ଓଡିଶା

odisha

ETV Bharat / bharat

ରିଆସୀ ଆକ୍ରମଣ ମାମଲା: ସହଯୋଗୀ ହକିମୁଦ୍ଦିନ ଗିରଫ, ଆତଙ୍କବାଦୀଙ୍କଠାରୁ ନେଇଥିଲା ୬ ହଜାର ଟଙ୍କା - Reasi Terror Attack - REASI TERROR ATTACK

Reasi Terror Attack Associate Arrested: ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ମାମଲା । ଆତଙ୍କବାଦୀଙ୍କଠାରୁ ୬ ହଜାର ଟଙ୍କା ନେଇ ଷଡଯନ୍ତ୍ରରେ ସାମିଲ ଥିବା ହକିମୁଦ୍ଦିନକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Reasi Terror Attack
Reasi Terror Attack (Terror Attack)

By ETV Bharat Odisha Team

Published : Jun 19, 2024, 10:14 PM IST

ଶ୍ରୀନଗର:ଜମ୍ମୁକାଶ୍ମୀର ରିଆସୀ ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ମାମଲା । ଜମ୍ମୁ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା । ୯ ଜୁନରେ ଆତଙ୍କୀ ହମଲା ଯୋଗୁ ଭାରସାମ୍ୟ ହରାଇ ଖସିଥିଲା ବସ । ଫଳରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୪୦ ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ଏହି ଆକ୍ରମଣ ସହ ଜଡିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛି ହକିମୁଦ୍ଦିନ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଆତଙ୍କବାଦୀଙ୍କୁ ସହଯୋଗ କରିଥିଲେ । ଏହି କାମ ପାଇଁ ସେ ୬ ହଜାର ଟଙ୍କା ନେଇଥିବା ସ୍ବୀକାର ମଧ୍ୟ କରିଛି । ଅଭିଯୁକ୍ତ ପୋଲିସ ନିକଟରେ କହିଛି ଯେ, ଆତଙ୍କୀଙ୍କୁ ସହଯୋଗ କରିବା ଦ୍ବାରା ତାକୁ ମୋଟା ଅଙ୍କର ଟଙ୍କା ମିଳିବା ନେଇ ପ୍ରଲୋଭନ ଦେଖାଯାଇଥିଲା । ତେଣୁ ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି କରିଥିବା ସ୍ବୀକାର କରିଛି । ଏହାସହ ଏହି ଆଟାକ୍ ପଛରେ ସାମିଲ ଥିବା ୩ ଜଣଙ୍କ ବିଷୟରେ ସୂଚନା ପ୍ରଦାନ କରିଛି ହକିମୁଦ୍ଦିନ । ବର୍ତ୍ତମାନସୁଦ୍ଧା ପ୍ରାର୍ୟ ୫୦ ଜଣଙ୍କୁ ଏହି ମାମଲାରେ ଅଟକ ରଖି ପଚରାଉଚରା କରିଛି ପୋଲିସ ।

ଏହା ବି ପଢନ୍ତୁ...ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: 10 ମୃତ, ୩୦ରୁ ଅଧିକ ଆହତ - Terrorists Open Fire At Pilgrims Bus

କହି ରଖୁଛୁ, ଚଳିତ ମାସ ୯ ତାରିଖରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଥିଲେ ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଗୁଳିମାଡ କରିଥିଲେ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୪୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତାହତମାନେ ସମସ୍ତେ ତୀର୍ଥଯାତ୍ରୀ ଥିଲେ । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ଆକ୍ସନ ମୋଡକୁ ଆସି ମାମଲାର ଜୋରଦାର ଖୋଳତାଡ କରିଥିଲା ଜମ୍ମୁକାଶ୍ମୀର ପୋଲିସ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିସକୁ ମିଳିଛି ସଫଳତା ।

ଏହା ବି ପଢନ୍ତୁ...ଜମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା: ମିଳିଲାଣି ୧୦ ମୃତଦେହ, ଆତଙ୍କୀ ହମଲା ସନ୍ଦେହ

ABOUT THE AUTHOR

...view details