ମେଷ: ମାନସିକ ସୁସ୍ଥତା ଯୋଗୁଁ ପ୍ରଫୁଲ୍ଳ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ଖାଇ ତୃପ୍ତ ହେବେ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ, ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ: ଆଜି ପୁରା ଦିନଟିରେ ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କଠାରୁ ଶୁଭ ଖବର ପାଇବେ । ସୁସ୍ଥ ରହିବେ ।
ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ ।
କର୍କଟ: ଆଜି ଆପଣ ଦେଖିଚାହିଁ କାର୍ଯ୍ୟ କରନ୍ତୁ । ଆପଣ ଆଜି ଦୁର୍ବଳ ଅନୁଭବ କରିପାରନ୍ତି । ମାନସିକ ଶାନ୍ତି ମଧ୍ୟ ବ୍ୟାହତ ହୋଇପାରେ । ରାତିରେ ଯନ୍ତ୍ରଣା ତଥା ଶାରିରୀକ ପୀଡା ପାଇପାରନ୍ତି । ପରିବାର ସଦସ୍ୟମାନଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ । ନିଦ୍ରାହୀନତା ଆପଣଙ୍କୁ କଷ୍ଟ ଦେଇପାରେ ।
ସିଂହ: ବର୍ତ୍ତମାନ ଆପଣଙ୍କ ଜୀବନକୁ ସଂପର୍କ, ମିଳିତ ସହଯୋଗ ଏବଂ ସଂଗଠନ ଅତ୍ୟନ୍ତ ପ୍ରଭାବିତ କରି ରଖିଛି । ଆପଣ ଏସବୁକୁ ଅଧିକ ବିକଶିତ କରିବାକୁ ଚାହୁଁଛନ୍ତି ଏବଂ ନକ୍ଷତ୍ର ଗଣ ଆଜି ସେଥିପାଇଁ ପ୍ରଚୁର ଭାବରେ ସାହାଯ୍ୟ କରିବେ ।
କନ୍ୟା: ଆଜିର ସାରାଂଶ ହେଉଛି ''ମିଠା ଏବଂ ମିଠାଭରା'' । ଆପଣ ଅନ୍ୟଲୋକଙ୍କ ପ୍ରତି ଭଲ ସମ୍ପର୍କ ରଖିବେ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ପ୍ରଶଂସାର ପାତ୍ର ହେବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ।