ଓଡିଶା

odisha

ETV Bharat / bharat

ମେ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Daily Horoscope - DAILY HOROSCOPE

Horoscope Of 22th May: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେ ୨୨ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (ETV Bharat Odisha)

By ETV Bharat Odisha Team

Published : May 22, 2024, 12:03 AM IST

ମେଷ: ଆଜି ଦିନଟି ପରିବାର ପାଇଁ ଭଲ ଅଟେ । ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରିବେ । ନିଜର ଭାବପ୍ରବଣତା ଓ ଶାରୀରିକ ପରିସ୍ଥିତି ଆପଣଙ୍କୁ ସନ୍ତୁଷ୍ଟ କରିବ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ ।

ବୃଷ:ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ଅର୍ଥଲାଭ ହେବ । ଖରାପ ସମୟର ଅନ୍ତ ଘଟିବ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ସ୍ମରଣୀୟ ରହିବ । ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ, କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନରହିବା ଆପଣଙ୍କୁ ବ୍ୟସ୍ତ କରିବ । ଛାତ୍ରଙ୍କ ପାଇଁ ଭଲ ଦିନ ନୁହେଁ ମାତ୍ର କଠିନ ପରିଶ୍ରମ ଫଳ ଆଣିବ। ଆପଣଙ୍କ ଶାରୀରିକ ସୁସ୍ଥ ରହିବ ।

କର୍କଟ:ଆଜି ଦିନଟି ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ଏହା ଖରାପ ସମୟ ଅଟେ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । ନିଜର ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ଅର୍ଥ ହାନି ହେବ । କିଛି ଅସୁବିଧାର ସମ୍ମୁଖିନ ହେବେ ।

ସିଂହ:ଆଜି ଦିନଟି ଭଲ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ । ଶରୀର, ଓ ମନ ଭଲ ରହିବ ।

କନ୍ୟା:ଆପଣଙ୍କୁ ମିଛ ପ୍ରଶଂସା ଭଲ ଲାଗିବ। ଉପର ବର୍ଣ୍ଣିତ କଥା ପାଇଁ ପରିବାର ପ୍ରଶଂସା କରିବେ । ନିଶ୍ଚିନ୍ତ ଭାବରେ ସହଯୋଗ କରିବେ । ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ସମୟଟି ଉପଭୋଗ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ ।

ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା: ଆଜି ସାବଧାନର ଦିନଟିଏ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବନି । ବ୍ୟସ୍ତ ଲାଗିବ । ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ ।

ଧନୁ:ଆଜି ପାଇବାର ଦିନ ଅଟେ। ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।

ମକର:ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନି । ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ବେପାର କାମରେ ଭ୍ରମଣରେ ଯିବେ । ଉପରିସ୍ଥ ଅଧିକାରୀ ଖୁସି ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସି ହେବେ । ଦିନଟି ଭଲ ରହିବ ।

କୁମ୍ଭ: ଆଜିର ଦିନଟି ମିଶ୍ରିତ ଫଳ ଦେବ । ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଖର୍ଚ୍ଚକୁ ମାର୍ଜିତ କର । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବ । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।

ମୀନ:ଆଜି, ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ କରି ଦିଆହେଉଛି । ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ । ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତନରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ ।

ABOUT THE AUTHOR

...view details