ETV Bharat / bharat

ଡିସେମ୍ବର 20ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରେ ଗୋଟିଏ ଆସନ ଖାଲି

ରାଜ୍ୟସଭାରେ ଖାଲି ପଡିଥିବା 6 ଆସନ ପାଇଁ ହେବ ଉପ ଉପନିର୍ବାଚନ । ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରେ ଖାଲି ପଡିଛି ଗୋଟିଏ ଆସନ ।

RAJYA SABHA BY POLLS
RAJYA SABHA BY POLLS (ETV Bharat)
author img

By ETV Bharat Odisha Team

Published : 3 hours ago

Updated : 48 minutes ago

ହାଇଦ୍ରାବାଦ: ଡିସେମ୍ବର 20ରେ ରାଜ୍ୟସଭା ଉପନିର୍ବାଚନ । 4ଟି ରାଜ୍ୟର 6ଟି ଆସନ ପାଇଁ ହେବ ଉପନିର୍ବାଚନ । ଭାରତୀୟ ନିର୍ବାଚନ ଆୟୋଗ ECIଙ୍କ ପକ୍ଷରୁ ଘୋଷଣା । ଡିସେମ୍ବର 3ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର 10 ତାରିଖ ନାମାଙ୍କନର ଶେଷ ତାରିଖ । ଓଡ଼ିଶାରେ ଖାଲି ପଡିଛି ଗୋଟଏ ଆସନ । ସୁଜିତ କୁମାରଙ୍କ ଇସ୍ତଫା ପାଇଁ ଖାଲି ହୋଇଛି ଗୋଟିଏ ଆସନ ।

Rajya Sabha By polls
Rajya Sabha By polls (ETV Bharat Odisha)

ଡିସେମ୍ବର 20ରେ ରାଜ୍ୟସଭା ଉପନିର୍ବାଚନ-

ଡିସେମ୍ବର 20 ତାରିଖରେ ରାଜ୍ୟସଭା ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶା ସମେତ 4 ରାଜ୍ୟରେ ଖାଲି ପଡ଼ିଥିବା 6ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର 3ରେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ । 11 ତାରିଖ ନାମାଙ୍କନ ଯାଞ୍ଚ ଓ 13 ତାରିଖ ପ୍ରତ୍ୟାହାରର ଶେଷ ତାରିଖ ।

କେଉଁ ରାଜ୍ୟରେ ରାଜ୍ୟସଭା ଉପ ନିର୍ବାଚନ-

ଓଡିଶାରେ ସୁଜିତ କୁମାର ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ପଡିଛି । ସେହିପରି ଆନ୍ଧ୍ର ପ୍ରଦେଶରେ 3ଟି ଆସନ, ପଶ୍ଚିମ ବଙ୍ଗରେ ଗୋଟିଏ ଆସନ, ହରିୟାଣାରେ ଗୋଟିଏ ଆସନ ଖାଲି ପଡିଛି ।

ଆଗୁଆ ମମତା, ପରେ ସୁଜିତ-

ସୁଜିତ କୁମାରଙ୍କ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ସେପ୍ଟେମ୍ବର ୬ରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ମମତା ମହାନ୍ତଙ୍କ ପରେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ।

ଏହା ବି ପଢନ୍ତୁ- Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ, କହିଲେ ଦଳ ନିର୍ଦ୍ଦେଶ ଦେଇଥିଲା - Jagannath Pradhan nomination

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର

ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ଏପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁଜିତ କୁମାରଙ୍କ ରାଜ୍ୟସଭାରୁ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ତେବେ ସୁଜିତ କୁମାର ପ୍ରଥମେ ରାଜ୍ୟସଭାରୁ ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ପୋଖରୀରେ କୁଦା ମାରିଥିଲେ ସୁଜିତ କୁମାର । ସୁଜିତ ଗେରୁଆ ଶିବିରରେ ସାମିଲ ହେବା ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ ।

ବିଜେଡି ଛାଡିଥିଲେ ମମତା-

ନିକଟରେ ମମତା ମହାନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ହାତ ଛାଡି ବିଜେପିରେ ସାମିଲ ହୋଇଥିଲେ । ପରେ ପୁଣି ବିଜେପିରୁ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି ମମତା ମହାନ୍ତ ।

Last Updated : 48 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.