ETV Bharat / state

ଆଜୀବନ ସଜ୍ଜାରରୁ ମିଳିଲା ମୁକ୍ତି, ସମ୍ବିଧାନ ଦିବସରେ ମୁକୁଳିଲେ ୧୪ କଏଦୀ - CONSTITUTION DAY PRISONERS RELEASED

ସମ୍ବିଧାନ ଦିବସ ଅବସରରେ ଜେଲରୁ ମୁକୁଳିଛନ୍ତି ୧୪ ଜଣ ଆଜୀବନ ସଜ୍ଜା କାଟୁଥିବା କଏଦୀ । କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଏମାନଙ୍କୁ ମୁକ୍ତ କରାଯାଇଛି ।

Prisoners Released From Jail
Prisoners Released From Jail (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 10:48 PM IST

ଭୁବନେଶ୍ବର: ଅପରାଧ ପାଇଁ ବର୍ଷ ବର୍ଷ ଧରି ଭୋଗୁଥିଲେ ଜେଲଦଣ୍ଡ । ଜେଲର ନିବୁଜ ଚାରିକାନ୍ଥ ଭିତରେ ସଜ୍ଜା କାଟୁଥିଲେ । ଆଜି ସମ୍ବିଧାନ ଦିବସରେ ମୁକୁଳିଛନ୍ତି ଆଜୀବନ ସଜ୍ଜା କାଟୁଥିବା କଏଦୀ । ଓଡ଼ିଶାର ବିଭିନ୍ନ ଜେଲରୁ ମୁକୁଳିଛନ୍ତି ୧୪ କଏଦୀ । ସେପଟେ ସମ୍ବିଧାନ ଦିବସରେ ନୂତନ ଆଇନ BNS ୪୯୭ ଦଫା ଆଧାରରେ ଆହୁରି ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ମିଳିଛି ।

ଜେଲରୁ ମୁକୁଳିଲେ ଆଜୀବନ ସଜା କାଟୁଥିବା ୧୪ କଏଦୀ:

ହତ୍ୟା, ଦୁଷ୍କର୍ମ, ଡକାୟତି, ରାହାଜାନି ଭଳି ଅପରାଧ କରି ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ମୁକ୍ତି ମିଳିଛି । ବିଭିନ୍ନ ଅପପରାଧିକ ମାମଲାରେ ଆଜୀବନ ସଜ୍ଜା କାଟୁଥିବା ୧୪ ଜଣ କଏଦୀମାନଙ୍କୁ ଓଡ଼ିଶାର ବିଭିନ୍ନ ଜେଲରୁ ମୁକୁଳିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଉଲକେଲାରୁ ୨ ଜଣ, ଜାମୁଝରି ଜେଲର ୩ ଜଣ, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର, ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ ଜେଲରୁ ଜଣେ ଲେଖାଏଁ ଆଜୀବନ ସଜ୍ଜା କାଟୁଥିବା କଏଦୀ ଜେଲରୁ ମୁକୁଳିଛନ୍ତି । କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ଏମାନଙ୍କ ମୁକ୍ତି ଲାଗି ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରିଥିଲା । ରିଭ୍ୟୁ ସେଣ୍ଟେନ୍ସ ବୋର୍ଡର ନିଷ୍ପତ୍ତି କ୍ରମେ ବିଭିନ୍ନ ଜେଲରୁ ମୁକଳିଛନ୍ତି ଏହି କଏଦୀ ।

Prisoners Released From Jail (ETV Bharat Odisha)
କେମିତି ରହିଛି ମୁକୁଳିବାର ପ୍ରକ୍ରିୟା:

ଏନେଇ ଜେଲ ଡିଜି ଅରୁଣ ରାୟ କହିଛନ୍ତି, "ଆଜୀବନ ସଜା କାଟୁଥିବା ୧୪ ଜଣ କଏଦୀଙ୍କୁ ମୁକୁଳାଇବା ପାଇଁ ଓଡ଼ିଶା ସରକାର ଘୋଷଣା କରିଛନ୍ତି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହି କଏଦୀଙ୍କୁ ଜେଲରୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜେଲରେ କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ମୁକୁଳାଇବା ପାଇଁ ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିସ କରେ । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ସରକାରଙ୍କ ଠାରୁ ଅନୁମୋଦନ ଆଣିବା ପରେ ୧୪ ଜଣଙ୍କୁ ମୁକୁଳାଯାଇଛି । ଆଜୀବନ ସଜ୍ଜା କାଟୁଥିବା କଏଦୀମାନଙ୍କ ଆଚାର ବ୍ୟବହାର ସଠିକ ଅଛି ନା ନାହିଁ ଜେଲ ସୁପରିଟେଣ୍ଡେଣ୍ଟ ଏକ ରିପୋର୍ଟ ଦିଅନ୍ତି । ପରେ ଏସପି ଓ ଜିଲ୍ଲାପାଳ ପ୍ରଶାସନିକ ପକ୍ଷରୁ ଏକ ରିପୋର୍ଟ ଦିଅନ୍ତି । ସେଣ୍ଟେସ ରିଭ୍ୟୁ ବୋର୍ଡ ମେମ୍ବର ଗୃହ ସଚିବ, ପୋଲିସ ଡିଜି, ଆଇନ ସଚିବ, ଜେଲ ଡିଜିଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏନେଇ ନିଷ୍ପତ୍ତି ନିଆଯାଏ । ସେହି ହିସାବରେ ୧୪ ଜଣ କଏଦୀଙ୍କୁ ମୁକୁଳିବା ପାଇଁ ନିର୍ଦ୍ଦେଶ କ୍ରମେ ସେମାନେ ଜେଲରୁ ମୁକୁଳିଛନ୍ତି । ବିଏନଏସ ୪୭୯ ଦଫାରେ ୧୦ ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ମିଳିଛି ।"

