ନୂଆଦିଲ୍ଲୀ: ‘ଟାଟା ସନ୍ସ’ ଅଧିକୃତ ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଗତକାଲି ଏହି ବିଲୟ ପ୍ରକ୍ରିୟା ଶେଷ ହେବା ପରେ ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି । ଗତକାଲି ରାତି ପ୍ରାୟ 10ଟାରେ ଏହି ବିମାନ (AI-2286) ମୁମ୍ବାଇ ଅଭିମୁଖେ ଉଡାଣ ଭରି ଆଜି ସକାଳେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି ।
- 2013ରେ ଟାଟା ଓ ସିଙ୍ଗାପୁର ଏୟାର ଲାଇନ୍ସ ପ୍ରତିଷ୍ଠା କରିଥିଲେ ‘ଭିସ୍ତାରା’:-
‘ଭିସ୍ତାରା ଏୟାର ଲାଇନ୍ସ’କୁ ବର୍ଷ 2013 ରେ ‘ଟାଟା ସନ୍ସ’ ଓ ସିଙ୍ଗାପୁର ଏୟାର ଲାଇନ୍ସର ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ ଭାବେ ପ୍ରତିଷ୍ଠା କରିଥିଲେ । ଏଥିରେ ଟାଟା କମ୍ପାନୀର ସର୍ବାଧିକ 51 ପ୍ରତିଶତ ଓ ଅବଶିଷ୍ଟ 49 ପ୍ରତିଶତ ମାଲିକାନା ସିଙ୍ଗାପୁର ଏୟାର ଲାଇନ୍ସର ଥିଲା । 2022 ମସିହାରେ ‘ଟାଟା ସନ୍ସ’ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅଧିଗ୍ରହଣ କରିବା ପରେ ଭିସ୍ତାରର ବିଲୟ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା । 2024 ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମସ୍ତ ଆଇନଗତ ଅନୁମୋଦନ ଲାଭ କରି ଶେଷ ହେବ ବୋଲି ଉଭୟ ସଂସ୍ଥା ଘୋଷଣା କରିଥିଲା । ଏହା ପୂର୍ବରୁ ଚଳିତମାସ ଆରମ୍ଭରେ 11 ନଭେମ୍ବର ଭିସ୍ତାରାର ଶେଷ ଅପରେସନାଲ ଦିବସ ଏବଂ 12 ତାରିଖରୁ ମିଳିତ ଏୟାର ଲାଇନ୍ସ ଉଡାଣ ଭରିବା ବୋଲି କୁହାଯାଇଥିଲା । ଏବେ ଏହି ଜଏଣ୍ଟ ଭେଞ୍ଚର କମ୍ପାନୀରେ ସିଙ୍ଗାପୁର ଏୟାର ଲାଇନ୍ସର ମାତ୍ର 25.1 ପ୍ରତିଶତ ଅଂଶଧନ ରହିବା ସହ ଅବଶିଷ୍ଟ 74.99 ପ୍ରତିଶତ ଅଂଶଧନ ଟାଟା ସନ୍ସ ନିକଟରେ ରହିବ ।
ଏହା ମଧ୍ୟ ପଢନ୍ତୁ:- ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ ଏହା ମଧ୍ୟ ପଢନ୍ତୁ :- ଟଳିଲା ବଡ଼ ବିପଦ, ମଝି ଆକାଶରେ 2 ଘଣ୍ଟା ଚକ୍କର କାଟିବା ପରେ ବିମାନର ସୁରକ୍ଷିତ ଅବତରଣ |
- ‘ଏୟାର ଇଣ୍ଡିଆ’ ନାମରେ ରହିବ ଏୟାର ଲାଇନ୍ସ:-