ଓଡିଶା

odisha

ETV Bharat / bharat

ମହଙ୍ଗା ପଡ଼ିଲା କ୍ରସ୍ ଭୋଟିଂ: ହିମାଚଳରେ 6 କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କଲେ ବାଚସ୍ପତି - ରାଜ୍ୟସଭା ନିର୍ବାଚନ କ୍ରସ ଭୋଟିଂ

Himachal Speaker Disqualifies Six Congress MLA: ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ମାମାଲା । 6 ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କଲେ ବିଧାନସଭା ବାଚସ୍ପତି । ଅଧିକ ପଢନ୍ତୁ

Himachal Political Crisis
Himachal Political Crisis

By ETV Bharat Odisha Team

Published : Feb 29, 2024, 11:49 AM IST

Updated : Mar 1, 2024, 9:21 AM IST

ଶିମଲା:ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପରେ ହଲଚଲ ହୋଇଛି ହିମାଚଳ ପ୍ରଦେଶ ରାଜନୀତି । ରାଜ୍ୟରେ ଜାରି ରହିଛି ରାଜନୈତିର ଅସ୍ଥିରତା । ବିଧାୟକଙ୍କ କ୍ରସ ଭୋଟିଂ ପରେ ସରକାର ପତନ ଭଳି ଆଶଙ୍କା ବୃଦ୍ଧି ପାଇଥିବା ବେଳେ ମନେଇବା ପାଇଁ ଦିଲ୍ଲୀରୁ ହିମାଚଳ ଆସିଥିଲେ ପର୍ଯ୍ୟବେକ୍ଷକ । ହାଇଡ୍ରାମା ମଧ୍ୟରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବା ଭଳି ସଙ୍କେତ ମିଳୁଛି । ଏହାରି ଭିତରେ ଆଜି କ୍ରସ ଭୋଟିଂ କରିଥିବା 6 ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ହିମାଚଳ ବିଧାସଭା ବାଚସ୍ପତି କୁଳଦୀପ ପଠାନିଆ କ୍ରସ ଭୋଟିଂ କରିଥିବା 6 ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ସହିତ ସଦସ୍ୟ ପଦ ରଦ୍ଦ କରିଛନ୍ତି ।

କଂଗ୍ରେସର ଯାଚିକା ଉପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ । ସଦସ୍ୟ ପଦ ରଦ୍ଦ ହୋଇଥିବା ବିଧାୟକମାନେ ହେଲେ ଧର୍ମଶାଳା ବିଧାୟକ ସୁଧିର ଶର୍ମା, ସୁଜାନୁପୁର ବିଧାୟକ ରାଜେନ୍ଦ୍ର ରାଣା, କୁଟଲେହଡର ବିଧାୟକ ଦେବେନ୍ଦ୍ର ଭୁଟୋ, ଗଗରେଟ ବିଧାୟକ ଚୈତନ୍ୟ ଶର୍ମା, ଲାହୋଲ ସ୍ପିତିର ବିଧାୟକ ରବି ଠାକୁର ଏବଂ ବଡସର ବିଧାୟକ ଇନ୍ଦ୍ର ଦତ୍ତ ଲଖନପାଲ

ବାଚସ୍ପତିଙ୍କ ପ୍ରତିକ୍ରିୟା: ଦଳବଦଳ ଆଇନ ଅନୁଯାୟୀ ଏହି ନିଷ୍ପତ୍ତି ଶୁଣାଯାଇଛି ଏବଂ ସମସ୍ତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ବିଧାନସଭା ବାଚସ୍ପତି କୁଳଦୀପ ପଠାନିଆ କହିଛନ୍ତି, "ବଜେଟ ପାରିତ ହେବା ସମୟରେ ଏହି ବିଧାୟକମାନେ ବିଧାନସଭାରେ ଉପସ୍ଥିତ ନଥିଲେ । ମୁଁ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ଏହି ବିଧାୟକମାନେ ଗୋଟିଏ ଦଳରୁ ଜିତି ଅନ୍ୟ ଦଳକୁ ଭୋଟ ଦେଉଛନ୍ତି । ଲ କମିଶନର ରିପୋର୍ଟରେ କୁହାଯାଇଛି ଯେ, ଆୟା ରାମ ଏବଂ ଗୟା ରାମର ରାଜନୀତି ହେବା ଉଚିତ ନୁହେଁ । ବର୍ତ୍ତମାନ ସେମାନେ ଆଉ ବିଧାନସଭାର ସଦସ୍ୟ ନୁହନ୍ତି ।"

ସଦସ୍ୟ ପଦ ରଦ୍ଦ ହେବାର କାରଣ: କହିରଖୁଛୁ କି, ଏହି ବିଧାୟକମାନେ ମଙ୍ଗଳବାର ଦିନ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ କରିଥିଲେ । ସେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କୁ ଭୋଟ୍ ଦେଇଥିଲେ । ସଂଖ୍ୟା ଗରିଷ୍ଠତା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଘଂବିଙ୍କୁ ପରାଜୟ ହେବାକୁ ପଡିଥିଲା । ସୂଚନା ଅନୁସାରେ, ଏହି ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ହରିୟାଣାର ପଞ୍ଚକୁଲାସ୍ଥିତ ଏକ ରିସୋର୍ଟରେ ରହିଛନ୍ତି । କଂଗ୍ରେସର ପର୍ଯ୍ୟବେକ୍ଷକମାନେ ଦିଲ୍ଲୀରୁ ଆସି ତାଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ସମସ୍ତ ବିଧାୟକ ବୁଧବାର ଶିମଲା ଯାଇଥିଲେ ହେଁ ବିଜେପି ସହିତ ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ଡରାଇଲେ, କିଛି ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଲେ ବିକ୍ରମାଦିତ୍ୟ

