ରାୟପୁର:ଛତିଶଗଡ଼ରେ ସୁନାରୂପା ତସ୍କରୀ ମାମଲାରେ ଓଡ଼ିଶା ଲିଙ୍କ୍ । ମହାସମୁନ୍ଦରେ ଥିବା ଆନ୍ତଃରାଜ୍ୟ ଚେକପୋଷ୍ଟରେ ଗାଡ଼ି ଚେକିଂ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଓଡ଼ିଶାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଗାଡ଼ିରୁ ୪ଟି ରୂପା ଇଟା ସମେତ ସୁନାଗହଣା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ୩୧ ହଜାର ୨୮୦ ଟଙ୍କା ହୋଇଥିବା ଜଣାପଡ଼ିଛି ।
ଏହି ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଚାଲାଣକାରୀମାନେ ପଶ୍ଚିମ ଓଡ଼ିଶାର ସୋନପୁରରୁ ଆସିଥିବା ପୋଲିସ ନିକଟରେ କହିଛନ୍ତି । ସେମାନଙ୍କଠାରୁ ଏହି ୨୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା ଜବତ ହୋଇଛି । ସୂଚନା ଅନୁସାରେ, ସିଂଘୋଡାକୁ ଓଡ଼ିଶାର ସୋନପୁରରୁ ଏକ କାର୍ ଆସିଥିଲା । ଏହି ଗାଡିଟି ରାୟପୁର ଅଭିମୁଖେ ଯାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାରକୁ ଦେଖି ପୋଲିସର ସନ୍ଦେହ ହୋଇଥିଲା । ତେଣୁ ପୋଲିସ ଗାଡିକୁ ଅଟକାଇ ପଚରାଉଚରା କରିଥିଲା । ଗାଡିରେ ଥିବା ଦୁଇ ଜଣ ବ୍ୟକ୍ତି ଓଡ଼ିଶାର ସୋନପୁର ଅଞ୍ଚଳରୁ ଆସିଥିବା କଥା କହିଥିଲେ ।
ଏହା ମଧ୍ୟ ପଢନ୍ତୁ...ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