ଓଡିଶା

odisha

By ETV Bharat Odisha Team

Published : Jan 25, 2024, 7:33 PM IST

ETV Bharat / bharat

କ୍ୟାନସର ପୀଡିତ ଶିଶୁକୁ ପାଣିରେ ବୁଡାଇ ରଖିଲେ ପରିବାରଲୋକେ, ଚାଲିଗଲା ଜୀବନ

Family Members Accused Of Killing Child: କ୍ୟାନସରରେ ପୀଡିତ ୬ ବର୍ଷର ଶିଶୁର ଜୀବନ ନେଇଛନ୍ତି ପରିବାରଲୋକେ । ଗଙ୍ଗାନଦୀରେ ବୁଡ଼ାଇ ଦେବାରୁ ପିଲାଟିର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Child murder in Haridwar
୬ ବର୍ଷର ଶିଶୁକୁ ହରିଦ୍ବାରରେ ହତ୍ୟା

ଡେରାଡୁନ:ହରିଦ୍ବାରରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ଗୁଣିଗାରେଡି଼ ଯୋଗୁ ନିଷ୍ପାପ ଶିଶୁ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମିଶି ୬ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପିଲାଟିକୁ ଗଙ୍ଗା ନଦୀରେ ଜୋରଜବରଦସ୍ତ ବୁଡ଼ ପକାଇବାରୁ ଶେଷରେ ସେ ଜୀବନ ହାରିଛି। ଗୁଣି ଗାରେଡି଼ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ଆକ୍ସନ ନେଇଛି ହରିଦ୍ବାର ପୋଲିସ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହରକିପେଡି଼ ଅଞ୍ଚଳରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମିଶି ଗୋଟିଏ ଛୋଟ ପିଲାକୁ ଜୋର ଜବରଦସ୍ତି ବାରମ୍ବାର ଗଙ୍ଗା ନଦୀରେ ବୁଡ଼ ପକାଉଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଯାହାକୁ ଦେଖିବା ପରେ ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା । ତେଣୁ ସେମାନେ ତୁରନ୍ତ ପୋଲିସକୁ ଏହି ବିଷୟରେ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ କିନ୍ତୁ ପିଲାଟିର ମୃତ୍ୟୁ ହୋଇସାରିଥିଲା ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମୃତଦେହ ନିକଟରେ ଜଣେ ମହିଳା ବସି ରହିଥିବା ଦେଖିବାକୁ ପାଇଥିଲା । ମହିଳା ଜଣକ ପିଲାଟି ଜୀବିତ ଥିବା ନେଇ ଦାବି କରିଆସୁଥିଲେ । ତେବେ ପାରିପାର୍ଶ୍ବିକ ପରିସ୍ଥିତି ଅନୁଧ୍ୟାନ ଓ ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ଗୁଣିଗାରେଡିଜନିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପରେ ପୋଲିସ ଜିଲ୍ଲା ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ !

ଏହା ମଧ୍ୟ ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଥାନା ଅଧିକାରୀ ଏସ କେ ଚୌହ୍ବାନ କହିଛନ୍ତି, "ଏହି ମାମଲାରେ ପୋଲିସ ବର୍ତ୍ତମାନ ୩ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ପିଲାଟିର ପରିବାରର ସଦସ୍ୟ । ସେମାନଙ୍କୁ ପଚରାଉଚରା ପରେ ଜଣାପଡିଛି ଯେ ପିଲାଟି ରକ୍ତ କର୍କଟ ରୋଗରେ ପୀଡିତ ଥିଲା।" ହୁଏତ ଏହି ରୋଗକୁ ଭଲ କରିବା ଉଦ୍ଦେଶ୍ୟରେ ଗୁଣି ଗାରେଡି ଯୋଗୁ ତାକୁ ଏପରି ପାଣିରେ ବୁଡ଼ ପକାଇବାକୁ ବାଧ୍ୟ କରାଯାଇଥିଲା ବୋଲି ପୋଲିସ ସନ୍ଦେହ କରୁଛି । ହେଲେ ଏ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ମିଳିନଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ଦିଲ୍ଲୀର ହୋଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details