ଓଡିଶା

odisha

ETV Bharat / bharat

‘ମୁଁ ବଞ୍ଚିଥିବା ଯାଏ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’ - Himanta Biswa Sarma

CM Himanta: ବିଧାନସଭାରେ ବର୍ଷିଲେ ହେମନ୍ତ । କହିଲେ, ମୁଁ ବଞ୍ଚିଥିବା ଯାଏ ବାଲ୍ୟ ବିବାହ ହେବାକୁ ଦେବନି । ଅଧିକ ପଢନ୍ତୁ

‘ମୁଁ ବଞ୍ଚିଥିବା ଯାଏ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’
‘ମୁଁ ବଞ୍ଚିଥିବା ଯାଏ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’

By ETV Bharat Odisha Team

Published : Feb 26, 2024, 11:05 PM IST

ହୌହାଟୀ: ‘ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆସାମରେ ବାଲ୍ୟବିବାହ ହେବାକୁ ଦେବିନି’ । ବାଲ୍ୟ ବିବାହ ନିରୋଧ ଆଇନ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଆଜି ଏପରି ଭାବେ ବିଧାସସଭାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଆଜି ଜାରି ରହିଥିବା ବଜେଟ ଅଧିବେଶନର ଶେଷ କାର୍ଯ୍ୟଦିବସରେ ‘ଆସାମ ମୁସଲିମ୍‌ ମ୍ୟାରେଜ ଆଣ୍ଡ ରେଜିଷ୍ଟ୍ରେସନ- ଡିଭୋର୍ସ ଆକ୍ଟ 1935’ ଉଚ୍ଛେଦ ବିଲ୍‌ ଚର୍ଚ୍ଚାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଆଜି ଏହି ମନ୍ତବ୍ୟ ଦେଇଛନ୍ତି ।

ଆଜି ଚର୍ଚ୍ଚାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବିରୋଧୀମାନେ ବାଲ୍ୟବିବାହ ପ୍ରଥାକୁ ସମର୍ଥନ କରୁଛନ୍ତି । ସେମାନେ ରାଜନୀତି କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ମଧ୍ୟ ବିରୋଧ କରିବାକୁ ପଛାଉନାହାନ୍ତି । ବିରୋଧୀମାନେ ରାଜ୍ୟରେ ସମାଜରେ ଥିବା ଅସମାନତା ଦୂରୀକରଣ ଚାହୁଁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି । ସେହିପରି ସେ ଜୀବିତ ଥିବା ପର୍ଯ୍ୟନ୍ତ ଆସାମରେ ବାଲ୍ୟ ବିବାହ ହେବାକୁ ଦେବେନି ବୋଲି ମଧ୍ୟ ସେ କହିଛନ୍ତି ।

ଆସାମରେ ବହୁଳମାତ୍ରାରେ ବାଲ୍ୟବିବାହ ମାମଲା ସାମ୍ନାକୁ ଆସିବାର ନଜିର ରହିଛି । ହେମନ୍ତ ବିଶ୍ବଶର୍ମା ସରକାର ରାଜ୍ୟରେ ବାଲ୍ୟ ବିବାହ ନିରୋଧୀ ଅଭିଯାନ ବ୍ୟାପକ କରିବାରେ ଲାଗିଛନ୍ତି । ବହୁସ୍ଥାନରେ ଚଢାଉ କରାଯାଉଛି । ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ନେଇ ସ୍କ୍ବାଡ ଗଠନ କରାଯାଇଛି । ବାଲ୍ୟ ବିବାହ ସୂଚନା ମିଳିବା ମାତ୍ରେ ଏହି ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଶିଶୁ ଓ ନାବାଳିକାଙ୍କୁ ଉଦ୍ଧାର କରୁଛି । ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ବିଭିନ୍ନ ସମୟରେ ଅବିଭାବକଙ୍କୁ ଗିରଫ ମଧ୍ୟ କରାଯାଇଛି । ଗତବର୍ଷ ଶେଷ ଭାଗ ଆଡକୁ ଏହି କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ରେକର୍ଡସଂଖ୍ୟାରେ ପହଞ୍ଚିଥିଲା । ନିଜେ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ସମୀକ୍ଷା କରୁଛନ୍ତି । ଏହା ସହ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଲୁଟ ପାଇଁ ବୃଦ୍ଧାଙ୍କୁ ନିର୍ମମ ହତ୍ୟା ! ଡ୍ରମରୁ ଠାବ ହେଲା ଖଣ୍ଡବିଖଣ୍ଡିତ ମୃତଦେହ

ଏଠାରେ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ବିଶ୍ବଶର୍ମାଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମଦ୍ରାସାରେ ମଧ୍ୟ ପୋଲିସ ଚଢାଉ କରୁଛି । ଏକାଧିକ ମଦ୍ରାସାରେ ଇସଲାମୀୟ ପାଠପଢା ଆଳରେ ଆତଙ୍କବାଦ ଓ ଦେଶବିରୋଧୀ ଗତିବିଧି ସାମ୍ନାକୁ ଆସିବାର ନଜିର ରହିଛି । ଏକାଧିକ ମଦ୍ରାସାକୁ ଭଙ୍ଗା ମଧ୍ୟ ଯାଇଛି । ବହୁ ମଦ୍ରାସାର ମୁଖ୍ୟଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details