ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ପାର୍ବଣଙ୍କୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯେଉଁମାନେ ପାର୍ବଣରେ ନିଜ ପରିଜନଙ୍କ ଘରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଦୁର୍ଗାପୂଜା, କାଳିପୂଜା ଓ ଛଟ୍ ପୂଜା ପାଇଁ ଚାଲିବ 6000 ସ୍ପେଶାଲ (ସ୍ବତନ୍ତ୍ର) ଟ୍ରେନ । ପ୍ରାୟ ଏକ କୋଟି ଯାତ୍ରୀ ଏଥିରେ ଉପକୃତ ହେବେ ।
ପାର୍ବଣ ପାଇଁ ଚାଲିବ ୬ ହଜାର ସ୍ପେଶାଲ ଟ୍ରେନ:
ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି,''ପାର୍ବଣରେ ଲୋକମାନେ ଟ୍ରେନରେ ଅଧିକ ଯାତ୍ରା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁର୍ଗାପୂଜା, କାଳିପୂଜା ଓ ଛଟ୍ ପୂଜା ପାଇଁ ଚାଲିବ 6000 ସ୍ପେଶାଲ(ସ୍ବତନ୍ତ୍ର) ଟ୍ରେନ । ଏଥିସହ 108ଟି ନିୟମିତ ଟ୍ରେନରେ ଏକାଧିକ ଜେନେରାଲ କୋଚ୍ ଫିଟ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ 12,500 କୋଚ୍ ଟ୍ରେନରେ ଯୋଡିବାକୁ ଅନୁମତି ଦିଆଯାଇଛି । ''
SPECIAL TRAIN FOR FESTIVE SEASON (ETV BHARAT ODISHA) ଉପକୃତ ହେବେ ୧ କୋଟି ଯାତ୍ରୀ:
SPECIAL TRAIN FOR FESTIVE SEASON (ETV BHARAT ODISHA) ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ପାର୍ବଣରେ ରେଳରେ ଅଧିକ ଲୋକ ଯାତାୟତ କରୁଛନ୍ତି । ଚଳିତବର୍ଷ ପାର୍ବଣ ପାଇଁ ବର୍ତ୍ତମାନ ସୁଦ୍ଧା ସମୁଦାୟ 5,975 ଟି ସ୍ୱତନ୍ତ୍ର ଟ୍ରେନକୁ ଅଧିସୂଚିତ କରାଯାଇଛି, ଯାହା ଗତବର୍ଷ 4,429 ଥିଲା । ପୂଜା ସମୟରେ ଏକ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିବାର ସୁବିଧା ପାଇବେ । ଦୁର୍ଗାପୂଜା ଅକ୍ଟୋବର ୯ରୁ ଆରମ୍ଭ ହେବ, ଅକ୍ଟୋବର 31 ରେ ଦୀପାବଳି ପାଳନ ହେବ । ଛଟ୍ ପୂଜା ଚଳିତ ବର୍ଷ ନଭେମ୍ବର ୭ ଏବଂ ୮ ତାରିଖରେ ଅନୁଷ୍ଠିତ ହେବ । ''
SPECIAL TRAIN FOR FESTIVE SEASON (ETV BHARAT ODISHA) ଆରମ୍ଭ ହେବ ସ୍ବତନ୍ତ୍ର ଟିକେଟ ଯାଞ୍ଚ ଡ୍ରାଇଭ୍:
ପାର୍ବଣ ସମୟରେ ଯେଉଁ ମାନେ ବିନା ଟିକେଟରେ ଟ୍ରେନ ଯାତ୍ରା କରିବାକୁ ଭାବୁଛନ୍ତି ସେମାନେ ସାବଧାନ ହୋଇଯାଆନ୍ତୁ । ବିନା ଟିକେଟରେ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିକେଟ୍ ଯାଞ୍ଚ ଡ୍ରାଇଭ୍ ଆରମ୍ଭ କରିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରେଳ ମନ୍ତ୍ରଣାଳୟ, ସେପ୍ଟେମ୍ବର ୨୦ରେ ୧୭ଟି ଜୋନର ଜେନେରାଲ ମ୍ୟାନେଜରଙ୍କୁ ଏକ ଚିଠି ଲେଖି ଅକ୍ଟୋବର ୧ ରୁ ୧୫ ଏବଂ ଅକ୍ଟୋବର ୨୫ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବିନା ଟିକେଟରେ ଯାତ୍ରୀ କରୁଥିବା ଲୋକଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଯିବା ନେଇ ରେଳବାଇ ପକ୍ଷରୁ ସୂଚନା ମିଳିଛି ।
SPECIAL TRAIN FOR FESTIVE SEASON (ETV BHARAT ODISHA)