ଓଡିଶା

odisha

ETV Bharat / bharat

ସିରିଆ ଗୃହଯୁଦ୍ଧ: ଉଦ୍ଧାର ହୋଇ ସ୍ବଦେଶ ଫେରୁଛନ୍ତି ୭୫ ଭାରତୀୟ - INDIAN EVACUATED FROM SYRIA

ସିରିଆରୁ ଲେବନନକୁ କରାଗଲା ଏୟାରଲିଫ୍ଟ । ସେଠାରୁ ଫେରିବେ ସ୍ବଦେଶ । ଅଧିକାଂଶ ଜାମ୍ମୁ-କାଶ୍ମୀରର ଜୈରିନ ତୀର୍ଥଯାତ୍ରୀ ଥିବା ବିଦେଶ ମନ୍ତ୍ରଣାଳୟର ସୂଚନା ।

Indian Evacuated from Syria
Indian Evacuated from Syria (ANI)

By ETV Bharat Odisha Team

Published : Dec 11, 2024, 11:17 AM IST

ହାଇଦ୍ରାବାଦ:ଗୃହଯୁଦ୍ଧଗ୍ରସ୍ତ ସିରିଆରୁ ଉଦ୍ଧାର ହୋଇ ସ୍ବଦେଶ ଫେରୁଛନ୍ତି 75 ଜଣ ଭାରତୀୟ ନାଗରିକ । ବଶର-ଅଲ-ଅସଦ ସରକାରର ପତନ ପରେ ବିଦ୍ରୋହୀ ସେନା ଦେଶର ଶାସନ କ୍ଷମତା ଅକ୍ତିଆର କରିଛି । ତୀବ୍ର ହିଂସାତ୍ମକ ସ୍ଥିତିକୁ ଦେଖି ସେଠାରେ ଥିବା ନିଜ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଥିଲା । ଏହି ନାଗରିକମାନଙ୍କୁ ଏୟାରଲିଫ୍ଟ ଯୋଗେ ଲେବନନ ପଠାଯାଇଛି ଓ ସେଠାରୁ ସେମାନଙ୍କୁ ସୁରକ୍ଷିତ ଭାରତ ପ୍ରତ୍ୟାବର୍ତ୍ତନ କରାଇବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଳମ୍ବିତ ରାତିରେ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

  • ଭାରତୀୟଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା:

ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, "ନିକଟରେ ସିରିଆରେ ହୋଇଥିବା ଘଟଣାକ୍ରମ ପରେ ଭାରତ ସରକାର ଆଜି ୭୫ ଭାରତୀୟ ନାଗରିକଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୪ ଜଣ ଜାମ୍ମୁ-କାଶ୍ମୀରର ଜୈରିନ ତୀର୍ଥଯାତ୍ରୀ ରହିଛନ୍ତି । ସେମାନେ ସଇଦା ଜୈନାବରେ ରହୁଥିଲେ । ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଲେବାନନ ପଠାଯାଇଛି ସେଠାରୁ ଘରୋଇ ବିମାନ ଯୋଗେ ସେମାନେ ସ୍ବଦେଶ ଫେରିବେ ।

'ଦମାସକସ ଦୂତାବାସ ସହ ଯୋଗାଯୋଗରେ ରୁହନ୍ତୁ ଭାରତୀୟ':

ବିବୃତ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ, ସିରିଆରେ ଥିବା ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଦମାସକସରେ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରୁହନ୍ତୁ । ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସିରିଆରେ ଥିବା ଭାରତୀୟ ନାଗରିକମାନଙ୍କୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର +963993385973 ଏବଂ ଇ-ମେଲ ID (hoc.damascus@mea.gov.in) ରେ ଦମାସକସରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷା ସ୍ଥିତିର ଆକଳନ ପରେ ଦମାସକସ୍ ଓ ବେରୁଟ ସ୍ଥିତ ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ।

ସିରିଆ ସଙ୍କଟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ସିରିଆ ସଙ୍କଟ: ଗାଦିଚ୍ୟୁତ ରାଷ୍ଟ୍ରପତି ଅସଦଙ୍କୁ ଶରଣ ଦେଲା ଋଷ, କ୍ଷମତା ହସ୍ତାନ୍ତରଣ ପାଇଁ ସରକାର ପ୍ରସ୍ତୁତ

ଏହା ମଧ୍ୟ ପଢନ୍ତୁ-ସିରିଆ ସରକାର ପତନ: ଦେଶ ଛାଡିଲେ ରାଷ୍ଟ୍ରପତି, ଅସଦ ପରିବାରଙ୍କ ୫୦ ବର୍ଷର ଶାସନ ଅନ୍ତ !

ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ବିଶ୍ୱ ! ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌, "ଆତ୍ମରକ୍ଷା ପାଇଁ ଆକ୍ରମଣ"

ମହମ୍ମଦ ଅଲ୍-ବଶିର କାମଚଳା ପ୍ରଧାନମନ୍ତ୍ରୀ :

ସିରିଆରେ ଦୀର୍ଘ 13 ବର୍ଷର ଗୃହଯୁଦ୍ଧ ଶେଷରେ 24 ବର୍ଷର ବଶର-ଅଲ-ଅସଦଙ୍କ ଶାସନର ଅନ୍ତ ଘଟାଇଛି । ଅସଦଙ୍କୁ କ୍ଷମତାଚ୍ୟୁତ କରି ନୂଆ ସରକାର ଗଠନ କରିବା ପାଇଁ ଦୀର୍ଘ ଦିନ ହେବ ଦେଶରେ ଗୃହଯୁଦ୍ଧ ଲାଗି ରହିଥିଲା । ଶେଷରେ ଏହା ଭୟାବହ ରୂପ ଧାରଣ କରି କ୍ଷମତା ପରିବର୍ତ୍ତନ ଘଟାଇଛି । ସିରିଆରେ ବିଦ୍ରୋହୀ ଗୋଷ୍ଠୀ ଅନ୍ତରୀଣ ସରକାର ଗଢିଛନ୍ତି । ମହମ୍ମଦ ଅଲ୍-ବଶିରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ସେ ୨୦୨୫ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details