ହାଇଦ୍ରାବାଦ:ସରିଲା ଅପେକ୍ଷା । ଦେଶକୁ ମିଳିବାକୁ ଯାଉଛି ପ୍ରଥମ ହାଇଡ୍ରୋଜେନ ଟ୍ରେନ । ଆସନ୍ତା ବର୍ଷ ସୁଦ୍ଧା ଜିରୋ କାର୍ବନ ସହ ଗଡ଼ିବ ଟ୍ରେନ । ଆଉ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଟେଷ୍ଟିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଜିରୋ କାର୍ବନ ଲକ୍ଷ୍ୟ ନେଇ ହାଇଡ୍ରୋଜେନ ଟ୍ରେନର ଶୁଭାରମ୍ଭ କରିବାକୁ ଯାଉଛି ଭାରତୀୟ ରେଳବାଇ । ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ 2024-25 ଆର୍ଥିକ ବର୍ଷରେ ଆରମ୍ଭ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟ୍ରେନର ପରୀକ୍ଷଣ ଆରମ୍ଭ ହୋଇଯିବ । ପ୍ରଥମେ ପରୀକ୍ଷା ମୂଳକ ଭାବେ ଏହି ଟ୍ରେନ ଦିଲ୍ଲୀ ଡିଭିଜନର ଜିନ୍ଦ-ସୋନିପତରେ ଗଡ଼ିବ ।
Hydrogen Train (Social Media(x)) 'ନେଟ୍ ଜିରୋ କାର୍ବନ ଏମିଟର'
ଭାରତୀୟ ରେଳବାଇ 'ଜିରୋ କାର୍ବନ' ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି । 2024-25ରେ ଏହି ଟ୍ରେନ ସେବା ଆରମ୍ଭ ହେବାକୁ ଥିବାବେଳେ ଏହାର ଟେଷ୍ଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ହେବ ବୋଲି ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ ।
ହାଇଡ୍ରୋଜେନ ଟ୍ରେନରେ ମିଳିବ ଏସବୁ ସୁବିଧା:
- ହାଇଡ୍ରୋଜେନରେ ଚାଲିବାକୁ ଥିବା ଟ୍ରେନରେ ଏକ ଇନ୍ଧନ ସେଲ୍ ରହିଛି । ଯାହାକି ବାୟୁରୁ ଅମ୍ଳଜାନ ସହ ଛାତ ଉପରେ ଷ୍ଟୋର ହୋଇ ରହିଥିବା ଅମ୍ଳଜାନ ଗ୍ରହଣ କରେ । ଏହା ଦ୍ବାରା ଏକ ଇନ୍ଧନ ଉତ୍ପନ ହୋଇଥାଏ । ଆଉ ଏହି ପ୍ରକ୍ରିୟାରେ ଅଙ୍ଗରକାମ୍ଳ ନିର୍ଗତ ହୋଇନଥାଏ ।
- ଇଲେକ୍ଟ୍ରିକ ଟ୍ରେନ ତୁଳନାରେ ଏହି ଟ୍ରେନ 10ଗୁଣା ଅଧିକ ଦୂର ଯାତ୍ରା କରିବା ପାଇଁ ସକ୍ଷମ । ଆଉ ଏହି ଟ୍ରେନ ପାଇଁ ଅଲଗା ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ ।
- ଅନ୍ୟ ଇନ୍ଧନ ଅପେକ୍ଷା ଏହି ଟ୍ରେନର ଇନ୍ଧନ ଖର୍ଚ୍ଚ କମ୍ ରହିବ ।
ପରିବେଶ ସୁରକ୍ଷା ଲକ୍ଷ୍ୟ:
Hydrogen Train (Social Media(x)) ଏହି ଟ୍ରେନ ଚାଲିବା ଦ୍ବାରା ପରିବେଶ ପ୍ରଦୂଷଣ ରୋକାଯାଇପାରିବ । ବର୍ତ୍ତମାନ ପରିବେଶ ପ୍ରଦୂଷଣର ମାତ୍ରା ବଢିଚାଲିଥିବାବେଳେ ଏହାକୁ ରୋକିବା ଦିଗରେ ସମସ୍ତେ ଚିନ୍ତିତ । ଏଥିପାଇଁ ବିଭିନ୍ନ ଦେଶ ସବୁଜ ଇନ୍ଧନରେ ଗୁରୁତ୍ବ ଦେଉଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ରେଳବାଇ ମଧ୍ୟ ଖୁବଶୀଘ୍ର ହାଇଡ୍ରୋଜେନ ଟ୍ରେନ ଆଣିବାକୁ ଯାଉଛି ।