ETV Bharat / bharat

ପାର୍ସଲ ଉଡାଇ ଦେଲା ହୋସ୍‌, ଜିନିଷ ବଦଳରେ ଆସିଲା ଡେଡବଡି - BODY IN PARCEL

ଇଲୋଟ୍ରୋନିକ୍ସ ଜିନିଷ ବଦଳରେ ପାର୍ସଲରେ ଆସିଲା ମୃତଦେହ । ଆନ୍ଧ୍ର ପ୍ରଦେଶରୁ ଆସିଲା ଚକିତ କଲା ଭଳି ଘଟଣା ।

BODY IN PARCEL
BODY IN PARCEL (ETV Bharat)
author img

By ETV Bharat Odisha Team

Published : Dec 20, 2024, 8:18 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ମଗାଇଥିଲେ ଇଲୋଟ୍ରୋନିକ୍ସ ପାର୍ଟ, ପାର୍ସଲରେ ଆସିଲା ମୃତଦେହ । ଯାହାକୁ ନେଇ ଚକିତ ହୋଇଯାଇଛନ୍ତି ମହିଳା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଣ ଥିଲା ଘଟଣା:

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ୟେଡାଗଡି ଗାଁର ନାଗ ତୁଳସୀ ନାମକ ଜଣେ ମହିଳା ଘର ନିର୍ମାଣ କରୁଛନ୍ତି । 10 ବର୍ଷ ହେବ ତୁଳସୀଙ୍କ ସ୍ବାମୀ ନିଖୋଜ ଅଛନ୍ତି । ସ୍ବାମୀଙ୍କ ପତ୍ତା ମିଳୁନଥିବାରୁ ସେ ବାପା ମାଆଙ୍କ ସହ ରହିଆସୁଛନ୍ତି । ପରେ ସେ ଚିନ୍ତା କରିଥିଲେ ଏକ ଘର ନିର୍ମାଣ ପାଇଁ । ବାପା ମା’ଙ୍କ ଘର ଠାରୁ ଏକ କିଲୋମିଟର ଦୂରରେ ଏକ ଘର ନିର୍ମାଣ କାମ ଆରମ୍ଭ କରିଛନ୍ତି । ଘର ନିର୍ମାଣ ପାଇଁ ଲୋକଙ୍କ ଠାରୁ ସାହାଯ୍ୟ ଲୋଡିଥିଲେ । ଏଥିପାଇଁ ତାଙ୍କୁ ଲୋକେ ସାହାଯ୍ୟ କରୁଛନ୍ତି । ପୂର୍ବରୁ ତାଙ୍କୁ ଘର ନିର୍ମାଣ ପାଇଁ ଟାଇଲ୍ସ ପଠାଇଥିଲେ । ପରେ ସାହାଯ୍ୟ ପାଇଁ ଇଲୋଟ୍ରୋନିକ୍ସ ସାମଗ୍ରୀ ପଠାଇବେ ବୋଲି କହିଥିଲେ ।

ପାର୍ସଲରେ ଆସିଲା ମୃତଦେହ:

ପୂର୍ବ ମେସେଜ ଅନୁସାରେ ଗତ ଗୁରୁବାର ଜଣେ ବ୍ୟକ୍ତି ମହିଳାଙ୍କ ନିର୍ମାଣଧିନ ଘରେ ପହଞ୍ଚିଥିଲା । ଏକ ପାର୍ସଲ ଛାଡି ଯାଇଥିଲା । ଯେତେବେଳେ ତୁଳସୀ ପାର୍ସଲଟି ଖୋଲିଥିଲେ । ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଇଲୋଟ୍ରୋନିକ୍ସ ଜିନିଷ ନୁହେଁ ପାର୍ସଲରେ ଥିଲା ଏକ ମୃତଦେହ ଆଉ ଏକ ଚିଠି ।

ଏହା ମଧ୍ୟ ପଢନ୍ତୁ:

ହଟିଲା କନ୍ଦରପୁର ହତ୍ୟା ଘଟଣା ଉପରୁ ପରଦା, ସାର୍ଟର ଟ୍ୟାଗ କହିଲା ଅଭିଯୁକ୍ତ ଠିକଣା

ପତ୍ରପୋଡା ମାଂସ ପାଇଁ ବୃଦ୍ଧଙ୍କୁ ପୋଡିଦେଲେ, ଦୁଇ ଗିରଫ

ଚର୍ଚ୍ଚାରେ ରାଧାରାଣୀ ହୋଇଥିବା ଓଡ଼ିଆ IPS , ଅନଲାଇନ ଟ୍ରେଡିଂ ବେଳେ ୩୮୧ କୋଟି ଠକି ନେଲା ବିଦେଶୀ କମ୍ପାନୀ

ମୃତଦେହ ସହ ଆସିଲା ଚିଠି:

ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଏହି ମୃତଦେହ ସହ ଏକ ଚିଠି ବି ଆସିଥିଲା । ଯେଉଁଥିରେ 1.30 କୋଟି ଦାବି କରାଯାଇଥିଲା । ଟଙ୍କାନ ମିଳିଲେ ପରିମାଣ ଭୟଙ୍କର ହେବ ବୋଲି ଚିଠିରେ ଲେଖାଥିଲା । ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଏ ଏହି ପାର୍ସଲ ପଠାଇଛି । ଘଟଣା ପଛରେ କିଏ ଅଛି ଏହାର ଖୋଳତାଡ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.