ଥିରୁଅନନ୍ତପୁରମ୍: 9ଜୁନ୍ 2024ରେ ଦେଶରେ ଗଠନ ହୋଇସାରିଛି ନୂଆ ସରକାର । 72 ଜଣ ସାଂସଦ କ୍ୟାବିନେଟ୍ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି କେରଳର ଏକ ମାତ୍ର ବିଜେପି ସାଂସଦ ସୁରେଶ ଗୋପୀ । କିନ୍ତୁ ବର୍ତ୍ତମାନ ତାଙ୍କର ପଦ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ରାଜନୀତିରେ ସରଗରମ ହୋଇଉଠିଛି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୋତେ ଲାଗୁଛି ଖୁବଶୀଘ୍ର ମତେ ପଦବୀରୁ ମୁକ୍ତ କରାଯିବ ।" ଏହି ବୟାନ ପରେ ସୁରେଶ ଗୋପୀଙ୍କୁ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ସୁରେଶ ।
ଏନେଇ ସୁରେଶ ଗୋପୀ Xରେ ଲେଖିଛନ୍ତି, "ମୁଁ ମୋଦି ସରକାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ୱରେ ଆମେ କେରଳର ବିକାଶ ଏବଂ ସମୃଦ୍ଧତା ପାଇଁ ପ୍ରତିବଦ୍ଧ ।"
ପୂର୍ବରୁ କଣ କହିଥିଲେ ଗୋପୀ:
ମୁଁ ଚଳଚ୍ଚିତ୍ର କରିବି: ମୁଁ ମନ୍ତ୍ରୀ ପଦ ମାଗିନାହିଁ ବୋଲି କହିଛନ୍ତି ସୁରେଶ ଗୋପୀ । ମନ୍ତ୍ରୀପଦ ଛାଡିବାର କାରଣ କହି ସୁରେଶ ଗୋପୀ କହିଛନ୍ତି, "ମୁ ଅନେକ ଚଳଚ୍ଚିତ୍ରରେ ଦସ୍ତଖତ କରିଛି । ମେତେ ଏହି ଚଳଚ୍ଚିତ୍ର କରିବାକୁ ହେବ । ମୁଁ ଥ୍ରୀସୁର ସାଂସଦ ଭାବେ କାର୍ଯ୍ୟ କରିବି ।"