ନୂଆଦିଲ୍ଲୀ:ଭାରତ ଗସ୍ତରେ ରହିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଏହି ସମୟରେ ସେ କହିଛନ୍ତି ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଇନୋଭେସନର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ହେଉଛି ସବୁଠାରୁ ପରିବର୍ତ୍ତନଶୀଳ ପ୍ରଯୁକ୍ତି ବିଦ୍ୟା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି) ଦିଲ୍ଲୀର ଛାତ୍ରମାନଙ୍କୁ ସମ୍ବୋଧିତ କରି ସାମାଜିକ ମଙ୍ଗଳ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ଏଆଇର ଅଗ୍ରଗତି ନୂତନ ସୁଯୋଗ ଦେବ ଏବଂ ନୂଆ ସିଷ୍ଟମ ବିଷୟରେ ଚିନ୍ତା କରିବା ପାଇଁ ବାଧ୍ୟ କରିବ । ଭାରତରେ କୋଭିଡ-19 ଟିକା ନେଇ ମଧ୍ୟ ପ୍ରଶଂସା କରିଛନ୍ତି ବିଲ୍ ଗେଟ୍ସ । ଟୀକାକରଣରେ ଭାରତ ବିଶ୍ବରେ ଅଗ୍ରଣୀ ରହିଛି ।
ଭାରତ ଉପରେ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ନେଇ ବିଲ ଗେଟ୍ସ କହିଛନ୍ତି, " ଆର୍ଥିକ ଅଭିବୃଦ୍ଧି ଏବଂ ନବସୃଜନ ଦୃଷ୍ଟିରୁ ଆଜି ଭାରତର ଶକ୍ତି ଅତ୍ୟନ୍ତ ରୋମାଞ୍ଚକ । ଯେତେବେଳେ ଗଣତନ୍ତ୍ର ଭଲ କାର୍ଯ୍ୟ କରେ ସେତେବେଳେ ଯାଦୁ ଭଳି ଦେଖାଯାଏ । ଏହା ଅର୍ଥନୀତି ଏବଂ ଶିକ୍ଷାର ଉନ୍ନତି ଆଣିବ ।"
ଭାରତରେ କୋଭିଡ-19 ଟୀକା ନେଇ ବିଲ୍ ଗେଟ୍ସଙ୍କ ପ୍ରତିକ୍ରିୟା: ସେ କହିଛନ୍ତି, "ଆଷ୍ଟ୍ରୋଜେନିକ ଟୀକା ସମସ୍ତ ଭ୍ୟାକ୍ସିନ ନିର୍ମାତାଙ୍କ ପାଇଁ ଉପଲବ୍ଧ ରହିଥିଲା । ଆମେ ସେରମ ଇନଷ୍ଟିଚ୍ୟୁଟକୁ 300 ମିଲିୟନ ଡଲାରର ଫଣ୍ଡିଂ କରିଥିଲୁ । ଏହାପରେ ସେମାନେ ଶୀଘ୍ର ଟିକା ତିଆରି ପାଇଁ ଆଗଭର ହୋଇଥିଲେ । ଭାରତର ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରି ବହୁଲ ଭଲ କାମ କରୁଛନ୍ତି । ଆମେ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ କାମ କରୁ । ଆପଣଙ୍କ ସହଭାଗିତା ଆମକୁ ଭଲ ଅନୁଭବ ହୁଏ । ଆମେ ନିକଟରେ ଏକ ମହତ୍ବପୂର୍ଣ୍ଣ ଟାର୍ଗେଟ ରହିଛି । ଏହା କେବଳ ଭାରତ ନୁହେଁ ବରଂ ବିଶ୍ବ ପାଇଁ ମଧ୍ୟ ଲାଭଦାୟକ ହେବ । "