ETV Bharat / bharat

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରରେ ବଢ଼ିଲା ଚର୍ଚ୍ଚା - EKNATH SHINDE STEPS DOWN

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଚାମଚଳା ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲେ ରାଜ୍ୟପାଳ । ଖୁବଶୀଘ୍ର ବସିବ ମହାୟୁତି ମେଣ୍ଟ ବିଧାୟକ ଦଳ ବୈଠକ ।

ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେଙ୍କ ଇସ୍ତଫା
ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେଙ୍କ ଇସ୍ତଫା (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 2:14 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ । ସେ ଆଜି ରାଜଭବନରେ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ସେ ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିବେ । ଆଜି ଇସ୍ତଫା ପତ୍ର ପ୍ରଦାନ ବେଳେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ଓ ଏନସିପିର ଅଜିତ ପାଓ୍ବାର ଉପସ୍ଥିତ ଥିଲେ ।

  • ଆଜି ସରିଲା ବିଧାନସଭା କାର୍ଯ୍ୟକାଳ:-

ଆଜି (26 ନଭେମ୍ବର)ରେ ମହାରାଷ୍ଟ୍ର ବିଧାନସଭା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ପଦରୁ ଇସ୍ତଫା ଦେଇଛନ୍ତି । ଶିବସେନାର ବରିଷ୍ଠ ନେତା ତଥା ବିଦାୟୀ ସରକାରରେ ମନ୍ତ୍ରୀ ଦୀପକ କେଶରକର କହିଛନ୍ତି,‘‘ନିୟମ ଅନୁସାରେ, ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ନୂଆ ସରକାର ଶପଥ ନେବାକୁ ଯାଉଛି । ଦଳ ବା ମେଣ୍ଟରେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ରହିଥାଏ । ଏହା ସ୍ବାଭାବିକ କଥା । କିନ୍ତୁ ମୁଖ୍ୟମନ୍ତ୍ରୀ କି’ଏ ହେବେ ସମ୍ପର୍କରେ ଦଳୀୟ ଶୀର୍ଷ ନେତୃତ୍ବ ନିଷ୍ପତ୍ତି ହେବେ । ଯାହା ଶୀର୍ଷସ୍ତରରେ ନିଷ୍ପତ୍ତି ହେବ, ତାକୁ ସମସ୍ତେ ଗ୍ରହଣ କରିବେ । ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଜଣାପଡିବ ଓ ସରକାର ଶପଥ ଗ୍ରହଣ ଉତ୍ସବ ହେବ ।’’

ଏହା ମଧ୍ୟ ପଢନ୍ତୁ :- 60ବର୍ଷ ପରେ ବିରୋଧୀ ଦଳ ନେତା ବିନା ଚାଲିବ ମହାରାଷ୍ଟ୍ର ବିଧାନସଭା; ମୁଖ୍ୟମନ୍ତ୍ରୀ ରେସରେ କିଏ, ସୋମବାର ସୁଦ୍ଧା ନିଷ୍ପତ୍ତି ?

  • ଫଡନାଭିସଙ୍କୁ ନେଇ ବଢିଲା ଚର୍ଚ୍ଚା

ବିଜେପି ନେତୃତ୍ବାଧୀନ ‘ମହାୟୁତି ମେଣ୍ଟ’ 288 ଆସନରୁ 230 ଆସନ ଜିତି ଏଥର ଐତିହାସିକ ବହୁମତ ପାଇଛି । ବିଜେପି ମେଣ୍ଟର ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି । ବିଜେପି ଏକାକୀ 132ଟି ଆସନ ଜିତିଥିବା ବେଳେ ସିନ୍ଦେ ଗୋଷ୍ଠୀ ଶିବସେନା 57 ଏବଂ ଅଜିତ ପାଓ୍ବାରଙ୍କ ଏନସିପି 41ଟି ଆସନ ଜିତିଛି । ତେଣୁ ଜନାଦେଶ ଆରମ୍ଭରୁ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ଚୌକି ବଜାୟ ରହିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଆସନ ବିଜେପି ଖାତାକୁ ଯିବା ନେଇ ରାଜନୈତିକ ବିଷାରଦମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେଣୁ ଏବେ ସିନ୍ଦେଙ୍କ ଇସ୍ତଫା ପରେ ଯଦି ବିଜେପି କ୍ୟାମ୍ପରେ ସର୍ବାଧିକ କେଉଁ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି, ସେ ହେଉଛନ୍ତି ଦେବେନ୍ଦ୍ର ଫଡନାଭିସ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ମହାୟୁତି ମେଣ୍ଟର ବିଧାୟକ ଦଳ ବୈଠକ ବସିପାରେ । ଏହି ବୈଠକରେ ହିଁ ବିଜେପି କେନ୍ଦ୍ରୀୟ ତଥା ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତି କଣ ଜଣାପଡିବ ।

ଏହା ମଧ୍ୟ ପଢ଼ନ୍ତୁ-

ମହାରାଷ୍ଟ୍ରରେ ମହାୟୁତି ସୁନାମି, ଝାଡ଼ଖଣ୍ଡରେ JMM ଇଣ୍ଡି-ମେଣ୍ଟର ସୁପର ସୋ’

ମେଁ ସମନ୍ଦର ହୁଁ, ଲୋଟକର ବାପସ ଆଉଁଗା...ସତ ହେଲା ଫଡନାବିସଙ୍କ ଭବିଷ୍ୟବାଣୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.