ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସରକାର ଗଢିବାକୁ ଯାଉଛି ନ୍ୟାସନାଲ କନଫରେନ୍ସ(NC) ଏବଂ କଂଗ୍ରେସ ମେଣ୍ଟ । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଓମାର ଅବଦୁଲ୍ଲା । ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏନେଇ ଘୋଷଣା କରିଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ଫାରୁକ କହିଛନ୍ତି କି ଜମ୍ମୁ-କାଶ୍ମୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା ।
କଣ କହିଲେ ଫାରୁକ ଅବଦୁଲ୍ଲା ?
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫାରୁକ ଅବଦୁଲ୍ଲା ଘୋଷଣା କରିଛନ୍ତି କି, ‘ଓମାର ଅବଦୁଲ୍ଲା ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । କ୍ଷମତା ବଣ୍ଟନର କୌଣସି ପ୍ରସଙ୍ଗ ନୁହେଁ । ଜମ୍ମୁକାଶ୍ମୀର ବାସିନ୍ଦାଙ୍କ ପ୍ରତି ମୁଁ କୃତଜ୍ଞ । ଲୋକେ ନିଜର ଜନାଦେଶ ଦେଇଛନ୍ତି । ଜନମତ ସାବ୍ୟସ୍ତ କରିଛି କି, ୨୦୧୯ ମସିହା ୫ ଅଗଷ୍ଟକୁ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ସ୍ବୀକାର କରିନାହାନ୍ତି ।’ ସୂଚନା ଥାଉକି, ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ବହୁ ଚର୍ଚ୍ଚିତ ଧାରା ୩୭୦କୁ ହଟାଇ ଦେଇଥିଲେ । ଏହା ସହ ଲଦାଖକୁ ଅଲଗା କରି ଦେଇଥିଲେ ।
ଦୁଇଟି ଆସନରୁ ଲଢୁଛନ୍ତି ଓମାର:
ଏଥର ନିର୍ବାଚନରେ ଓମର ଅବଦୁଲା ଦୁଇଟି ଆସନରୁ ଲଢେଇ କରୁଛନ୍ତି । ବଡଗାମ ଓ ଗାନ୍ଦରବଲ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥିସହ ଦୁଇଟି ଆସନରୁ ବିଜୟୀ ମଧ୍ୟ ହୋଇଛନ୍ତି । ବଡଗାମରୁ ଓମାରଙ୍କୁ ୩୬୦୧୦ ଖଣ୍ଡ ଭୋଟ ମିଳିଛି । ସେହିପରି ଦ୍ବିତୀୟ ଆସନ ଗାନ୍ଦରବଲରୁ ତାଙ୍କୁ ୧୮୧୯୩ ଭୋଟ ସହ ବିଜୟ ହାସଲ କରିଛନ୍ତି ।
ପୁଣି ମୁଖ୍ୟମନ୍ତ୍ରୀ ହେବେ ଓମାର: