ମେଷ: ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ । ଅର୍ଥ ସମାଗମର ବାଟ ଖୋଲିଯିବ । ଜୀବନ ଖୁସି ଓ ସନ୍ତୋଷପୂର୍ଣ ରହିବ । ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ । କିନ୍ତୁ ନିଜ କଥା କହିବାରେ ସଂଯତ ରଖନ୍ତୁ । ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ ।
ବୃଷ: ଆଜି ଦିନସାରା ଖୁସିରେ ରହିବେ । ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ । ଶେଷହୋଇନଥିବା କାମକୁ ସମାପ୍ତ କରିବେ । ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ । ଏହା ସହିତ ସେମାନଙ୍କଠାରୁ ଲାଭ ମଧ୍ୟ ପାଇବେ । ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ ।
ମିଥୁନ: ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବ । ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ସମୟ ନଷ୍ଟ କରିବା ପାଇଁ କାହାରିକୁ ସୁବିଧା ଦିଅନ୍ତୁ ନାହିଁ । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ । ଯାତ୍ରା ବର୍ଜନୀୟ ଅଟେ ।
କର୍କଟ: ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗିରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦୟ ଜନିତ ଯନ୍ତ୍ରଣା ପାଇବେ ।
ସିଂହ: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।
କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ । ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ମିଷ୍ଟାର୍ଣ୍ଣ ଭୋଜନରେ ଆପ୍ୟାୟିତ ହେବେ । ଭ୍ରମଣରେ ଯାଇପାରନ୍ତି । ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ ।