ଓଡିଶା

odisha

ETV Bharat / bharat

ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସୁପର ସୋ, କାମ କଲା କି କଳ୍ପନା ଫ୍ୟାକ୍ଟର ? - JHARKHAND ELECTION RESULT

ଝାଡ଼ଖଣ୍ଡରେ ଇତିହାସ ରଚିଲେ ହେମନ୍ତ ସୋରେନ । ପତ୍ନୀ କଳ୍ପନା ସୋରେନ ବିଜୟୀ । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Nov 23, 2024, 5:33 PM IST

ରାଞ୍ଚି (ଝାଡ଼ଖଣ୍ଡ): ୨୦୨୪ ବିଧାନସଭା ନିର୍ବାଚନରେ ଆସିଲା ଜନାଦେଶ । ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଶାସକ ଦଳ ହାତରେ ବଜାୟ ରହିଲା କ୍ଷମତା । ଝାଡ଼ଖଣ୍ଡରେ JMM-Congress ଇଣ୍ଡିଆ ମହାଗଠବନ୍ଧନ (INDIA) ସାନଦାର ବିଜୟ ହାସଲ କରିଛି । ଇତିହାସ ରଚିଛନ୍ତି ଜେଏମଏମ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କ୍ରମାଗତ ଦ୍ବିତୀୟ ଥର ପାଇଁ କ୍ଷମତା ହାତେଇଛନ୍ତି ।

ଝାଡ଼ଖଣ୍ଡରେ ସୋରେନ ସରକାର :

୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉଭୟ ଶାସକ ଇଣ୍ଡିଆ ମେଣ୍ଟ ଏବଂ ବିରୋଧୀ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ପାଇଁ ଚ୍ୟାଲେଞ୍ଜିଂ ଥିଲା । ଆଉ ଏହାକୁ ଅଧିକ ଗୋଳମାଳିଆ କରିଥିଲା ଓପିନିଅନ ପୋଲ (Opinion Poll) ଏବଂ ଏକଜିଟ ପୋଲ ଆକଳନ (Exit Poll) । ନଭେମ୍ବର ୨୩ ଜନାଦେଶ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛି । ପୂର୍ଣ୍ଣ ବହୁମତ ସହ ଝାଡ଼ଖଣ୍ଡରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି JMM ନେତୃତ୍ବାଧୀନ INDIA ମେଣ୍ଟ ।

ହେମନ୍ତXଫ୍ୟାକଟର:

ବିଧାନସଭା ନିର୍ବାଚନରେ X ଫ୍ୟାକ୍ଟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନର ପୂରା ଦାୟିତ୍ବ ନିଜେ ମୁଣ୍ଡାଇ ଥିଲେ ହେମନ୍ତ । ଜେଲରେ ଥିବା ବେଳେ ପତ୍ନୀ କଳ୍ପନା ସୋରେନ ଗ୍ରାଉଣ୍ଡ ସମ୍ଭାଳୁଥିବା ବେଳେ, ଜେଲରୁ ବାହାରି ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହ ନିର୍ବାଚନ ପାଇଁ କରିଥିଲେ ସ୍ବତନ୍ତ୍ର ରଣନୀତି । ହେମନ୍ତ ଏବଂ ପତ୍ନୀ କଳ୍ପନା ଦୁହେଁ ୨୦୦ରୁ ଅଧିକ ନିର୍ବାଚନୀ ରାଲି ଏବଂ ଜନସଭା କରିଥିଲେ । ସେ ନିଜ ଦଳ ଜେଏମଏମ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ INDIA ମେଣ୍ଟ କଂଗ୍ରେସ ଏବଂ ଆରଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ । ସବୁଠୁ ବଡ଼ କଥା ହେଉଛି, ହେମନ୍ତ ଏବଂ କଳ୍ପନା ରାଜ୍ୟର ସମସ୍ତ ୮୧ ବିଧାନସଭା କ୍ଷେତ୍ର ବୁଲି ପ୍ରଚାର କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ସୁଦୃଢ଼ କରିଥିଲେ ।

ହେମନ୍ତଙ୍କୁ ଜେଲ୍ ଟର୍ଣ୍ଣିଂ ପଏଣ୍ଟ :

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇଥିଲେ ହେମନ୍ତ । ଗିରଫଦାରୀ ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି, ଚମ୍ପାଇ ସୋରେନଙ୍କୁ ସିଏମ୍ ସିଟରେ ବସାଇ ଜେଲ୍ ଯାଇଥିଲେ । ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଯାଇଥିବା ଅଭିଯୋଗ ଆଣି, ଲୋକଙ୍କ ପାଖକୁ ଯାଇଥିଲେ ପତ୍ନୀ କଳ୍ପନା । ଗ୍ରାଉଣ୍ଡ ଜିରୋର ଏହାକୁ ପ୍ରସଙ୍ଗ କରିଥିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) । ଭିକ୍ଟିମ କାର୍ଡ ଖେଳିଥିଲା ଜଏମଏମ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ହେମନ୍ତ ସୋରେନ ନିଜ ପୋଷ୍ଟରରେ ଜେଲ୍ ଏବଂ ହାତକଡ଼ି ପିନ୍ଧିଥିବା ଦର୍ଶାଯାଇଥିଲା । ଏହା କେବଳ ହେମନ୍ତ ସୋରେନ କିମ୍ବା ସିବୁ ସୋରେନ ବୀରାସତ ପ୍ରତି ସମବେଦନା ସାଉଣ୍ଟି ନଥିଲା, ବରଂ ସମର୍ଥନ ବଢ଼ାଇଥିବା ଝାଡ଼ଖଣ୍ଡର ରାଜନୀତି ବିଶ୍ଳେଷକମାନେ ମତ ଦିଅନ୍ତି ।

