ଓଡିଶା

odisha

ETV Bharat / bharat

ଉଭଣୀକୁ ଦେଖିବାକୁ ଯାଇଥିଲେ, ନିଆଁର ଆଁରେ ଜିଅନ୍ତା ଜଳିଗଲେ - ସ୍କୁଲ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ

Fire Broke Out In Pota Cabin Bijapur: ଉଭଣୀକୁ ଦେଖି କରିବା ପାଇଁ ହଷ୍ଟେଲକୁ ଆସିଥିଲେ ବାଳିକା । ନିଆଁ ଆଁରେ ଜିଅନ୍ତା ଜଳିଗଲେ 4 ବର୍ଷୀୟ ବାଳିକା । ଅଧିକ ପଢନ୍ତୁ

Fire in Bijapur
Fire in Bijapur

By ETV Bharat Odisha Team

Published : Mar 7, 2024, 2:32 PM IST

Updated : Mar 7, 2024, 2:52 PM IST

ରାୟପୁର:ସ୍କୁଲ ହଷ୍ଟେଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଆଁରେ ଜଳିଗଲେ ବାଳିକା । ଆୱାପାଲୀ ପୋଲିସ ଷ୍ଟେସନ ପରିସରର ଚିଣ୍ଟାକଣ୍ଟ ବାଳିକା ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଜଣେ 4 ବର୍ଷର ବାଳିକାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ଲିପାକ୍ଷୀ ବୋଲି ଜଣାପଡିଛି । ତେବେ ପ୍ରଶାସନର ଉପସ୍ଥିତି ବୁଦ୍ଧି ଯୋଗୁଁ 300 ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ବିଦ୍ୟାଳୟ ହଷ୍ଟେଲକୁ ବଡ଼ ଭଉଣୀ ସହିତ ସାକ୍ଷାତ କରିବାକୁ ଆସିଥିଲେ 4 ବର୍ଷୀୟ ବାଳିକା । ତେବେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଯାଇଥିଲା । ସେହି ସମୟରେ କ୍ୟାବିନରେ 300 ଜଣ ରହିଥିଲେ । ବିଳମ୍ବିର ରାତିରେ ନିଆଁ ଲାଗିଯିବା କାରଣରୁ ସଙ୍ଗସଙ୍ଗେ କ୍ୟାବିନ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ସହାୟକତାରେ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଅସ୍ଥାୟୀ କ୍ୟାବିନରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିଭଳି ରଖାଯାଇଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ:ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ମହିଳାଙ୍କୁ ଜୀଅନ୍ତା ଜାଳି ଦେଲେ ଦୁର୍ବୃତ୍ତ

ତେବେ ହଠାତ ନିଆଁ ଲାଗିଯିବା କାରଣରୁ ପୋଲିସ ପ୍ରଶାସନ ନିକଟରେ ଆତଙ୍କ ଖେଳିଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ, କଲେକ୍ଟର ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଯୁବତୀଙ୍କୁ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ, ମିଳାମିଶା ବନ୍ଦ କରିବାରୁ ଜିଅନ୍ତା ଜାଳି ଦେଲେ

ପୋଟା ହେଉଛି ଆବାସିକ ବିଦ୍ୟାଳୟର ଏକ କ୍ୟାବିନ । କହିବାକୁ ଗଲେ ଏହା ଏକ ପ୍ରକାର ଅସ୍ଥାୟୀ ବ୍ୟବସ୍ଥା ଅଟେ । ତତ୍କାଳୀନ ଛତିଶଗଡ଼ ସରକାର ଏହାକୁ 2011 ମସିହାରେ ଆରମ୍ଭ କରିଥିଲେ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ ପୋଟା କ୍ୟାବିନ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ବସ୍ତରର ଆଭ୍ୟନ୍ତରୀଣ ଅଞ୍ଚଳରେ ନକ୍ସଲମାନେ ଅନେକ ବିଦ୍ୟାଳୟକୁ ଭାଙ୍ଗି ଦେଇଥିଲେ ଏବଂ ଜାଳିଦେଇଥିଲା । ତେବେ ଅନେକ ବିଦ୍ୟାଳୟର ପୁନ୍ଃନିର୍ମାଣ କରାଯାଇନଥିଲା । ଏଠାରେ ନକ୍ସଲ ଅଞ୍ଚଳର ପିଲାମାନଙ୍କୁ ଆବାସିକ ବିଦ୍ୟାଳୟର ସୁବିଧା ଯୋଗାଇ ଦିଆଯାଉଛି । ତେବେ ନିଆଁ ଲାଗିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 7, 2024, 2:52 PM IST

ABOUT THE AUTHOR

...view details