ଓଡିଶା

odisha

ETV Bharat / bharat

ଏପ୍ରିଲ 20 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - Horoscope - HOROSCOPE

Horoscope Of 20th April: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

By ETV Bharat Odisha Team

Published : Apr 20, 2024, 12:00 AM IST

ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍‌ଫିଟ୍‌ ଅନୁଭବ କରିପାରନ୍ତି । ଭ୍ରମଣ କରିବା ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । ଆଜି ଯାହା କରିବେ ସେଥିରେ ସଫଳତା ପାଇବେ । ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ଟକର ହେବ ନାହିଁ । ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ ।

ମିଥୁନ: ମୋଟ୍‌ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ପରିବାର, ବନ୍ଧୁବର୍ଗ କିମ୍ୱା ପ୍ରୀୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବା ଅପେକ୍ଷା, ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ରାଗି ଏବଂ ବ୍ୟସ୍ତ ରହିବେ ।

ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ, ତେବେ ସବୁ ଠିକ୍‌ ହୋଇଯିବ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।

କନ୍ୟା: ଶୀଘ୍ର ରାଗନ୍ତୁ ନାହିଁ । ଦିନସାରା ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଏକ ବିସ୍ଫୋରଣ ହେଲା ଭଳି ପରିସ୍ଥିତିକୁ ଆଣି ଦେଇପାରେ । ଏହା ଅତି ଉତ୍ତମ ଯେ ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି, ଗର୍ବ ଅନୁଭବ କରିବା ଆପଣଙ୍କ ପାଇଁ କ୍ଷତିକାରକ ହେବ ଏବଂ ଏହା ଅତି ପ୍ରୀୟ ସାଙ୍ଗକୁ ମଧ୍ୟ ଆପଣଙ୍କଠାରୁ ଦୁରେଇ ଦେଇପାରେ ।

ତୁଳା: ଏହି ଦିନ ଆପଣଙ୍କ ପାଇଁ ଫଲପ୍ରଦ ରହିବ । ବିଭିନ୍ନ କ୍ଷେତ୍ରରେ ସଫଳତା ଯୋଗୁଁ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ଆପଣ ଖୁସୀ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣ ବନ୍ଧୁମାନଙ୍କ ସହିତ ଆନନ୍ଦବିଳାସରେ ସମୟ କାଟିପାରନ୍ତି କିନ୍ତୁ ଆପଣଙ୍କୁ ଉପକାର ମିଳିବ । ପିକ୍‌ନିକ୍‌ ସ୍ଥାନକୁ ଗାଡି ଚଳାଇ ଯାଆନ୍ତୁ ନାହିଁ ।

ବିଛା: ଏହି ଦିନ ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ଏବଂ ଭଲ ଭାଗ୍ୟ ଆଣିବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ । ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।

ଧନୁ: ଆପଣଙ୍କ ଦେହ ଆଜି ଆପଣଙ୍କ ସହିତ ଲୁଚକାଳି ଖେଳିପାରେ । ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ । ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ମକର: ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ସାମାଜିକ କାରଣରୁ ବାହାରକୁ ଯିବା ଦ୍ବାରା ଖର୍ଚ୍ଚ ବଢିବ । ରାସ୍ତା କଡରେ ଥିବା ଢାବାରେ ଖାଇଲାବେଳେ ସତର୍କ ରହନ୍ତୁ । ଏହି ସବୁ ପ୍ରତିକୂଳ ଜିନିଷ ପାଇଁ ନିଜର ଅସମ୍ମତି ଦେଖାନ୍ତୁ ଯାହାକି ଆପଣଙ୍କ ଭାବନା ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ ।

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭାବ ଏବଂ ଉତ୍ସାହରେ ଭରା ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମ ବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ । ଆଜି ସବୁ କାର୍ଯ୍ୟରେ ସଫଳତା ପାଇବ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆଜି ନୂଆ ଗାଡି ମଧ୍ୟ କିଣି ପାରନ୍ତି ।

ମୀନ: ନକ୍ଷତ୍ରର ପ୍ରଭାବରେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସନ୍ତୁଳିତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ଏହି ପରିସ୍ଥିତିରେ ଆକ୍ରମଣାତ୍ମକ ହୁଅନ୍ତୁ ନାହିଁ ଯେଉଁଠାରେ ମିଠା କଥା କହି ଆପଣ ସହଜରେ କାମ କରାଇପାରିବେ ।

ABOUT THE AUTHOR

...view details