ଓଡିଶା

odisha

ETV Bharat / bharat

ଇଡି, ସିବିଆଇ, ଆଇଟି ରେଡ ଏବେ ବିଜେପିର ପସନ୍ଦ ଖେଳ ପାଲଟିଛି: ସିଦ୍ଧରମୈୟା - ବିଜେପି ଉପରେ ବର୍ଷିଲେ ସିଦ୍ଧରମୈୟା

Siddaramaiah lashed out at BJP: ଜମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ ପରେ ବିଜେପି ଉପରେ ବର୍ଷିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କହିଲେ ସତ ଲୁଚାଇବାକୁ ରେଡ କରିବା ବିଜେପିର ପସନ୍ଦ ଖେଳ ପାଲଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 23, 2024, 5:07 PM IST

ବେଙ୍ଗାଲୁରୁ:ଜମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ରେଡ ପରେ ବିଜେପି ଉପରେ ବର୍ଷିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସତଠାରୁ ଲୁଚକାଳି ଖେଳିବା ଲାଗି ଇଡି, ସିବିଆଇ ଓ ଆଇଟି ରେଡ କରିବା ଏବେ ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏହା ଏବେ ବିଜେପିର ପସନ୍ଦ ଖେଳ ପାଲଟିଯାଇଥିବା କହିଛନ୍ତି ସିଦ୍ଧରମୈୟା ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, "ପୁଲୱାମା ଆକ୍ରମଣ ନେଇ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଉଥିଲେ । ଏହା ପରେ ତାଙ୍କ ବାସଭବନରେ ସିବିଆଇ ରେଡ ହେଉଛି । ବିଜେପିର ଏବେ ଫେଭରେଟ ଗେମ ହେଉଛି ଇଡି, ସିବିଆଇ ଓ ଆଇଟି ରେଡ୍‌ । କେବଳ ସତ କଥାକୁ ଲୁଚାଇବା ଲାଗି ଏହି ରେଡ କରାଯାଉଛି । ମାତ୍ର ଜନତାଙ୍କ ନିକଟରେ ଏକ ଟ୍ରମ୍ପ କାର୍ଡ ରହିଛି, ଯାହା ହେଉଛି ନିର୍ବାଚନ । ଜନତା ଏବେ ବଟମ ଦବାଇ ବିଜେପିକୁ ଆଉଟ୍‌ କରନ୍ତୁ । ଏବେ ଭାରତକୁ ସୁରକ୍ଷା ଦେବାର ସମୟ ଆସିଛି । ଜନତା କେବଳ ଏକ ବଟମ ଦବାଇ ଏହା କରିପାରିବେ ।"

ଏହା ବି ପଢନ୍ତୁ- ସତ୍ୟପାଲଙ୍କ ଘରେ ପଶିଲା CBI, 30 ଠିକଣାରେ ଚଢ଼ାଉ

ଗତକାଲି ସିବିଆଇ ସତ୍ୟପାଲଙ୍କ ବାସଭବନ ଓ ଅନ୍ୟ କିଛି ସ୍ଥାନରେ ଏହି ରେଡ କରିଥିଲା । ଗତ ୨୦୧୯ ଜମ୍ମୁକାଶ୍ମୀର କିସ୍ଥତ୍ବାରଠାରେ କେନ୍ଦ୍ର ପ୍ରସ୍ତାବିତ ୨୨୦୦ କୋଟି ଟଙ୍କା ମୂଲ୍ୟର କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହି ରେଡ କରିଛି ସିବିଆଇ । ସେହି ସମୟରେ ଜମ୍ମୁକାଶ୍ମୀରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । ସେ ଜମ୍ମୁକାଶ୍ମୀର ରାଜ୍ୟପାଳ ଭାବେ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଦାୟିତ୍ବ ଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ- ପୁଲଓ୍ବାମା ଆକ୍ରମଣରୁ ରାଜନୈତିକ ଫାଇଦା ନେଇଛି BJP, ପ୍ରଧାନମନ୍ତ୍ରୀ ମୋତେ ଚୁପ କରିଥିଲେ: ସତ୍ୟପାଲ ମଲ୍ଲିକ

ସିବିଆଇ ରେଡ ପରେ ସତ୍ୟପାଲ ମଲ୍ଲିକ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସାଇଟରେ ପ୍ରତିକ୍ରିୟା ରଖି କହିଥିଲେ, "ଗତ ୩ରୁ ୪ ଦିନ ଧରି ମୁଁ ଅସୁସ୍ଥ ଅଛି ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଏହା ସତ୍ତ୍ବେ ସିବିଆଇ ମୋ ବାସଭବନରେ ରେଡ କରୁଛି । ମୋ ଡ୍ରାଇଭର ଓ ଆସିଷ୍ଟାଣ୍ଟକୁ ମଧ୍ୟ ପଚରାଉଚରା କରାଯାଇଥିବା ବେଳେ ବିନା କାରଣରେ ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ମୁଁ ଜଣେ ଚାଷୀ ପୁଅ । ଏଭଳି ରେଡକୁ ମୁଁ ଡରେ ନାହିଁ । ମୁଁ ଚାଷୀମାନଙ୍କ ସହିତ ଅଛି ।" ସିବିଆଇର ଅଭିଯୋଗ ଅନୁସାରେ କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟରେ ଇ-ଟେଣ୍ଡରିଂ ଲାଗି ଥିବା ଗାଇଡଲାଇନର ଉଲ୍ଲଙ୍ଘନ ହୋଇଛି । ସେପଟେ ଗତବର୍ଷ ଡିସେମ୍ବରରେ ଏହି ମାମଲାରେ ସିବିଆଇ ଦିଲ୍ଲୀ, ନୋଏଡା, ଚଣ୍ଡିଗଡ଼, ସିମଲାର ୬ଟି ସ୍ଥାନରେ ରେଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details