ଶ୍ରୀନଗର:କାଶ୍ମୀରର ଅନନ୍ତନାଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର ଖାଇକୁ ଖସିପଡିବା ଫଳରେ ଗୋଟିଏ ପରିବାରର 8ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5ଜଣ 18ବର୍ଷରୁ କମ ବୟସର ରହିଛନ୍ତି । ଅନନ୍ତନାଗ ଜିଲ୍ଲାର ଡାକସୁମରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଆମ୍ବୁଲାନ୍ସ ଟିମ ସହ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ଏଥିରେ 8ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି । ମୃତକଙ୍କ ପରିଚୟ ସମ୍ପର୍କରେ ପୋଲିସ କୌଣସି ସୂଚନା ସ୍ପଷ୍ଟ କରିନି । ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।
ମୃତକଙ୍କ ମଧ୍ୟରେ 5 ନାବାଳକ: -
ସୂଚନା ଅନୁସାରେ, ମୃତକମାନେ ଏକ କାରରେ କିସ୍ତାଓ୍ବାରରୁ ଆସୁଥିଲା । କାରଟି ଡାକସୁମ ଏରିଆରେ ଏକ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ଖସିପଡିଥିବା ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ଉଦ୍ଧାର ବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ଏଥିରେ ଡ୍ରାଇଭର ସମେତ 8ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ପୁରୁଷ ଓ ମହିଳାଙ୍କ ବ୍ୟତୀତ 5 ଜଣ ବୟସ 5ରୁ 15 ବର୍ଷ ମଧ୍ୟରେ ହେବା ନେଇ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।