ଓଡିଶା

odisha

ETV Bharat / bharat

ଗୁଜୁରାଟ ଉପକୂଳରୁ 1000 କୋଟିର ଡ୍ରଗ୍ସ ଜବତ, 4 ଗିରଫ - ଗୁଜୁରାଟ

Operation Of ATS And Coast Guard in Gujarat: ଗୁଜୁରାଟ ଉପକୂଳରୁ ଇରାନୀ ଡଙ୍ଗା ଜବତ । 1000 କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କଲା ନୌସେନା ଏବଂ ଏନସିବି । ଅଧିକ ପଢନ୍ତୁ

Operation Of ATS And Coast Guard
Operation Of ATS And Coast Guard

By ETV Bharat Odisha Team

Published : Feb 28, 2024, 12:56 PM IST

ଗାନ୍ଧୀନଗର:ନୌସେନା ଏବଂ ଏନସିବିର ବଡ଼ ଚଢାଉ । ଗତକାଲି(ମଙ୍ଗଳବାର) ଭାରତୀୟ ନୌସେନା ଏବଂ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(NCB)ର ମିଳିତ ଉଦ୍ୟମରେ ଗତକାଲି(ମଙ୍ଗଳବାର) ଗୁଜୁରାଟର ପୋରବନ୍ଦରରେ ଏକ ଜାହାଜରେ ଚଢାଉ କରାଯାଇଥିଲା । ସେମାନଙ୍କଠାରୁ ପ୍ରାୟ 1000 କୋଟିରୁ ଅଧିକ ମୂଲ୍ୟର ନଶାଦ୍ରବ୍ୟ ଜବତ କରାଯାଇଛି । ତେବେ ଜବତ ନିଶାଦ୍ରବ୍ୟ ମଧ୍ୟରେ ଚରସ ଏବଂ ମାଦକଦ୍ରବ୍ୟ ରହିଥିଲା । ଏହି ଘଟଣାରେ 4ଜଣ ଇରାନୀ ସଦସ୍ୟଙ୍କୁ ଗିରଫ କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଗୁଜୁରାଟ ଏଟିଏସର(ଆତଙ୍କବାଦ ନିରୋଧୀ ସ୍କ୍ବାଡ) ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି, "ସମୁଦ୍ରରେ ଏକ ଅଭିଯାନ ଚାଲିଥିବା ସମୟରେ ଏକ ଜାହାଜରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଜବତ କରାଯାଇଛି । ଏହା ପରେ ଜାହାଜକୁ ଉପକୂଳକୁ ଅଣାଯାଇଥିଲା । ଆଜି ଏହା ପୋରବନ୍ଦରରେ ପହଞ୍ଚିବ ।" ତେବେ ଏନେଇ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ବିଷୟରେ ସବିଶେଷ ସୂଚନା ପ୍ରଦାନ କରାଯିବ ।

ଏଏନଆଇର ରିପୋର୍ଟ ଅନୁସାରେ, ଏନେଇ ନୌସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଅତୀତରେ ଜବତ କରାଯାଇଥିବା ନିଶାଦ୍ରବ୍ୟ ମଧ୍ୟରୁ ଏହାର ପରିମାଣ ସବୁଠାରୁ ଅଧିକ ଅଟେ । ପ୍ରଥମେ ସନ୍ଦିଗ୍ଧ ଜାହାଜକୁ ଆରବ ସାଗରର ଗୁଜୁରାଟ ତଟ ଠାରୁ ଦୂର ଅନ୍ତରାଷ୍ଟ୍ରୀୟ ସମୁଦ୍ରୀ ସୀମା ରେଖା ନିକଟରେ ଜବତ କରାଯାଇଥିଲା । ଜବତ ଜାହାଜ ଏବଂ କର୍ମଚାରୀମାନଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ଏଜେନ୍ସିକୁ ହସ୍ତାନ୍ତର କରିଦିଆ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: NCBକୁ ବଡ ସଫଳତା: ନିଶା କାରବାର ରାକେଟ ପର୍ଦ୍ଦାଫାସ, 3 ମେକ୍ସିକାନ ସମେତ 9 ଗିରଫ

ଜାହାଜରୁ ଜବତ ହୋଇଥିବା ନିଶାଦ୍ରବ୍ୟ ମଧ୍ୟରେ 3089 କିଲୋଗ୍ରାମର ଚରସ, 158 କେଜିର ମିଥାମଫେଟାଇମନ ଏବଂ 25 କିଲୋଗ୍ରାମର ମାର୍ଫିନ ରହିଛି । ନିରୀକ୍ଷଣ ମିଶନରେ P8I LRMR ବିମାନର ଇନପୁଟ ଉପରେ ଆଧାର କରି ଆଇଅନ ମିଶନ ଆଧାରରେ ପ୍ରଥମ ଜାହାଜକୁ ଅଟକାଇ ଦିଆଯାଇଥିଲା । ତେବେ ଜବତ ନିଶାଦ୍ରବ୍ୟର ମୂଲ୍ୟ 1000 କୋଟିରୁ ଅଧିକ ହେବା ନେଇ ଆଶା କରାଯାଉଛି । ତେବେ ଏତେ ବଡ କାରବାର ମଧ୍ୟରେ ପାକିସ୍ତାନ ଲିଙ୍କ୍ ରହିଥିବା ସନ୍ଦେହ କରାଯାଉଛି । ଆଜି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ସାମ୍ବାଦିକ ସମ୍ମିଳନୀ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ । ସୂଚନାଯୋଗ୍ୟ ଯେ, ତିନି ଦିନ ପୂର୍ବେ ଭେରାଭାଲ ବନ୍ଦରରୁ ଏକ ମତ୍ସ୍ୟଜୀବୀ ଡଙ୍ଗାରୁ 300 କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଥିଲା । ଏହାରି ଭିତରେ ମଙ୍ଗଳବାର ପୁଣି ଏତେ ପରିମାଣର ନିଶାଦ୍ରବ୍ୟ ଜବତ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details