ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଥିଲା ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିବା ବେଳେ ଏହାକୁ ଅବମାନନା କରିଛନ୍ତି କେଜ୍ରିଓ୍ବାଲ । ଇଡିର ଏହି ସମନକୁ ବେଆଇନ ବୋଲି କହିଛି ଆପ । କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି ।
ଏହା ମଧ୍ୟ ପଢନ୍ତୁ-ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ
ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି(ସୋମବାର) କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଇଡି ଡକାଇଥିଲା । ମନି ଲଣ୍ଡରିଂରେ ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଏହା ହେଉଛି ଦ୍ୱିତୀୟ ମାମଲା । ଯେଉଁଥିରେ କେଜ୍ରିଓ୍ବାଲଙ୍କୁ ଜେରା ପାଇଁ ଗତକାଲି ସମନ କରିଥିଲା ଇଡି । କିନ୍ତୁ ସେ ଆଜି ଇଡିରେ ହାଜର ହେବେ ନାହିଁ । ଯେତେବେଳେ କୋର୍ଟରୁ ଜାମିନ ଅଛି, ଇଡି ବାରମ୍ବାର କାହିଁକି ଡକାଉଛି ବୋଲି ପ୍ରଶ୍ନ କରିଛି ଆମ ଆଦମୀ ପାର୍ଟି । ଏଥି ସହିତ ଏହି ସମନକୁ ବେଆଇନ ବୋଇନ ବୋଲି କହିଛି ଆପ୍ । ଦିଲ୍ଲୀ ଜଳ ବୋର୍ଡ ମାମଲାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା 50 ଅନୁଯାୟୀ ଇଡି ପକ୍ଷରୁ କେଜ୍ରିଓ୍ବାଲଙ୍କୁ ସମନ ହୋଇଥିଲା ।