ହେମନ୍ତ-କଳ୍ପନା ଏବଂ ଆଦିବାସୀ ଅସ୍ମିତା:

ଝାଡ଼ଖଣ୍ଡରେ ସବୁଠୁ ବଡ଼ ଭୋଟ ବ୍ୟାଙ୍କ ଆଦିବାସୀ ଏବଂ ମୁସଲିମ ମତଦାତା । ଆଦିବାସୀ ଭୋଟରଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି ହେମନ୍ତ । ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ବାରମ୍ବାର ହଇରାଣ ହରକତ କରାଯାଉଥିବାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଥିଲା ଦଳ । ଆଦିବାସୀ ବହୁଳ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଭଲ ପ୍ରଦର୍ଶନ କରିଛି ଜେଏମଏମ ।

ଏହା ମଧ୍ୟ ପଢ଼ନ୍ଚୁ-

ମହାରାଷ୍ଟ୍ର-ଝାଡ଼ଖଣ୍ଡ ଜନାଦେଶ: କେଉଁଠି କିଏ ମୁଖ୍ୟମନ୍ତ୍ରୀ ଚେହେରା ?

ବିଧାନସଭା ଜନାଦେଶ ୨୦୨୪: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କି’ଏ ପିନ୍ଧିବ ତାଜ୍‌

ବଟଙ୍ଗେ ତୋ କଟେଙ୍ଗେ ଏବଂ ଡେମୋଗ୍ରାଫି ଚେଞ୍ଜରୁ ହେମନ୍ତଙ୍କୁ ଫାଇଦା ?

ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ସ୍ଲୋଗାନ ଥିଲା ବଟଙ୍ଗେ ତୋ କଟେଙ୍ଗେ ଏବଂ ଏକ ହୋ ତୋ ସେଫ୍ ହେୋ । ବିଜେପି ବାଂଲାଦେଶୀ ଅନୁପ୍ରବେଶକାରୀ, ଡେମୋଗ୍ରାଫି ପରିବର୍ତ୍ତନ ଏବଂ ରୋଟି-ବେଟି-ମାଟିକୁ ମୁଦ୍ଦା କରିଥିଲା । ପୂରା ନିର୍ବାଚନ ପ୍ରକ୍ରିୟାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପଦ୍ରବ ଏବଂ ଆଦିବାସୀ ଯୁବତୀଙ୍କୁ ବିବାହ ସହ ଜମି କବଜା ଅଭିଯୋଗ ପ୍ରସଙ୍ଗ ଉଠାଇଥିଲା ବିଜେପି । ଅପରପକ୍ଷରେ ବିଜେପି ଲୋକଙ୍କ ମଧ୍ୟରେ ଶତ୍ରୁତା ଭରୁଥିବା ପାଲଟା ଅଭିଯୋଗ ଆଣିଥିଲା ଜେଏମଏମ । ସେହିପରି ଜେଏମଏମର ଆଦିବାସୀ ସେଣ୍ଟିମେଣ୍ଟ, ଜନାଦେଶରେ ପ୍ରତିଫଳିତ ହେଲା ।

ବିଜେପି ପାଇଁ ଭାରି ପଡ଼ିଲା ସୀତା-ଚମ୍ପାଇଙ୍କ ଦଳ ଡିଆଁ ?

