଗରେ 15 ସ୍ଥାନରେ ଚଢାଉ - Kolkata Doctor Rape Murder

By ETV Bharat Odisha Team

Published : Aug 25, 2024, 11:31 AM IST

CBI Raids RG Kar Ex Principal Sandip Ghosh House: ଦୁର୍ନୀତି ଅଭିଯୋଗରେ ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ଚଢାଉ କଲା ସିବିଆଇ । ହୋଇପାରନ୍ତି ଗିରଫ । ଅଧିକ ପଢନ୍ତୁ

Kolkata Doctor Rape Murder
Kolkata Doctor Rape Murder (Etv Bharat)

କୋଲକାତା:କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଛାନଭିନ ଜାରି ରଖିଛି ସିବିଆଇ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ଗତକାଲି ଦୁର୍ନୀତି ଅଭିଯୋଗରେ ସିବିଆଇ ଏକ ମାମଲା ରୁଜୁ କରିଥିବା ବେଳେ ଆଜି ତାଙ୍କ ଘରେ ଚଢ଼ାଉ କରିଛି। ଏଥିସହ କୋଲକାତାରେ ଥିବା ତାଙ୍କ ସମ୍ପର୍କୀୟଙ୍କ 14ଟି ସ୍ଥାନରେ ଚଢାଉ ଜାରି ରହିଛି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ SIT ସିବିଆଇକୁ ଦୁର୍ନୀତି ମାମଲାରେ ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲା। ଦୁର୍ନୀତି ମାମଲାରେ ସିବିଆଇ ସମସ୍ତ ଦଲିଲକୁ ଶନିବାର ସକାଳେ ରାଜ୍ୟ ସରକାରଙ୍କ SIT ପକ୍ଷରୁ ଗ୍ରହଣ କରିଥିଲା।

ସନ୍ଦୀପ ଘୋଷଙ୍କ ବିରୋଧରେ ମୃତଦେହ ଚାଲାଣ ଅଭିଯୋଗ: ସନ୍ଦୀପ ଘୋଷ ହସ୍ପିଟାଲରୁ ମୃତଦେହ ଚାଲାଣ କରିବାର ଅଭିଯୋଗ ରହିଛି । ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ବୁଧବାର ହାଇକୋର୍ଟଙ୍କ ନିକଟରେ ପହଞ୍ଚି ସନ୍ଦୀପ ଘୋଷଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ଯାଞ୍ଚ ଇଡିକୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଞ୍ଜୟ ରୟ ସନ୍ଦୀପ ଘୋଷଙ୍କୁ ସୁରକ୍ଷା ଦେଉଥିଲା । ପୂର୍ବତନ ଅଧ୍ୟକ୍ଷ ବାଂଲାଦେଶକୁ ବାୟୋମେଡିକାଲ ଓ୍ବେଷ୍ଟ ଚାଲାଣ ଏବଂ ଚିକିତ୍ସା ଉପକରଣ କାରବାରରେ ସାମିଲ ଥିବା କହିଛନ୍ତି ଅଖତର ।

ଏହା ମଧ୍ୟ ପଢନ୍ତୁ-କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା - Kolkata Doctor rape murder case

6 ଜଣଙ୍କର ହେଲା ପଲିଗ୍ରାଫ ଟେଷ୍ଟ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟମାରେ ଗତକାଲି ଗିରଫ ଅଭିଯୁକ୍ତ ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ସଞ୍ଜୟ ରୟର ଜେଲରେ ଏହି ପରୀକ୍ଷା ଦେଇଥିବାବେଳେ ସନ୍ଦୀପ ଘୋଷଙ୍କ କୋଲକାତାରେ ସିବିଆଇ କାର୍ଯ୍ୟାଳୟରେ ହୋଇଥିଲା । 4 ଜଣ ଟ୍ରେନି ଡାକ୍ତରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଦିଲ୍ଲୀର ସେଣ୍ଟ୍ରାଲ ଫୋରେନସିକ ଟିମ୍‌ ଏହି ଟେଷ୍ଟ କରିଥିଲେ । ଏସମ୍ପର୍କରେ କୌଣସିବି ତଥ୍ୟ ବର୍ତ୍ତମାନ ସୁଦ୍ଧା ବାହାରକୁ ଆସିନାହିଁ । ସନ୍ଦୀପ ଘୋଷଣାଙ୍କୁ ବର୍ତ୍ତମାନ ସୁଦ୍ଧା 100 ଧରି ପଚରାଉଚରା କରିସାରିଛି ସିବିଆଇ । କିନ୍ତୁ ବୟାନରେ ତାଳମେଳ ରହୁନଥିବାରୁ ପଲିଗ୍ରାଫି ପାଇଁ ସିବିଆଇ କୋର୍ଟଙ୍କୁ ଅନୁମତି ମାଗିଥିଲା । ସେହିପରି 4 ଟ୍ରେନି ଡାକ୍ତର ଯେଉଁ ମାନେକି ଘଟଣା ଦିନ ପୀଡିତ ସହ ଖାଇଥିଲେ ସେଦିନ କଣ ଘଟିଥିଲା ତାହା ଜାଣିବାକୁ ପଲିଗ୍ରାଫି ଟେଷ୍ଟ କରାଯାଇଥିଲା । ସିବିଆଇ ସନ୍ଦୀପଙ୍କ ବିରୋଧରେ ଦୁର୍ନୀତି ନେଇ ମାମଲା ରୁଜୁ କରିଛି ।

ABOUT THE AUTHOR

...view details