ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆଜି ଆପଣ ବିରକ୍ତିଭାବ ପ୍ରକାଶ କରିବେ । ଜଣେ ବନ୍ଧୁଙ୍କର ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ। ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ। ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀମାନେ ଏହି ସମୟରେ କ୍ଲାନ୍ତି ଅନୁଭବ କରିପାରନ୍ତି । ଏଣୁ କଟୁବାକ୍ୟ ନକହି ସାବଧାନତାର ସହ ଚଳନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ ।
ବୃଷ:ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଆଜିର ଦିନଟି ଆପଣ ଆମୋଦ ପ୍ରମୋଦରେ କାଟିପାରନ୍ତି । ଆପଣ ଖୁସି ଅନୁଭବ କରିବେ । ଆପଣଙ୍କ ସୃଜନଶୀଳତା କିଛି କରିବାକୁ ପ୍ରବର୍ତ୍ତାଇପାରେ । ନିଜ ପ୍ରିୟଜନମାନଙ୍କ ସହ ଭୋଜିଭାତର ଆସର ଜମିବ । ବାହାରକୁ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଆର୍ଥିକ ସମସ୍ୟା ଦେଖା ଦେଇପାରେ ।
ମିଥୁନ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଦିନରେ ଆପଣ ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ସମୟ ବିତାଇବେ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ ନୁହେଁ । ବୃତ୍ତିଜୀବିଙ୍କ ପାଇଁ ଆଜି ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ:କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ହେଉଛି ଶୁଭ ଦିନ। ଆପଣ ଆଜିର ଦିନ ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଖୁସିଗପରେ ମସଗୁଲ୍ ରହିବେ, ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଇଚ୍ଛା କରନ୍ତି, ତା ହେଲେ ବର୍ତ୍ତମାନ କୁହନ୍ତୁ । ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାଦିଷ୍ଟ ଭୋଜନରେ ଆତ୍ମସନ୍ତୋଷ ବୃଦ୍ଧି ହୋଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି ।
ସିଂହ: ଆଜି ଆପଣ କୌଣସି ସିଦ୍ଧାନ୍ତରେ ନ ପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । ନିୟମିତ କାମ କରିବାକୁ ଥିବାରୁ ଏହା ଆପଣଙ୍କୁ ବିଚଳିତ କରିପାରେ । ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ଘର କିଣିବା କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ସୁଫଳ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ବାହାରକୁ ଯାଇପାରନ୍ତି । ବ୍ୟବସାୟୀମାନେ ଲାଭାନ୍ୱିତ ହେବେ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।