ନିର୍ବାଚନ ପୂର୍ବରୁ ସୋରେନ ପରିବାର ବୋହୂ ସୀତା ସୋରେନ ବିଜେପିରେ ସାମିଲ ହୋଇଥିଲେ । ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହେମନ୍ତଙ୍କ ଅନ୍ୟତମ ଖାସ ସହଯୋଗୀ ଚମ୍ପାଇ ସୋରେନ ଜେଏମଏମ ଛାଡ଼ି ବିଜେପି କ୍ୟାମ୍ପକୁ ଡେଇଁଥିଲେ । ରାଜନୀତି ବିଶେଷଜ୍ଞଙ୍କ ଆକଳନ, ଏହାଦ୍ବାରା ଜେଏମଏମକୁ ଯେତେ କ୍ଷତି ପହଞ୍ଚାଇନଥିଲା, ଅଧିକ କ୍ଷତି ବିଜେପି ମୁଣ୍ଡାଇଥିଲା । କାରଣ ପଦ୍ମ ଦଳରେ ଏମାନଙ୍କ ଏଣ୍ଟ୍ରିକୁ ସହଜରେ ହଜମ କରିପାରୁନଥିଲେ ବିଜେପି ନେତା ଏବଂ କ୍ୟାଡର । ଅନ୍ୟ ଏକ କାରଣ ହେଲା, ସୀତା ସୋରେନ ଏବଂ ଚମ୍ପାଇ ସୋରେନଙ୍କ ଦଳ ଡିଆଁକୁ ନେଇ ଆଦିବାସୀଙ୍କୁ ଏଭଳି ବାର୍ତ୍ତା ଦିଆଯାଇଥିଲା ଯେ, ଭାରତୀୟ ଜନତା ପାର୍ଟି ସତ୍ତା ହାସଲ ପାଇଁ ହେମନ୍ତ ସୋରେନଙ୍କ ଦଳକୁ ବୋଧହୁଏ ଭାଙ୍ଗିବାକୁ ଯଡ଼ଯନ୍ତ୍ର କରୁଛି ।

ଏହା ମଧ୍ୟ ପଢ଼ନ୍ତୁ-

ୱାୟନାଡ଼ରେ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା ଗାନ୍ଧୀ, ବଡ଼ ବିଜୟ ସହ ଲୋକସଭାକୁ ନିର୍ବାଚିତ

ମେଁ ସମନ୍ଦର ହୁଁ, ଲୋଟକର ବାପସ ଆଉଁଗା...ସତ ହେଲା ଫଡନାବିସଙ୍କ ଭବିଷ୍ୟବାଣୀ

ଗ୍ରହଣୀୟ ହେଲେ କଳ୍ପନା ସୋରେନ:

ହେମନ୍ତ ସୋରେନ ଜେଲ୍ ଯିବା ପରେ ଆକ୍ଟିଭ ହୋଇଥିଲେ ପତ୍ନୀ କଳ୍ପନା ସୋରେନ । ସ୍ବାମୀଙ୍କ ଅନୁପସ୍ଥିତିରେ ସେ ଦଳର ଛାମୁଆ ନେତାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ଲୋକଙ୍କ ସହ ସଂପର୍କ ବଢ଼ାଇଥିଲେ । ଏହାପରେ ଗାଣ୍ଡେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ି ବିଜୟୀ ହେବା ସହ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ମାତ୍ର ପାଞ୍ଚ ମାସ ମଧ୍ୟରେ କଳ୍ପନା ୧୦୦ରୁ ଅଧିକ ନିର୍ବାଚନୀ ସଭା କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ ।

କାମ କଲା ମୟା ଯୋଜନା:

ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ପ୍ରଭାବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଲାଡଲି ବେହନା ଯୋଜନାକୁ ନେଇ ବିଜେପି ନେତୃତ୍ବାଧୀନ ମହାୟୁତି ଛକା ମାରିଥିବା ବେଳେ, ଝାଡ଼ଖଣ୍ଡରେ ମୟା ଯୋଜନାକୁ ନେଇ ଜୋରଦାର ଚର୍ଚ୍ଚା । ଝାଡ଼ଖଣ୍ଡ ସରକାରଙ୍କ ମୟା ଯୋଜନାରେ ମହିଳାମାନଙ୍କୁ ୧୦୦୦ ଟଙ୍କା ଦିଆଯାଉଛି । ଏହା ଆସନ୍ତା ଡିସେମ୍ବର ମାସରୁ ୨୫୦୦ ଟଙ୍କାକୁ ବଢିବାକୁ ଯାଉଛି । ଏହି ଯୋଜନା ମହିଳା ଭୋଟରଙ୍କୁ ଆକୃଷ୍ଟ କରିଥିବା କୁହାଯାଉଛି । ଚଳିତ ନିର୍ବାଚନରେ କିଛି ବିଧାନସଭା କ୍ଷେତ୍ରରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟ୍ ପ୍ରତିଶତ ଅଧିକ ରେକର୍ଡ କରାଯାଇଛି ।

ସରିଛି ଝାଡ଼ଖଣ୍ଡ ନିର୍ବାଚନ । ଚୂଡ଼ାନ୍ତ ଫଳାଫଳ ତାଲିକା ଆସିବାକୁ ଥିବା ବେଳେ, JMM ନେତୃତ୍ବାଧୀନ INDIA ମେଣ୍ଟ ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି । ୮୧ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୧ ହୋଇଥିବା ବେଳେ, ଏହା ହାସଲ କରିସାରିଛି ଇଣ୍ଡିଆ ମେଣ୍ଟ । ଏବେ ଅପେକ୍ଷା ସରକାର ଗଠନକୁ । କେବେ ଗଠନ ହେବ ଝାଡ଼ଖଣ୍ଡରେ ନୂଆ ସରକାର ? କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ହେମନ୍ତ ସୋରନ ରିପିଟ୍ ହେବେ ନା ନୂଆ ମୁହଁକୁ ସୁଯୋଗ ଦେବେ ?

ABOUT THE AUTHOR

...view details