ଓଡିଶା

odisha

ETV Bharat / bharat

କୃଷକଙ୍କୁ ଆଜି ମିଳିବ ‘ପିଏମ କିଷାନ ସମ୍ମାନ ନିଧି’ କିସ୍ତି, ମହାରାଷ୍ଟ୍ରରୁ ଭେଟି ଦେବେ ମୋଦି - PM Kishan Nidhi

କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଶହରା ଭେଟି । ଆଜି ସାଢେ ୯ କୋଟି କୃଷକଙ୍କ ଖାତାକୁ ଯିବ ‘ପିଏମ କିଷାନ ସମ୍ମାନ ନିଧି’ର ୧୮ତମ କିସ୍ତି ।

ପିଏମ କିଷାନ ନିଧିର 18ତମ କିସ୍ତି ଭେଟି ଦେବେ ପ୍ରଧାନମନ୍ତ୍ରୀ
ପିଏମ କିଷାନ ନିଧିର 18ତମ କିସ୍ତି ଭେଟି ଦେବେ ପ୍ରଧାନମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Oct 5, 2024, 10:14 AM IST

ନୂଆଦଲ୍ଲୀ: ଆଜି କୃଷକଙ୍କ (ଚାଷୀ) ଖାତାକୁ ଯିବ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର 18ତମ କିସ୍ତି । ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି ରାଶି ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରିବେ । ଦେଶର ବିଭିନ୍ନ ରାଜ୍ୟର 9.4 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ‘ଡିବିଟି’ ମାଧ୍ୟମରେ 20 ହଜାର କୋଟି ଟଙ୍କା ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ ।

ବର୍ଷକୁ ୬ ହଜାର :

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ‘ପିଏମ କିଷାନ’ ଅଧୀନରେ ଦେଶର କୃଷକମାନଙ୍କୁ ବାର୍ଷିକ 6 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ 4 ମାସ ବ୍ୟବଧାନରେ ବାର୍ଷିକ 3 କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ଦୁଇ ହଜାର ଟଙ୍କା ପଠାଯାଉଛି । ଏହି କେନ୍ଦ୍ରୀୟ ଯୋଜନା ଏବେ 18ତମ କିସ୍ତିରେ ପହଞ୍ଚିବାକୁ ଯାଉଛି ।

  • ସାଢେ ୯ କୋଟି ଚାଷୀଙ୍କ ଖାତାକୁ ଯିବ ଟଙ୍କା

ପ୍ରଧାନମନ୍ତ୍ରୀ ମୋଦି ଆଜି ମୁମ୍ବାଇରେ ପ୍ରଥମ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋର ଶୁଭାରମ୍ଭ କରିବେ । କୋଲାବା-ବାନ୍ଦ୍ରା- ‘ଏସଇଇପିଜେଡ’ ମଧ୍ୟରେ ମୁମ୍ବାଇ ମେଟ୍ରୋର ଏହି ତୃତୀୟ ରୁଟ୍‌ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେବ । ଏହା ସହ ପ୍ରଧାନମନ୍ତ୍ରୀ କେତକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବା ସହ କୃଷକ କଲ୍ୟାଣ ଯୋଜନା ‘ପିଏମ କିଷାନ’ର 18ତମ କିସ୍ତି ରାଶିକୁ ମଧ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିବେ । ଆଜିର କିସ୍ତିକୁ ମିଶାଇ ଏହି କେନ୍ଦ୍ରୀୟ ଯୋଜନା ମୋଟ 3.45 ଲକ୍ଷ କୋଟିରୁ ଅଧିକ ଆବଣ୍ଟନରେ ପହଞ୍ଚିବ ।

ଏହା ମଧ୍ୟ ପଢ଼ନ୍ଚୁ: ବରଗଡ଼ରେ ପିଏମ କିସାନ ଉତ୍ସବ, ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଦେଖନ୍ତୁ LIVE - Odisha CM In PM Kishan Utsav

ଏହା ମଧ୍ୟ ପଢ଼ନ୍ତୁ:PM kishan yojana: 8 କୋଟି ଚାଷୀଙ୍କ ଖାତାକୁ ଗଲା 16,621 କୋଟି ଟଙ୍କା

  • ‘ପିଏମ କିଷାନ’ ଯୋଜନା ସମ୍ପର୍କରେ...

‘ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦି ସରକାର 2019 ଫେବୃଆରୀରେ ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ ତିନୋଟି କିସ୍ତିରେ 6 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ସିଧାସଳଖ ବେନିଫିଟ ଟ୍ରାନ୍ସଫର (DBT) ମୋଡରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ରାଶି ହସ୍ତାନ୍ତର ହେଉଛି । ଏହି ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ତ DBT ଯୋଜନା ମଧ୍ୟ । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର 17ଟି କିସ୍ତିରେ 11 କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 3.24 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି । ଆଜିର ଏହି କିସ୍ତିକୁ ମିଶାଇ 3.45 ଲକ୍ଷ କୋଟିରେ ପହଞ୍ଚିବ ।

ଏହାମଧ୍ୟ ପଢନ୍ତୁ:- ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢନ୍ତୁ:- ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

ଏହା ମଧ୍ୟ ପଢନ୍ତୁ:- କନେଷ୍ଟବଳ ନିଯୁକ୍ତି, ବୟସ ସୀମା ନେଇ ହାଇକୋର୍ଟଙ୍କ ବଡ଼ ରାୟ - Constable Exam Issue in HC

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details