ନୂଆଦିଲ୍ଲୀ:ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ ମାର୍ଲିନା । ଆସନ୍ତାକାଲି (ଶନିବାର ସେପ୍ଟେମ୍ବର ୨୧) ସେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଆପ୍ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଥିଲା ମୋହର । ଆଉ ଦିଲ୍ଲୀର ଏହି ତୃତୀୟ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଆତିଶୀ ମାର୍ଲେନାଙ୍କ ବ୍ୟକ୍ତିଗତ ଜୀବନ କିପରି ? ସେ କାହାକୁ ବିବାହ କରିଛନ୍ତି, ଆସନ୍ତୁ ଜାଣିବା।
କ'ଣ କରନ୍ତି ଆତିଶୀଙ୍କ ସ୍ୱାମୀ:
IIT ଓ IIM ଭଳି ଶିକ୍ଷାନୁଷ୍ଠାନରେ ପଢିଛନ୍ତି ଆତିଶୀଙ୍କ ସ୍ବାମୀ ପ୍ରବୀଣ ସିଂ। ଗାଁରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ସେ ବିଭିନ୍ନ ଧରଣର ପ୍ରଚେଷ୍ଟା କରୁଛନ୍ତି । ଆତିଶୀ ମଧ୍ୟ ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଗାଁରେ ସୁଧାର ଆଣିବାକୁ ଏନଜିଓ ମାଧ୍ୟମରେ କାମ କରୁଥିଲେ।
ଆତିଶୀ-ପ୍ରବୀଣଙ୍କ ଲଭ ଷ୍ଟୋରୀ:
ଆତିଶୀ ଓ ପ୍ରବୀଣ ପରସ୍ପରକୁ ଦିଲ୍ଲୀରେ ଭେଟିଥିଲେ । ଗ୍ରାମ ସୁଧାର କାର୍ଯ୍ୟକ୍ରମରେ ଭାଗ ନେଇ ଉଭୟ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଭୟଙ୍କ ମଧ୍ୟରେ ଥିବା ସମାନ ଚିନ୍ତାଧାରା ପରସ୍ପରକୁ ନିକଟତର କରିଥିଲା । ତେଣୁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ ଆତିଶୀ ଓ ପ୍ରବୀଣ । ଏହାପରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିବାହର ରୂପ ନେଲା । 2004ରେ ଆତିଶୀ ଏବଂ ପ୍ରବୀଣଙ୍କ ବିବାହ ହୋଇଥିଲା । ପ୍ରବୀଣ ପଞ୍ଜାବ ରାଜପୁତ ପରିବାରର ଅଟନ୍ତି । ଅନ୍ୟପଟେ ଆତିଶୀ ଇଶାଇ ଧର୍ମର ହୋଇଥିବାବେଳେ ବିବାହ ପରେ ସେ ତାଙ୍କ ସାଜ୍ଞା 'ମାର୍ଲିନା' ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି ।