ଓଡିଶା

odisha

ETV Bharat / bharat

ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident - KAVACH TO PREVENT ACCIDENT

'Kavach' By Indian Railways: ଟ୍ରେନ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ରକ୍ଷା କବଚ 'କବଚ' । ପୂର୍ବତଟ ରେଳବାଇ ବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଖୁବ ଶୀଘ୍ର ବ୍ୟବହାର ହେବାକୁ ଯାଉଛି କବଚ ବ୍ୟବସ୍ଥା । ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ଦେଇଛନ୍ତି ସୂଚନା ।

kavach Anti Collision Technology In Indian-railways
kavach Anti Collision Technology in Indian Railways (ETV Bharat)

By ETV Bharat Odisha Team

Published : Sep 19, 2024, 10:13 AM IST

Updated : Sep 19, 2024, 1:11 PM IST

ହାଇଦ୍ରାବାଦ: ଭାରତୀୟ ରେଳବାଇକୁ ଦେଶର ଲାଇଫ୍ ଲାଇନ ବୋଲି କୁହାଯାଏ । କାରଣ ଦେଶରେ ରେଳଯାତ୍ରାର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି । ହେଲେ ଅନେକ ସମୟରେ ବଡ଼ ବଡ଼ ଟ୍ରେନ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି । ଯାହାକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଟ୍ରେନ ଦୁର୍ଘଟଣାବେଳେ ସୁରକ୍ଷା କବଚ ପାଲଟିବ 'କବଚ' । ଆସନ୍ତୁ ଜାଣିବା କେମିତି ?

Kavach (Indian Railways)

କିପରି କାମ କରେ କବଚ ?

କବଚରେ ରହିଛି ଦୁର୍ଘଟଣା ରୋକିବା ଟେକ୍ନୋଲୋଜି (Anti Collision Technology) । ଅର୍ଥାତ୍ ନିର୍ଦ୍ଦିଷ୍ଟ ଗତି ସୀମା ଭିତରେ ଟ୍ରେନ ଯାତ୍ରା କରୁଥିଲେ, ଯଦି ଲୋକୋ ପାଇଲଟ ବ୍ରେକ୍ ଲଗାଇବାରେ ବିଫଳ ହୁଅନ୍ତି ତେବେ ସ୍ବୟଂ ଚାଳିତ ବ୍ରେକ୍ ଲଗାଇଥାଏ 'କବଚ' । ଏହାସହ ପାଗ ଖରାପ ଥିଲେ ଟ୍ରେନ ଚଳାଇବାରେ ଲୋକୋ ପାଇଲଟଙ୍କୁ ସହଯୋଗ ମଧ୍ୟ କରିଥାଏ । ଯାତ୍ରୀବାହୀ ଟ୍ରେନରେ ଏହାର ପରୀକ୍ଷଣ ୨୦୧୬ ମସିହାରେ ପ୍ରଥମ ଥର ହୋଇଥିଲା ।

Kavach (Indian Railways)

କବଚ ଟେକ୍ନୋଲୋଜି:

କବଚ ହେଉଛି ଏକ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ, ଯାହାକି ଆରଡିଏସଓ (Research Design and Standards Organisation) ଦ୍ବାରା ବିକଶିତ କରାଯାଇଛି । (SIL4 Safety Integrity Level) ପ୍ରଣାଳୀରେ ଏହା କାମ କରୁଛି । ଫଳରେ ସିଗନାଲ ସହ ଅନ୍ୟ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ 'କବଚ' । ଆସନ୍ତା ୫ ବର୍ଷ ଭିତରେ ୪୪ ହଜାର କିଲୋମିଟର ରେଳ ଟ୍ରାକରେ କବଚ ସିଷ୍ଟମ ଲଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତୀୟ ରେଳବାଇ । ବର୍ତ୍ତମାନ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ାକୁ ଯୋଗାଯୋଗ କରୁଥିବା ରେଳ ଲାଇନରେ ଏହି କାମ ଜାରି ରହିଛି ।

Kavach (Indian Railways)

୬ ବର୍ଷରେ ସବୁଠି ଲାଗିବ କବଚ:

୨୦୨୨ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କବଚର ଟ୍ରାଏଲ ସମୟର ଭିଡିଓ ଜାରି କରିଥିଲେ । ବର୍ତ୍ତମାନ କେନ୍ଦ୍ରରେ ମୋଦି ୩.୦ ସରକାରଙ୍କୁ ୧୦୦ ଦିନ ପୂର୍ତ୍ତି ଅବସରରେ କବଚ ବିଷୟରେ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, UPA ସରକାର ବେଳେ ୧୭୧ଟି ଟ୍ରେନ ଦୁର୍ଘଟଣା ଘଟିଥିଲା । ହେଲେ ତାହା ହ୍ରାସ ପାଇ ଗତବର୍ଷ ୪୦ ଟି ଦୁର୍ଘଟଣା ଘଟିଛି । ଏହାକୁ ଶୂନ କରିବା ଦିଗରେ ଆମେ ପ୍ରୟାସ ଜାରି ରଖିଛୁ । ତଦନ୍ତ କରାଯାଇ ତ୍ରୁଟିରେ ସୁଧାର ଅଣାଯାଉଛି । ୯୭ ହଜାର ସିଗ୍ନାଲ ପ୍ୟାନେଲ ଯାଞ୍ଚ ସହ ୨୫ହଜାର କିମି ରେଳ ଲାଇନ ନବୀକରଣ ହୋଇଛି । ରେଳ ସୁରକ୍ଷା ପାଇଁ ସାରା ଦେଶରେ କବଚ ସିଷ୍ଟମ କାର୍ଯ୍ୟକାରୀ ହେବ । ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ ଏହା ଲଗାଯିବ ।

Kavach (Indian Railways)

ଏହା ବି ପଢନ୍ତୁ...ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ବି ପଢନ୍ତୁ...ଏହା ବି ପଢନ୍ତୁ...ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

ଏହା ବି ପଢନ୍ତୁ...ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

ଆଗ୍ରାରୁ ବାରାଣସୀ ଗଡ଼ିବ ବନ୍ଦେ ଭାରତ କବଚ4.0( Bande Kavach):

Kavach (Indian Railways)

ଉତ୍ତରପ୍ରଦେଶର ଆଗ୍ରାରୁ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା ହେବ ସହଜ । ଆଉ ଆଗ ଭଳି ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । କାରଣ ଆଗ୍ରାରୁ ବାରାଣସୀ ମଧ୍ୟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏଥିରେ ଲାଗିଥିବା ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ (ATP) ଦ୍ବାରା ସୁରକ୍ଷା ଆହୁରି ସଶକ୍ତ ହେବ । ଏହା କେବେଠାରୁ ଚାଲିବ ସେନେଇ ଖୁବଶୀଘ୍ର ରେଳବାଇ ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ପୂର୍ବତଟ ରେଳବାଇରେ ଖୁବଶୀଘ୍ର କବଚ ବ୍ୟବସ୍ଥା :
ପୂର୍ବତଟ ରେଳବାଇରେ (ଇଷ୍ଟକୋଷ୍ଟ ରେଲୱେ) ଖୁବ ଶୀଘ୍ର ଲାଗିବ କବଚ ।ଇଞ୍ଜିନିୟର ଦିବସ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ପରମେଶ୍ବର ଫଙ୍କୱାଲ । ସେ କହିଛନ୍ତି ଯେ, ଟ୍ରାକରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ଏକ ବଡ଼ କାର୍ଯ୍ୟ ହାତକୁ ନିଆଯାଇଛି । ଖୁବଶୀଘ୍ର କବଚ ସିଷ୍ଟମ EcoR ଜୋନରେ କାର୍ଯ୍ୟକ୍ଷମ କରାଯିବ ।

Last Updated : Sep 19, 2024, 1:11 PM IST

ABOUT THE AUTHOR

...view details