ହ୍ବିପ ଉଲ୍ଲଂଘନ ଅଭିଯୋଗ:ବଜେଟ ସମୟରେ କଂଗ୍ରେସର ଏହି 6 ଜଣ ବିଧାୟକ ଅନୁପସ୍ଥିତ ଥିଲେ । ଏଥିପାଇଁ କଂଗ୍ରେସ ଏକ ହ୍ବିପ ଜାରି କରିଥିଲା । ଏହାସହିତ ବାଚସ୍ପତିଙ୍କ ନିକଟରେ ଏକ ଯାଚିକା ଦାଖଲ କରିଥିଲା କଂଗ୍ରେସ । ଏହା ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ବାଚସ୍ପତି । କହିବାକୁ ଗଲେ ରାଜ୍ୟସଭା ନିର୍ବାଚନ ପରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାର ଅସୁବିଧାର ସାମ୍ନା କରିଥିଲା । 6 ଜଣ ବିଧାୟକଙ୍କ ସହିତ 3ଜଣ ସ୍ବାଧୀନ ବିଧାୟକ କଂଗ୍ରେସର ଚିନ୍ତାକୁ ଦ୍ବିଗୁଣିତ କରିଥିଲା । ଏହି ସମୟରେ କ୍ୟାବିନେଟ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ । ସଙ୍କଟକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ, ଦୁଇ ପର୍ଯ୍ୟବେକ୍ଷକ ଡି.କେ ଶିବକୁମାର ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କୁ ଶିମଲା ପଠାଇଥିଲେ । ବିକ୍ରମଦିତ୍ୟ ସିଂ ଏବଂ ଅନ୍ୟ ବିଧାୟକଙ୍କ ସହ ଆଲୋଚନା ହୋଇଥିଲା । ବୈଠକ ପରେ ବିକ୍ରମଦିତ୍ୟ ସିଂ ୟୁ ଟର୍ଣ୍ଣ କରି ବିନମ୍ରତା ଦେଖାଇ ଇସ୍ତଫା ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ । । ଆଜି ମୁଖ୍ୟମନ୍ତ୍ରୀ ବାସଭବନରେ ଟି ପାର୍ଟିର ଆୟୋଜନ କରିଥିବା ବେଳେ ସମସ୍ତ କଂଗ୍ରେସ ବିଧାୟକ ଉପସ୍ଥିତ ନଥିଲେ । ବିକ୍ରମଦିତ୍ୟ ସିଂ ୟୁ ଟର୍ଣ୍ଣ କରିବା ସତ୍ତ୍ବେ ମଧ୍ୟ ଟି ପାର୍ଟିରେ ଯୋଗ ନଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହିମାଚଳରେ ସଂଖ୍ୟା ଗଣିତ:ହିମାଚଳ ବିଧାନସଭାରେ ମୋଟ ଆସନ 68 । ଏଥିରୁ କଂଗ୍ରେସର 40 ଏବଂ ବିଜେପିର 25 ଜଣ ବିଧାୟକ ରହିଛନ୍ତି । ସେହପରି 3 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ସଂଖ୍ୟା 35 ରହିଥିଲା । 2022 ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ 40 ଟି ସିଟ୍ ଜିତି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଥିଲା । କିନ୍ତୁ ରାଜ୍ୟସଭା ନିର୍ବାଚନରେ ଅଙ୍କ ବଦଳି ଯାଇଥିଲା । କଂଗ୍ରେସର 40 ବିଧାୟକ ମଧ୍ୟରୁ ବର୍ତ୍ତମାନ 6 ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ କଂଗ୍ରେସର ବିଧାୟକ ସଂଖ୍ୟା 34ରେ ପହଞ୍ଚିଛି । 6 ଜଣ ବିଧାୟକଙ୍କ ବହିଷ୍କାର ପରେ ହିମାଚଳ ବିଧାନସଭାର ସିଟ ସଂଖ୍ୟା 68 ରୁ 62 କୁ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ଗୃହରେ ସଂଖ୍ୟାଗରିଷ୍ଠତା ମଧ୍ୟ 65 ରୁ 31 କୁ ହ୍ରାସ ପାଇଛି ଏବଂ ବର୍ତ୍ତମାନ 34 ଜଣ ବିଧାୟକ କଂଗ୍ରେସ ସହିତ ଅଛନ୍ତି । ଗତକାଲି 15 ଜଣ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରାଯାଇଥିବା ବେଳେ ବାଚସ୍ପତିଙ୍କ ଆଜିର ନିଷ୍ପତ୍ତି, ସୁଖୁ ସରକାର ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିଛି । ହିମାଚଳରେ କଂଗ୍ରେସ ସରକାର ଉପରୁ ଏକ ପ୍ରକାର ବିପଦ ହଟିଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 1, 2024, 9:21 AM IST

ABOUT THE AUTHOR

...view details