BNS-୪୭୯ ଦଫାରେ ୧୦ ଜଣ ବିଚାରାଧୀନ କଏଦୀଙ୍କୁ ମୁକ୍ତି:

ତେବେ ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କ ସହ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା ବା BNSର ୪୯୭ ଦଫାରେ ଆଧାରରେ ପ୍ରଥମ ଥର ୧୦ ଜଣ କଏଦୀ ମୁକୁଳିଛନ୍ତି‌ । ଯେଉଁଥିରୁ ଝାରପଡ଼ା ଜେଲରୁ ୯ ଜଣ ଓ ଜଗତସିଂହପୁର ଜିଲ୍ଲା କାରଗାରରୁ ଜଣେ କଏଦୀ ମୁକୁଳିଛନ୍ତି । କଏଦୀମାନଙ୍କୁ ସୁଧାର ପାଇଁ ଅର୍ଥାତ୍ ଯେଉଁମାନେ ବିଚାରାଧିନ କଏଦୀ ରହିଛନ୍ତି ସେମାନଙ୍କୁ ଜାମିନ ପାଇଁ ଏକ ନିୟମ ରହିଛି । ଯେଉଁଥିରେ ପ୍ରଥମ ଥର ଅପରାଧ କରି ଜେଲ ଆସୁଥିବା ଅର୍ଥାତ୍ ପରିସ୍ଥିତିରେ ପଡ଼ି ହେଉ ବା ପାରିବାରିକ ପରିସ୍ଥିତିରେ ସେ ପ୍ରଥମ ଥର ଅପରାଧ କରି ଜେଲ ଆସିଥିବ ଓ ନିଜ ସଜ୍ଜାର ଏକ ତୃତୀୟାଂଶ ଜେଲ ଅବଧି କାଟିଛନ୍ତି ତେବେ ସେମାନଙ୍କୁ ମୁକୁଳିବା ପାଇଁ ଏକ ରାସ୍ତା ରହିଛି । ଯାହା କ୍ରମରେ ବିଭିନ୍ନ ଜିଲ୍ଲାରୁ ଆଜି ୧୦ ଜଣ କଏଦୀ ମୁକୁଳିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜେଲ୍‌ ଭିତରେ 'ମୁକ୍ତି'ର ସ୍ବର, ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ - Radio Mukti

ଏହା ମଧ୍ୟ ପଢ଼ନ୍ତୁ...ଣ୍ଡାଶୋକରୁ ଧର୍ମାଶୋକ: ତିହାର ଜେଲର 700 କଏଦୀଙ୍କୁ ମିଳିଲା ଚାକିରି, 1200ଙ୍କ ଖୁବଶୀଘ୍ର ଜଏନିଂ - prisoners got jobs

ଆର୍ଥିକ ଦୁର୍ବଳଙ୍କୁ ସହଯୋଗ:

ସେହିପରି କିଛି ସମୟରେ ଦେଖାଯାଏ ଯେ, ବେଲ ପାଇ ସାରିଥିବା କଏଦୀ ନିଜ ପାଖରେ ଅର୍ଥ ଅଭାବରୁ ବେଲବଣ୍ଡ ବା ଫାଇନ ନ ଦେଇପାରି ସଜ୍ଜା କାଟୁଥିବା ନଜରକୁ ଆସିଥାଏ । ସେନେଇ ମଧ୍ୟ ଜେଲ ବିଭାଗର Poor Prisoners Schemeରେ ୩ ଜଣ ବିଗତ ମାସକ ମଧ୍ୟରେ ଗତ ୫ ତାରିଖରେ ଓ ୧୦ ତାରିଖରେ ଓ ୨୫ତାରିଖରେ ମୁକଳି ସାରିଛନ୍ତି । ଅର୍ଥାତ ସେମାନଙ୍କର ବେଲ୍ ବଣ୍ଡ ପାଇଁ ଟଙ୍କା ବା ଫାଇନ ମଧ୍ୟ ଗରିବ ଅନୁନ୍ନତ ଶ୍ରେଣୀର‌ ହୋଇଥିବା ଦୃଷ୍ଟିରେ ରଖି ଜେଲ କର୍ତ୍ତୃପକ୍ଷ ଏନେଇ ସହଯୋଗ କରିଛନ୍ତି । ଆହୁରି ୩ ଜଣଙ୍କ ଆଜୀବନ ସଜ୍ଜା କାଟୁଥିବା କଏଦୀ ନାଁରେ ପ୍ରସ୍ତାବ ଯାଇଛି‌ । ୩ ଜଣ କଏଦୀ ନାଁ ମଧ୍ୟ ବିଚାରବିମର୍ଶ ଚାଲୁଛି । ନିଷ୍ପତ୍ତି ପରେ ସେମାନେ ମଧ୍ୟ ମୁକୁଳିପାରନ୍ତି ବୋଲି ସୂଚନା ଦେଇଛନ୍ତି ଜେଲ ଡିଜି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.