ମେଷ: ଆପଣ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ । ରତ୍ନ ତଥା ଦାମୀ ଜିନିଷ ବିଷୟରେ ଚିନ୍ତା କରିବେ ଓ ଆକର୍ଷିତ ହେବେ । ଧନ ପ୍ରତି ମନ ବଳିପାରେ । ସାବଧାନତାରେ ଲୋକଙ୍କ ସହ ମିଶନ୍ତୁ । ବାକ ସଂଯମତା ନିୟନ୍ତ୍ରଣରେ ରଖନ୍ତୁ । ନୂତନ କାମ ଓ ଯାତ୍ରା କରନ୍ତୁ ନାହିଁ ।
ବୃଷ: ପରିବାର ସଦସ୍ୟ ହିସାବରେ ଆପଣଙ୍କର ଜୀବନ ସୁନ୍ଦର ରହିବ, ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ସହିତ ହସଖୁସିରେ ସମୟ ବିତାଇବେ । ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ ।
ମିଥୁନ: ଆଜି, ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଦିନ ରହିବ । ଘରର ପରିବେଶ ସ୍ୱହାର୍ଦପୂର୍ଣ୍ଣ ଏବଂ ଶାନ୍ତ ରହିବ । ଆର୍ଥିକ ଲାଭ ଆଶା କରିପାରିବେ, ଯଦିଓ ସାଧାରଣ ଅପେକ୍ଷା ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି, କିନ୍ତୁ ସେହି ଖର୍ଚ୍ଚ ଅକାରଣ ହେବ ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ, କିନ୍ତୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।
କର୍କଟ: ଆପଣ ଆଜି ଦିନକୁ ଗୁରୁତର ଭାବରେ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏତେ ଭଲ ହୋଇ ନପାରନ୍ତି, ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ । ଆଉ ମଧ୍ୟ ମାନସିକ ଭାବରେ କୌଣସି ସମସ୍ୟା ଆପଣଙ୍କୁ ବାରମ୍ବାର ବ୍ୟସ୍ତ କରିପାରେ । ସବୁଠାରୁ ଭଲ ହେବ ଯଦି ଆପଣ କୌଣସି ଷ୍ଟ୍ରେସ୍ ଦେଲା ଭଳି କାର୍ଯ୍ୟ କରିବେ ନାହିଁ । ଖର୍ଚ୍ଚ ବଢିବ ।
ସିଂହ: ଦିନସାରା ଶାରୀରିକ ଚିନ୍ତା ଓ ଅସୁସ୍ଥତାରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ ।
କନ୍ୟା: ବୁଝି ବିଚାରି କାମ କରନ୍ତୁ । ନିଜ ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ । ବନ୍ଧୁ ମିଳନ ହେବ । କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ।