ମୁମ୍ବାଇ:ସୋମବାର (ଗତକାଲି) ସଂସଦରେ ରାଷ୍ଟ୍ରପତିଙ୍କ ବଜେଟ ଅଧିବେଶନ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଚଳିତ ଲୋକସଭାର ଶେଷ ସମ୍ବୋଧନ ରଖିଛନ୍ତି । ଏହାକୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଦେଶର କୌଣସି ସାମଗ୍ରୀକ ପ୍ରସଙ୍ଗ ସ୍ଥାନ ପାଇନଥିଲା । ଏହି ସମ୍ବୋଧନ କେବଳ କଂଗ୍ରେସ ପ୍ରତି ଥିବା ଭୟର ପ୍ରତିଫଳନ ବୋଲି ସଞ୍ଜୟ କହିଛନ୍ତି । ଆଜି ଦିଲ୍ଲୀରେ ନିଜ ସରକାରୀ ବାସଭବନରେ ପ୍ରେସମିଟ କରି ସଞ୍ଜୟ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର କଡା ସମାଲୋଚନା କରିଛନ୍ତି ।
ସଞ୍ଜୟ କହିଛନ୍ତି, ଗୃହରେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ସମ୍ବୋଧନ ସମ୍ପର୍କରେ କହିବା କଥା । ଦେଶର ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସରକାରର ଆଭିମୁଖ୍ୟ ଓ ନୀତି ସମ୍ପର୍କରେ କହିବା କଥା । ହେଲେ ସେ ଏସମ୍ପର୍କରେ ଗୋଟିଏ ପଦ ମଧ୍ୟ କହିଲେ ନାହିଁ । କଂଗ୍ରେସ ଓ ବିରୋଧୀ ଦଳକୁ ସମାଲୋଚନା କରିଚାଲିଲେ । ଲଦାଖ, ଦିଲ୍ଲୀ ଓ ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉପରେ ପଦଟିଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନଥିଲା । ଏହା କେବଳ ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଥିଲା । ପ୍ରଧାନମନ୍ତ୍ରୀଙ୍କର କଂଗ୍ରେସ ପ୍ରତି ଥିବା ଭୟରୁ ମୁକ୍ତ ହୁଅନ୍ତୁ । ସେହିପରି ସଞ୍ଜୟ ଚଣ୍ଡିଗଡ ମେୟର ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ଯାହା ହେଲେ ତାକୁ ସୁପ୍ରିମକୋର୍ଟ ମଧ୍ୟ ଗଣତନ୍ତ୍ରର ହତ୍ୟା ବୋଲି କହିଲେ ବୋଲି କହିଲେ ବୋଲି ସଞ୍ଜୟ କହିଛନ୍ତି ।