ଓଡିଶା

odisha

ETV Bharat / bharat

ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନସନ ଟନେଲ ବିକଶିତ କଲା IIT କାନପୁର - IIT Kanpur new development

India's first hypervelocity expansion tunnel test facility: ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନସନ ଟନେଲ ବିକଶିତ କଲା IIT କାନପୁର । ଜାଣନ୍ତୁ ଏହା ସମ୍ପର୍କରେ ଅଧିକ କିଛି

ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନେସନ ଟନେଲ ବିକଶିତ କଲା IIT କାନପୁର
ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନେସନ ଟନେଲ ବିକଶିତ କଲା IIT କାନପୁର

By ETV Bharat Odisha Team

Published : Feb 5, 2024, 11:03 PM IST

ଲକ୍ଷ୍ନୌ:ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଭାରତୀୟ ପ୍ରଦୌଗିକ ସଂସ୍ଥାନ ‘ଆଇଆଇଟି’ ଗବେଷଣା କ୍ଷେତ୍ରରେ ଏକ ନୂତନ ପୃଷ୍ଠା ଯୋଡିଛି । ‘ଆଇଆଇଟି’ କାନପୁର ଦେଶର ପ୍ରଥମ ହାଇପର-ଭେଲୋସିଟି ବିସ୍ତାରଯୋଗ୍ୟ ଟନେଲ ସୁବିଧା ବିକାଶିତ କରି ଇତିହାସ ସୃଷ୍ଟି କରିଛି । ଏହି ଏକ୍ସପାନସନ ଟନେଲ ପ୍ରଣାଳୀର ନାମ ରଖାଯାଇଛି S-2 । ଏହି ନୂତନ ଉଦ୍ଭାବନ ଫଳରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ବୈଜ୍ଞାନିକମାନେ ଏହାର ବିଶେଷ ଲାଭ ପାଇପାରିବେ ।

ଦେଶର ପ୍ରଥମ ହାଇପର ଭେଲୋସିଟି ଏକ୍ସପାନେସନ ଟନେଲ ବିକଶିତ କଲା IIT କାନପୁର

ଆଇଆଇଟି କାନପୁରର ବିଶେଷଜ୍ଞ ଓ ଛାତ୍ରଙ୍କ ଦ୍ୱାରା ଦେଶର ପ୍ରଥମ ହାଇପର-ଭେଲୋସିଟି ଟନେଲର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ଯାହା ସାହାଯ୍ୟରେ ଭବିଷ୍ୟତରେ ଏୟାରକ୍ରାଫ୍ଟର ବାୟୁମଣ୍ଡଳୀୟ ପ୍ରବେଶ, ସ୍କ୍ରାମଜେଟ ଉଡ଼ାଣ, ବାଲିଷ୍ଟିକ କ୍ଷେପଣାସ୍ତ୍ରର ହାଇପରସୋନିକ ଗତକୁ ଅନୁସରଣ କରାଯାଇପାରିବ । କାରଣ, ଏହି ଟନେଲ୍ ପ୍ରତି ସେକେଣ୍ଡରେ 3ରୁ 10 କିଲୋମିଟର ପର୍ଯ୍ୟନ୍ତ ବିମାନ ଗତି ସୃଷ୍ଟି କରିବାରେ ସକ୍ଷମ । ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଡଃ ଏସ.ଗଣେଶ ଏହି ସଫଳତା ପାଇଁ ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ : ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ତିନି ବର୍ଷ ମଧ୍ୟରେ ସ୍ୱଦେଶୀ ଭାବେ ବିକଶିତ :- ଆଇଆଇଟି କାନପୁରର ଏରୋସ୍ପେସ୍ ବିଭାଗ ଏବଂ ଫୋଟନିକ୍ସ ଲେଜର ସେଣ୍ଟର ଆସୋସିଏଟ୍ ପ୍ରଫେସର ଇବ୍ରାହିମ ସୁଗାର୍ଣ୍ଣୋ କହିଛନ୍ତି ଯେ, ଏହି ଟନେଲକୁ ବର୍ତ୍ତମାନ ସୁଦ୍ଧା S-2 ସୁବିଧା ଭାବେ ନାମକରଣ କରାଯାଇଛି । ଏହାର ମୋଟ ଲମ୍ବ 24 ମିଟର ରହିଛି । ଏହା ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗରେ ହାଇପରସୋନିକ ଏକ୍ସପେରିମେଣ୍ଟାଲ ଏରୋଡାଇନାମିକ୍ସ ଲାବୋରେଟୋରୀରେ ନିର୍ମାଣ ଓ ପରୀକ୍ଷଣ କରାଯାଇଛି । ଏରୋନଟିକାଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବୋର୍ଡ (ଏଆରଡିବି), ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଆଇଆଇଟି କାନପୁରର ସହଯୋଗରେ S-2 ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବେ ଡିଜାଇନ ହୋଇଛି । ଏହାକୁ ନିର୍ମାଣ କରିବା ପାଇଁ 3 ବର୍ଷ ସମୟ ଲାଗିଛି । 3 ବର୍ଷ ଧରି ଏହା ଉପରେ ଗବେଷଣା ଓ ନିର୍ମାଣ ଜାରି ରହିଥିଲା । ଏହାକୁ ଅପଗ୍ରେଡ ମଧ୍ୟ କରାଯାଇପାରିବ । ପ୍ରଫେସର ଇବ୍ରାହିମ ଆହୁରି ମଧ୍ୟ କହିଛନ୍ତି, ଏହି ଏସ-2 ନିର୍ମାଣ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଏଥିପାଇଁ ପଦାର୍ଥ ବିଜ୍ଞାନ ଓ ଉଚ୍ଚକୋଟୀର ଇଞ୍ଜିନିୟରିଂରେ ଗଭୀର ଜ୍ଞାନ ଆବଶ୍ୟକ ଥିଲା । ଯାହା ସଫଳ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details