ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ ଆୟୋଗ । ଦେଶରେ ମୋଟ ମୋଟ 7ଟି ପର୍ଯ୍ୟାୟରେ ଭୋଟିଂ ହେବ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଜୁନ 1 ତାରିଖରେ ଅନ୍ତିମ ତଥା 7ମ ପର୍ଯ୍ୟାୟର ଭୋଟିଂ ହେବ । 4 ତାରିଖରେ ସମଗ୍ର ଦେଶରେ ମତଗଣନା ଓ ଫଳାଫଳ ପ୍ରକାଶିତ ହେବ । ଆଜି ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ଏହି ସୂଚୀ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତି ।
ପର୍ଯ୍ୟାୟ | ଆସନ ସଂଖ୍ୟା | ଭୋଟିଂ ତାରିଖ | ରାଜ୍ୟ ଓ ୟୁଟି | |
1 | 102 | 19 ଏପ୍ରିଲ | 21 | |
2 | 89 | 26 ଏପ୍ରିଲ | 13 | |
3 | 94 | 7 ମେ‘ | 12 | |
4 | 96 | 13 ମେ’ | 10 | |
5 | 49 | 20 ମେ’ | 8 | |
6 | 57 | 25 ମେ‘ | 7 | |
7 | 57 | 1 ଜୁନ | 8 |
ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ 102 ଲୋକସଭା ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ 27 ତାରିଖରୁ ଆରମ୍ଭ ହେବ । 2ୟ ପର୍ଯ୍ୟାୟ ପାଇଁ ଏପ୍ରିଲ 4 ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଏପ୍ରିଲ 26 ତାରିଖରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 89 ଆସନରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ 19 ତାରିଖରେ ନାମାଙ୍କନ ଆରମ୍ଭ ହେବ । ମେ 7 ତାରିଖରେ 94 ଆସନରେ ଭୋଟିଂ ହେବ । ସେହିପରି ମେ’ 13 ତାରିଖରେ 4ର୍ଥ ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାସୀ ଭୋଟ ଦେବେ । ଏହି ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ହେବ । ଏଥିରେ ମେ’ 3 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ମେ’ 25 ରେ 6ଷ୍ଠ ପର୍ଯ୍ୟାୟରେ ମୋଟ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ଜୁନ ପହିଲାରେ ଅନ୍ତିମ ବା 7ମ ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନରେ ଭୋଟ ହେବ ।