ETV Bharat / state

କେନ୍ଦ୍ର ଆଗରେ ଦାବି ରଖିଲା ରାଜ୍ୟ, ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଗୁରୁତ୍ବ - CENTRAL TEAM CYCLONE DANA

ରାଜ୍ୟ ସରକାରଙ୍କ ସହ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ ଆଲୋଚନା । ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ ଗୁରୁତ୍ବ ।

CENTRAL TEAM CYCLONE DANA
CENTRAL TEAM CYCLONE DANA (ETV Bharat)
author img

By ETV Bharat Odisha Team

Published : Nov 26, 2024, 9:43 PM IST

ଭୁବନେଶ୍ବର: ବାତ୍ୟା 'ଦାନା'ର କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ । ଗତକାଲି ଜିଲ୍ଲା ପରିଦର୍ଶନ କରିବା ପରେ ଆଜି ଦିନ ତମାମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛି କେନ୍ଦ୍ରୀୟ ଦଳ । ସେହିପରି ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରିଛି ଦଳ । ଭୁବନେଶ୍ବରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମି ବିକାଶ ଉପରେ ରାଜସ୍ୱ ମନ୍ତ୍ରୀ ଦାବି ରଖିଛନ୍ତି ।

ଓଡିଶାରେ ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ:

CENTRAL TEAM CYCLONE DANA (ETV Bharat)

ବାତ୍ୟା ଦାନାର କ୍ଷୟକ୍ଷତି ଆକଳନ କରିବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛି ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ । ଟିମ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ ୨୪ ତାରିଖରୁ ଓଡିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଜିଲ୍ଲା ପରିଦର୍ଶନ ପରେ କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଦଳ । ପରବର୍ତ୍ତୀ ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଏସଆରସି ଦେଓ ରଞ୍ଜନ କୁମାର ସିଂ ସହ ବୈଠକ କରିଛି ଦଳ । ଏହାପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ଏସଆରସି ଦେଓ ରଞ୍ଜନ କୁମାର ସିଂଙ୍କ ସହିତ ଆଲୋଚନା କରିବା ସହ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିଛନ୍ତି ।

ସୃଷ୍ଟି କରାଯିବାର ବ୍ୟାପକ ହେନ୍ତାଳ ବନ:

ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଓଡିଶା ପ୍ରତିବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି । ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି । ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି । ତେଣୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ହେବା ଦରକାର । ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉ ।"

ବ୍ୟାପକ ବନୀକରଣ ଲାଗି କେନ୍ଦ୍ର ନିକଟରେ ପ୍ରସ୍ତାବ:

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଜଣାଶୁଣା । ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ଲାଗି ଆମେ କେନ୍ଦ୍ରୀୟ ଟିମ ଆଗରେ ଅନେକ ପ୍ରସ୍ତାବ ରଖିଛୁ । ବନ୍ୟା ଓ ବାତ୍ୟା ଦ୍ୱାରା ଦୁର୍ବଳ ଘର ଭାଙ୍ଗି ଯାଉଛି । ଆମେ କ୍ଷତିପୂରଣ ଦେଉଛୁ । ଭାଙ୍ଗିବା, ଗଢିବା ଓ କ୍ଷତିପୂରଣ ପ୍ରକ୍ରିୟା ପ୍ରତିବର୍ଷ ଲାଗି ରହିଛି । ତେଣୁ ବନ୍ୟା ଓ ବାତ୍ୟାକୁ ସମ୍ଭାଳି ପାରିବା ଭଳି ଘର ପାଇଁ ଆମେ ପ୍ରସ୍ତାବ ରଖିଛୁ । ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ । ବନ୍ୟା ଓ ବାତ୍ୟା ଦ୍ଵାରା ଶକ୍ତି ବିଭାଗ ସମେତ ବହୁ ବିଭାଗର ପ୍ରଚୁର କ୍ଷତି ହୋଇଥାଏ । ମୁଣ୍ଡ ଉପରେ ବଦଳରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାରେ ପ୍ରତିରୋଧି ବନ୍ଧ ଓ ବ୍ୟାପକ ବନୀକରଣ ଲାଗି କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛି ଓଡିଶା ।"

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ, ବାଲେଶ୍ୱରରେ କେନ୍ଦ୍ରୀୟ ଟିମ

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ

ସେହିପରି ଓଡ୍ରାଫକୁ ଅତ୍ୟାଧୁନିକରଣ କରିବାରେ କେନ୍ଦ୍ରର ସହଯୋଗ ଲୋଡିଛି ରାଜ୍ୟ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଓଡିଶା ଗସ୍ତରେ ଆସିଲେ ଓଡିଶା ଏହି ଦାବି ଦୋହରାଇବ । କେନ୍ଦ୍ରୀୟ ଟିମର ମୁଖ୍ୟ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.