ETV Bharat / state

ସୁଜାତାଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ କଲେ ମୋହନ ମାଝୀ ସରକାର - IAS SUJATA KARTHIKEYAN

ସୁଜାତାଙ୍କ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କଲେ ସରକାର । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । 6 ମାସ ହେଲା ଛୁଟିରେ ଥିଲେ ।

SUJATA
SUJATA (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 9:33 PM IST

ଭୁବନେଶ୍ବର: ଆଜି ମୋହନ ମାଝୀ ସରକାର IAS ସୁଜାତା ଆର କାର୍ତ୍ତିକେୟନ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ । ଛୁଟି ଅବଧି ସମ୍ପୂର୍ଣ୍ଣ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ:

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ନବୀନ ସରକାର ସମୟରେ ରାଜ୍ୟ ପ୍ରଶାସନରେ ବେଶ ଦବଦବା ରଖିଥିବା ଜଣେ ମହିଳା ପ୍ରଶାସିକାଙ୍କ ଛୁଟି ଆବେଦନକୁ ମୋହନ ମାଝୀ ସରକାର ଅଗ୍ରାହ୍ୟ କରିଛନ୍ତି । ପୂର୍ବରୁ ମିଶନ ଶକ୍ତି ସଚିବ ତଥା ସାଧାରଣ ନିର୍ବାଚନ ସମୟରେ ଅର୍ଥ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୦୦ ବ୍ୟାଚର ଆଇଏଏସ ସୁଜାତା ଆର କାର୍ତ୍ତିକେୟନ ଛୁଟି ବୃଦ୍ଧି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତାଙ୍କ ଆବେଦନ କରିଥିଲେ । ଛୁଟି ଅବଧି ସମ୍ପୂର୍ଣ୍ଣ ହେବା ପରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Sujata Leave Cancel
Sujata Leave Cancel (ETV Bharat Odisha)

ଝିଅ ପରୀକ୍ଷା ପାଇଁ ଛୁଟିରେ ଥିଲେ ସୁଜାତା:

ଚଳିତ ବର୍ଷ ମେ’ ମାସରୁ ସୁଜାତା ଝିଅ ମ୍ୟାଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟିରେ ଯାଇଥିଲେ । ମେ’ ମାସ ୩୧ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସେ କରିଥିବା ଛୁଟି ଆବେଦନକୁ ସରକାର ଗ୍ରହଣ କରିଥିଲେ । ସାଧାରଣ ନିର୍ବାଚନ ବେଳୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ରହିଛନ୍ତି ସୁଜାତା । ନିର୍ବାଚନରେ ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟେଇ ଦେଇଥିଲେ ନିର୍ବାଚନ ଆୟୋଗ । ପ୍ରଶାସକରୁ ବିଜେଡି ନେତା ଓ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ସୁଜାତା ଝିଅ ପରୀକ୍ଷା ପାଇଁ ଛୁଟିରେ ଯାଇଥିବା କୁହାଯାଉଥିଲା ।

SUJATA
SUJATA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଝିଅର ମାଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ - Sujata Karthikeyan on Leave

ବଦଳିଲେ ସୁଜାତା; ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବରେ ଶାଳିନୀ - Sujata Karthikeyan

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.