ରାୟପୁର: ଛତିଶଗଡରେ ମହିଳା ରେଳ କର୍ମଚାରୀଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ, ବିଳାସପୁର ସହରର ତୋରବା ଥାନା ଅନ୍ତର୍ଗତ ଏନି କଲୋନୀରେ ମୃତକ ମହିଲା ବିନିତା ସାହାନୀ ନିଜ ପରିବାର ସହିତ ରହୁଥିଲେ । ବିନିତା ରେଲୱେରେ କମର୍ସିଆଲ ଇନିସପେକ୍ଟର ଭାବେ କାର୍ଯ୍ୟରତ ଥିଲେ । ଗତ ଶନିବାର ଦିନ ସନ୍ଧ୍ୟା ୪ଟା ସମୟରେ ତାଙ୍କ ୮ ବର୍ଷର ଝିଅ ତାଙ୍କୁ ବାରମ୍ବାର ଡାକ ପକାଇଥିଲେ ମାତ୍ର ସେ କବାଟ ଖୋଲି ନଥିଲେ । ବହୁ ସମୟ ଧରି ମାଆ କବାଟ ନ ଖୋଲିବାରୁ ଝିଅଟି ପାଖପଡିଶାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅନେକ ପ୍ରୟାସ ପରେ କବାଟ ଖୋଲିବା ପରେ ପଡିଶା ଲୋକମାନେ ବିନିତାଙ୍କୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ ।
ଏହା ମଧ୍ୟ ପଢନ୍ତୁ...ଟିକେଟ ନମିଳିବାରୁ କରିଥିଲେ ଆତ୍ମହତ୍ୟା ଉଦ୍ୟମ, ଆଜି ଚାଲିଗଲା MDMK ସାଂସଦଙ୍କ ଜୀବନ - MP Ganeshamurthi Passed Away
ଉପସ୍ଥିତ ଲୋକମାନେ ତତକ୍ଷଣାତ ନିକଟସ୍ଥ ତୋରବା ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ହସ୍ପିଟାଲର ମୃତଦେହ ସଂରକ୍ଷିତ ଗୃହକୁ ପଠାଇଥିଲେ । ଯାହାର ଆଜି ପୋଷ୍ଟମର୍ଟମ ହେବ ବୋଲି ସୂଚନା ମିଳିଛି । ତୋରବା ଥାନାର ଅଧିକାରୀ ଦିନେଶ ପୁରେନା କହିଛନ୍ତି ଯେ , "ମହିଳା ରେଳ କର୍ମଚାରୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହକୁ ହସ୍ପିଟାଲର ମର୍ଚୁରୀରେ ରଖାଯାଇଛି । ତାଙ୍କ ମୃତ ଦେହ ନିକଟରୁ କୌଣସି ପ୍ରକାର ସୁଇସାଇଡ ନୋଟ ଜବତ କରାଯାଇନାହିଁ । ପୋଷ୍ଟ ମର୍ଟମ ଓ ପୋଲିସ ଯାଞ୍ଚପରେ ଘଟଣା ପଛର ସତ୍ୟାସତ୍ୟ ଜଣାପଡିବ।"