ETV Bharat / state

ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ, ପଚରାଉଚରା କରୁଛନ୍ତି ୩ଟି ଟିମ - CRIME BRANCH INVESTIGATION JAJPUR

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତନାଘନା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

CRIME BRANCH INVESTIGATION JAJPUR
CRIME BRANCH INVESTIGATION JAJPUR (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 9:19 PM IST

ଯାଜପୁର: ଗତ ୨୦ ତାରିଖରୁ ଯାଜପୁର ଜିଲ୍ଲା ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ପ୍ରଥମେ ରାତିରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଓ ପର ଦିନ ବିରଜା ହାଟକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହା ଥମିବାର ନାଁ ଧରୁନାହିଁ । ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେଇଥିବା ବେଳେ ଆଜି ଦ୍ଵିତୀୟ ଦିନରେ ତଦନ୍ତ ଜାରି ରହିଛି । ଆକ୍ରମଣସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିବା ବେଳେ ବିରଜା ମନ୍ଦିର ନିକଟସ୍ଥ ଗଣ୍ଡଗୋଳସ୍ଥଳକୁ ଯାଇ ଏହାର ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ:

CRIME BRANCH INVESTIGATION JAJPUR (ETV Bharat Odisha)

ଆଜି ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର ୩ଟି ଟିମର ବିଭିନ୍ନ ଅଞ୍ଚଳରେ ତଦନ୍ତ ଚଲାଇଛନ୍ତି । ତଦନ୍ତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ବି ଯାଜପୁର ଟାଉନର ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ଜାରି ରହିଛି ତଦନ୍ତ । ଗତକାଲି ୬ ଦିନ ଧରି ଦିନରାତି ତମାମ ସହରରେ ଚେକିଂ ଚାଲିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଜାରି ଅନୁସନ୍ଧାନ ରଖିଛି । ଆଜି ୨ୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳଗୁଡ଼ିକୁ ଯାଇ ଲୋକଙ୍କୁ ପଚରାଉଚରା କରୁଛନ୍ତି । ସେପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଯାଜପୁରରେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରୁଛନ୍ତି । ଅନ୍ୟପଟେ ଯାଜପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଜିଲ୍ଲାପାଳ କହିଛନ୍ତି ।

କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କଲେ ବବି:

ସେପଟେ ଗତକାଲି ସନ୍ଧ୍ୟାରେ ୩ଟି ମାମଲାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ତଥା ପୂର୍ବତନ ପୌର ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଏସଡିଜେଏମ କୋର୍ଟ । ଫଳରେ ଭବଙ୍କୁ ପୁନର୍ବାର ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ୧୭ଟି ମାମଲା ରୁଜୁ ହେଇଥିବା ବେଳେ ଯାଜପୁର ସଦର ପୋଲିସ ୧୪ ଜଣଙ୍କୁ ଓ ଟାଉନ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "କ୍ରାଇମବ୍ରାଞ୍ଚ ତଦନ୍ତକୁ ମୁଁ ବହୁତ ସ୍ବାଗତ କରୁଛି । ସଠିକ୍ ଭାବରେ ତଦନ୍ତ ହେଉ, ସତ୍ୟ ବାହାରୁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ବିରଜା ପ୍ରକଳ୍ପ ପାଇଁ ମୋ ପରିବାର ସମସ୍ତଙ୍କୁ ବାନ୍ଧା ହେଲେ ମୁଁ ସ୍ବାଗତ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ, ସ୍କାନରରେ ବବିଙ୍କ ଭାଇ ଭବ

ଏହା ମଧ୍ୟ ପଢ଼ନ୍ତୁ...ଯାଜପୁରରେ ପୋଲିସ ଫ୍ଲାଗମାର୍ଚ୍ଚ, ସାମିଲ ହେଲେ ଡିଆଇଜି-ଜିଲ୍ଲାପାଳ

'ନିୟନ୍ତ୍ରଣରେ ଆଇନ ଶୃଙ୍ଖଳା ପରିସ୍ଥିତି':

ଅନ୍ୟପକ୍ଷେ ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି, "ବର୍ତ୍ତମାନ ଯାଜପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ଅଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ବିରଜା ପ୍ରକଳ୍ପକୁ ନେଇ ଯେଉଁ ଯୋଜନା ରହିଛି ତାକୁ ଠିକ୍‌ ସମୟରେ ଶେଷ କରାଯିବ । ବିରଜା ପ୍ରକଳ୍ପକୁ ଭଲରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିରଜା ମନ୍ଦିର ସେବାୟତ ଓ ହାଟର ବ୍ୟବସାୟୀମାନଙ୍କୁ ଡାକି ଆଲୋଚନା କରାଯିବ ।" ସେପଟେ ପ୍ରତ୍ୟେକ୍ଷଦର୍ଶୀ ଭାବେ କ୍ରାଇମବ୍ରାଞ୍ଚକୁ ବୟାନ ଦେଇଥିବା ରାସ୍ତା କଡର ବ୍ୟବସାୟୀ କହିଛନ୍ତି ଯେ, ଘଟଣାଦିନ ଚାଷୀ ଓ ହାଟ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ପୁରୁଣା ଜାଗାରେ ହାଟ ଖୋଲିବା ଦରକାର । ଅନ୍ୟପଟେ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ମା' ବିରଜାଙ୍କ ସେବାୟତ । ପୂର୍ବରୁ ଯାହା ନିଷ୍ପତ୍ତି ହୋଇଥିଲା ତାହା ଅବିଳମ୍ବେ କାର୍ଯ୍ୟକାରୀ ହେଉ । ପ୍ରକଳ୍ପ ଜାଗାରେ ପ୍ରକଳ୍ପ ହେଉ । ହାଟ ପାଇଁ ଆଉ ଜମି ଅଧିଗ୍ରହଣ କରାଯାଉ ।

ଇଟିଭି ଭାରତ, ଯାଜୁପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.