ହାଇଦ୍ରାବାଦ: ସରକରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଚଳିତମାସ (ସେପ୍ଟେମ୍ବର) ବିଭିନ୍ନ ସରକାରୀ ବିଭାଗରେ ୫୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କର୍ମଚାରୀ ଚୟନ ଆୟୋଗ ( Staff Selection Commission), ଆଇଟିବିପି (ITBP) ଭାରତୀୟ ନୌସେନା (Indian Navy), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF), ରେଲବାଇ ନିଯୁକ୍ତି ବୋର୍ଡ (RRB) ଆଦି ସଂସ୍ଥାରେ ବିଭିନ୍ନ ପଦବୀ ଖାଲିଥିବା ବେଳେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ପଦବୀ ପାଇଁ କେତୋଟି ଖାଲି ପଦବୀ ରହିଛି ।
- ଏସଏସସି ଜିଡି ନିଯୁକ୍ତି :
କର୍ମଚାରୀ ଚୟନ ଆୟୋଗ (SSC) କନଷ୍ଟେବଳ ଜିଡି ନିଯୁକ୍ତି-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ମୋଟ ୩୯,୪୮୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ BSF, CSF, CRPF, SSB, ITBP, AR, SSF ଓ NCB ପରି କେନ୍ଦ୍ରୀୟ ସଂସ୍ଥାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେଇଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୧୪ ତାରିଖ ରହିଛି । ସେହିପରି ଅନ-ଲାଇନରେ ପେମେଣ୍ଟ ଦେବାର ଶେଷ ତାରିଖ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବ-ସାଇଟ୍ ‘ssc.gov.in’ ରେ ଲଗଇନ କରିଆବେଦନ କରିପାରିବେ ।
- ଆବେଦନ ଶୁଳ୍କ :
ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି । ସେହିପରି ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଏକ୍ସ-ସର୍ଭିସମ୍ୟାନଙ୍କୁ କୌଣସି ଆବେଦନ ଫି' ଦେବାକୁ ପଡିବନାହିଁ । ଆବେଦନ ଫି' ଅନ-ଲାଇନ BHIM-UPI, ନେଟ ବ୍ୟାଙ୍କିଂ, ମାଷ୍ଟରକାର୍ଡ, ରୁପେ ଡେବିଟ କାର୍ଡ ମାଧ୍ୟମରେ ଦାଖଲ କରିପାରିବେ ।
- ବୟସ ସୀମା :
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ । ୨ ଜାନୁଆରୀ ୨୦୦୨ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୭ ପରେ ଜନ୍ମ ତାରିଖ ହେବା ଉଚିତ୍ ନୁହେଁ । ୧ ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ଓବିସି (OBC) ବର୍ଗ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଛି ।
କେଉଁ ପଦବୀ ପାଇଁ କେତେ ନିଯୁକ୍ତି :
- BSF- ୧୫,୬୫୪
- CISF-୭,୧୪୫
- CRPF- ୧୧,୫୪୧
- SSB- ୮୧୯
- ITBP-୩,୦୧୭
- AR-୧,୨୪୮
- SSF-୩୫
- NCB-୨୨
- ଭାରତୀୟ ରେଳ (RRB) ଓ NTPC:
ସେହିପରି ରେଳ ମନ୍ତ୍ରଣାଳୟ ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ (Non-Technical Popular Categories-NTPC) ଅଧୀନରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ସ୍ତରରେ ୧୧,୫୫୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
- କେମିତି କରିବେ ଆବେଦନ:
ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସମସ୍ତ ପୋଷ୍ଟ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ବିଭିନ୍ନ ବର୍ଗ ଅନୁସାରେ ଆବେଦନ ଶୁଳ୍କ ୫୦୦ରୁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ରେଳ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.indianrailways.gov.inରେ ସମସ୍ତ ବିଷୟରେ ସୂଚନା ପାଇ ଆବେଦନ କରିପାରିବେ ।
- ଗ୍ରାଜୁଏଟ ସ୍ତରରେ ୮୧୧୩ଟି ପୋଷ୍ଟ:
ଗ୍ରାଜୁଏଟ ସ୍ତରରେ ୫ଟି ବର୍ଗ ପାଇଁ ସମୁଦାୟ ୮୧୧୩ଟି ପୋଷ୍ଟ ରହିଛି । ଏଥିରେ ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର, ଷ୍ଟେସନ ମାଷ୍ଟର, ମାଲବାହୀ ଟ୍ରେନ୍ ମ୍ୟାନେଜର, ଜୁନିଅର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ ଏବଂ ସିନିୟର କ୍ଲର୍କ କମ ଟାଇପିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୋଷ୍ଟଗୁଡିକରେ ଆବେଦନ ତାରିଖ ୧୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେଉଥିବା ବେଳେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୩ ଅକ୍ଟୋବର ୨୦୨୪ । ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧ ଜାନୁୟାରୀ ୨୦୨୫ ସୁଦ୍ଧା ୧୮ରୁ ୩୬ ବର୍ଷ ହୋଇଥିବା ଆବଶ୍ୟକ ।